ପୁତ୍ର ଶୋକରେ ମର୍ମାହତ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଆୟର ୭୫% ଦାନ କରିବାକୁ ଘୋଷଣା

Madhusudan Das Picture
Published On

ମୁମ୍ବଇ: ପୁତ୍ର ଶୋକରେ ମର୍ମାହତ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ନିଜ ଆୟର ୭୫ ପ୍ରତିଶତ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ପୁଅର ମୃତ୍ୟୁକୁ ନେଇ ଅନିଲ ଭାଙ୍ଗି ପଡ଼ିଥିବା ବେଳେ ଦୁଃଖର ସହ କହିଛନ୍ତି ଯେ ଖରାପ ସମୟ ଚାଲିଯାଇଛି ବୋଲି ଆମକୁ ଲାଗିଥିଲା; କିନ୍ତୁ ଭାଗ୍ୟ ଆଉ କିଛି ଚାହୁଁଥିଲା। ସେ ପୁଅକୁ ମନେ ପକାଇ ଏହାକୁ ଜୀବନର ସବୁଠାରୁ ଅନ୍ଧକାରମୟ ଦିନ ବୋଲି କହିଛନ୍ତି। ପୁଅକୁ ଦେଇଥିବା ପ୍ରତିଶ୍ରୁୁତି ପାଳନ କରି ଅନିଲ ନିଜ ଆୟର ୭୫ ଅଂଶ ଦାନ କରିବେ ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସୂଚନାଯୋଗ୍ୟ, ଏକ ଦୁର୍ଘଟଣାର ଶିକାର ହୋଇ ଆମେରିକାରେ ଚିକିତ୍ସିତ ହେଉଥିବା ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଆମେରିକାରେ ସ୍କିଇଁ କରୁଥିବା ସମୟରେ ସେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତ ହେବାରୁ ଅଗ୍ନିବେଶ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

୧୯୭୬ ଜୁନ୍‌ ୩ରେ ଜନ୍ମିତ ଅଗ୍ନିବେଶ ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ଆଜମେରର ମେୟୋ କଲେଜରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ସେ ବେଦାନ୍ତର କମ୍ପାନୀ ତଲୱଣ୍ଡି ସାବୋ ପାୱାର ଲିମିଟେଡ (ଟିଏସପିଏଲ)ର ବୋର୍ଡରେ ଥିଲେ। ୨୦୧୯ ପର୍ଯ୍ୟନ୍ତ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ଅଧ୍ୟକ୍ଷ ମଧ୍ୟ ରହିଥିଲେ। ତାଙ୍କ ନେତୃତ୍ବରେ ହିନ୍ଦୁସ୍ତାନ ଜିଙ୍କ ଖଣି ଜ୍ଞାନକୌଶଳକୁ ଆଧୁନିକ କରିଥିଲା।  ଅଗ୍ନିବେଶ ଫୁଜୈରାହ ଗୋଲ୍ଡର ପ୍ରତିଷ୍ଠାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର