ଉତ୍ତରପ୍ରଦେଶର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ କରାଯିବ ବାଧ୍ୟତାମୂଳକ: ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ କରାଯିବ ବାଧ୍ୟତାମୂଳକ । ଏ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ।
ସେ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ "ବନ୍ଦେ ମାତରମ୍"କୁ ଜାତୀୟ ସଙ୍ଗୀତ ଭାବରେ ବାଧ୍ୟତାମୂଳକ କରାଯିବ । ସମଗ୍ର ଦେଶ ଭାରତ ମାତାର ମହାନ ପୁତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରୁଛି । ସ୍ୱାଧୀନତା ପରେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ଭବ ହୋଇଥିଲା । ଏହି ଘଟଣାଗୁଡ଼ିକ ଜାତୀୟ ଏକତାର ଏକ କାରକ ପାଲଟିଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ଭାବରେ ପାଳନ କରିବା ଆରମ୍ଭ ହୋଇଥିଲା ।





