କରୋନା ଟିକା ନେଲେ ବ୍ୟାଙ୍କ ଦେବ ଆର୍ଥିକ ସହାୟତା

The Sakala Picture
Published On

ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ । କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ କିଛି ବ୍ୟାଙ୍କ ଆଗେଇ ଆସିଛନ୍ତି। ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେତେକ ରାଷ୍ଟ୍ରାୟତ ବ୍ୟାଙ୍କ । ଲୋକଙ୍କୁ ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ଲାଗି ଏହି ପ୍ରୟାସ କରାଯାଉଥିବା […]

ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ । କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ କିଛି ବ୍ୟାଙ୍କ ଆଗେଇ ଆସିଛନ୍ତି। ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେତେକ ରାଷ୍ଟ୍ରାୟତ ବ୍ୟାଙ୍କ । ଲୋକଙ୍କୁ ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ଲାଗି ଏହି ପ୍ରୟାସ କରାଯାଉଥିବା ଜାଣିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କୁ ଫିକ୍ସଡ ଜମା ଉପରେ ଅଧିକ ସୁଧ ଦେବାକୁ କିଛି ବ୍ୟାଙ୍କ ଘୋଷଣା କରିଛନ୍ତି। ଏହି ଅଫର ସୀମିତ ସମୟ ପାଇଁ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଏନେଇ ‘ୟୁକୋ ବ୍ୟାଙ୍କ’ ଘୋଷଣା କରିଛି କି ଯେଉଁ ଲୋକମାନେ ଟିକାର ଗୋଟିଏ ବି ଡୋଜ ନେଇଛନ୍ତି ସେମାନେ ଯଦି ୟୁକୋ ବ୍ୟାଙ୍କରେ ସର୍ବନିମ୍ନ ୯୯ ଦିନ ପାଇଁ ଫିକ୍ସଡ୍ ଡିପୋଜିଟ୍ କରନ୍ତି ତେବେ ସେମାନଙ୍କୁ ୦.୩୦ ପ୍ରତିଶତ ଅଧିକ ସୁଧ ମିଳିବ । ଏହି ଅଫର ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ । ଏହି ସ୍କିମରେ ଜମା କରୁଥିବା ବ୍ୟକ୍ତିଙ୍କୁ ୫.୩୦ ପ୍ରତିଶତ ହାରରେ ସୁଧ ମିଳିବ । ଏହି ସ୍କିମରେ ଜଣେ ବ୍ୟକ୍ତି ସର୍ବନିମ୍ନ ୫ ହଜାର ଓ ସର୍ବାଧିକ ୨ କୋଟି ଟଙ୍କା ଜମା କରିପାରିବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍’ ସ୍କିମ୍ ଘୋଷଣା କରାଯାଇଛି । ଟିକା ନେଇଥିବା ଲୋକମାନେ ଏହି ସ୍କିମରେ ଡିପୋଜିଟ କଲେ ଅଧିକ ୦.୨୫ ପ୍ରତିଶତ ସୁଧ ମିିଳିବ ବୋଲି କୁହାଯାଇଛି । ଏହି ଯୋଜନାରେ ୧୧୧୧ ଦିନ ପାଇଁ ଆପଣ ଟଙ୍କା ରଖିପାରିବେ | ଏହି ଯୋଜନାରେ ଯଦି ଆପଣ ଟିକା ନେଇଥିବେ, ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର