ଆସନ୍ତାକାଲି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ଯାୟ ନିର୍ବାଚନ: ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ

The Sakala Picture
Published On

ଉତ୍ତରପ୍ରଦେଶ: ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ୟ୍ୟାୟ ନିର୍ବାଚନ। ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ। ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ମଧ୍ୟ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ୧୬ ଜିଲ୍ଲାର ୫୯ଟି ଆସନରେ ହେବ ଭୋଟ। ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, […]

ଉତ୍ତରପ୍ରଦେଶ: ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ୟ୍ୟାୟ ନିର୍ବାଚନ। ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ। ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ମଧ୍ୟ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ୧୬ ଜିଲ୍ଲାର ୫୯ଟି ଆସନରେ ହେବ ଭୋଟ। ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, କାନପୁର ଦେହାତ, ଔରେୟା, ଫରକ୍କାବାଦ, କନୌଜ, ଝାନସୀ, ଜଲାଉନ, ଲଳିତପୁର, ହମିରପୁର, ମାହୋବା ଜିଲ୍ଲାରେ ହେବ ଭୋଟ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ସେହିପରି, ଆସନ୍ତାକାଲି ପଞ୍ଜାବରେ ମଧ୍ୟ ମତଦାନ ହେବ। ୧୧୭ଟି ଆସନ ଲାଗି ହେବ ନିର୍ବାଚନ । ମୋଟ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକାଉର ସାହିବ ଓ ଭଦାଉର ଆସନରୁ ଲଢୁଥିବା ବେଳେ, ଅମୃତସର ପୂର୍ବ ଆସନରୁ ଲଢୁଛନ୍ତି ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବ ଲୋକ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ଅର୍ବାନ ଆସନରୁ ଲଢୁଥିବା ବେଳେ, ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ମନ୍ ଧୁରି ଆସନରୁ ଲଢୁଛନ୍ତି । ସେହିପରି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ଲାମ୍ବି ଆସନରୁ ଲଢୁଥିବା ବେଳେ, ତାଙ୍କ ପୁଅ ସୁଖବୀର ସିଂ ବାଦଲ ଜଲାଲାବାଦ ଆସନରୁ ଲଢୁଛନ୍ତି । ଏହାସହ କଂଗ୍ରେସ ପକ୍ଷରୁ ମୋଗା ଆସନରେ ଲଢୁଛନ୍ତି ମାଳବିକା ସୁଦ୍ । ରାଜ୍ୟର ବହୁ ମନ୍ତ୍ରୀଙ୍କର ବି ହେବ ଭାଗ୍ୟ ପରୀକ୍ଷା ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

19 Feb 2022 By The Sakala

ଆସନ୍ତାକାଲି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ଯାୟ ନିର୍ବାଚନ: ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ

ଉତ୍ତରପ୍ରଦେଶ: ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ୟ୍ୟାୟ ନିର୍ବାଚନ। ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ। ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ମଧ୍ୟ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ୧୬ ଜିଲ୍ଲାର ୫୯ଟି ଆସନରେ ହେବ ଭୋଟ। ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, କାନପୁର ଦେହାତ, ଔରେୟା, ଫରକ୍କାବାଦ, କନୌଜ, ଝାନସୀ, ଜଲାଉନ, ଲଳିତପୁର, ହମିରପୁର, ମାହୋବା ଜିଲ୍ଲାରେ ହେବ ଭୋଟ।

ସେହିପରି, ଆସନ୍ତାକାଲି ପଞ୍ଜାବରେ ମଧ୍ୟ ମତଦାନ ହେବ। ୧୧୭ଟି ଆସନ ଲାଗି ହେବ ନିର୍ବାଚନ । ମୋଟ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକାଉର ସାହିବ ଓ ଭଦାଉର ଆସନରୁ ଲଢୁଥିବା ବେଳେ, ଅମୃତସର ପୂର୍ବ ଆସନରୁ ଲଢୁଛନ୍ତି ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବ ଲୋକ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ଅର୍ବାନ ଆସନରୁ ଲଢୁଥିବା ବେଳେ, ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ମନ୍ ଧୁରି ଆସନରୁ ଲଢୁଛନ୍ତି । ସେହିପରି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ଲାମ୍ବି ଆସନରୁ ଲଢୁଥିବା ବେଳେ, ତାଙ୍କ ପୁଅ ସୁଖବୀର ସିଂ ବାଦଲ ଜଲାଲାବାଦ ଆସନରୁ ଲଢୁଛନ୍ତି । ଏହାସହ କଂଗ୍ରେସ ପକ୍ଷରୁ ମୋଗା ଆସନରେ ଲଢୁଛନ୍ତି ମାଳବିକା ସୁଦ୍ । ରାଜ୍ୟର ବହୁ ମନ୍ତ୍ରୀଙ୍କର ବି ହେବ ଭାଗ୍ୟ ପରୀକ୍ଷା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର