ଉତ୍ତରପ୍ରଦେଶରେ କାଳବୈଶାଖୀର ତାଣ୍ଡବ: ଝଡ଼-ତୋଫାନ ଓ ବର୍ଷାରେ ୫୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

Suryakanta Picture
Published On

ଉତ୍ତରପ୍ରଦେଶରେ ବୁଧବାର ସନ୍ଧ୍ୟାରେ ଆସିଥିବା ଭୟଙ୍କର ଝଡ଼-ତୋଫାନ ଓ ବର୍ଷା ବ୍ୟାପକ ତାଣ୍ଡବ ରଚିଛି। ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ିବା, କାନ୍ଥ ପଡ଼ିବା ଏବଂ ବିଜୁଳି ଖୁଣ୍ଟ ଭାଙ୍ଗିବା ଯୋଗୁଁ ଅତିକମରେ ୫୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ବିଶେଷକରି ପ୍ରୟାଗରାଜ, ଭଦୋହୀ, ମିର୍ଜାପୁର, ଫତେହପୁର ଏବଂ ବଦାୟୁଁ ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପ୍ରୟାଗରାଜ ଓ ଭଦୋହୀରେ ସର୍ବାଧିକ କ୍ଷୟକ୍ଷତି

ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରୟାଗରାଜ ଏବଂ ଭଦୋହୀ ଜିଲ୍ଲାରେ ସର୍ବାଧିକ ଧନଜୀବନ ନଷ୍ଟ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କେବଳ ପ୍ରୟାଗରାଜରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସହରର ପୋଲିସ ଲାଇନ୍ ଗେଟ୍ ନିକଟରେ ଏକ ଶହେ ବର୍ଷର ପୁରୁଣା ନିମ୍ବ ଗଛ ଉପୁଡ଼ି ପଡ଼ିବାରୁ ତଳେ ଥିବା ଏକ ଫର୍ଚ୍ୟୁନର କାର୍ ଏବଂ ଅନେକ ଦୁଇଚକିଆ ଯାନ ନଷ୍ଟ ହୋଇଯାଇଛି। ସେହିପରି ଭଦୋହୀ ଜିଲ୍ଲାରେ ୧୫ ଜଣ ପ୍ରାଣ ହରାଇଛନ୍ତି। ଭଦୋହୀର ଖରଗସେନପଟ୍ଟି ଅଞ୍ଚଳରେ ଏକ ଘର ଉପରେ ଗଛ ପଡ଼ିଯିବାରୁ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ମିର୍ଜାପୁରରେ ୧୦ ଜଣଫତେହପୁରରେ ୯ ଜଣ ଲୋକଙ୍କର ଜୀବନ ଯାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ବ୍ୟାପକ ସମ୍ପତ୍ତି ନଷ୍ଟ ଓ ଯୋଗାଯୋଗ ବିଚ୍ଛିନ୍ନ

ପବନର ବେଗ ଏତେ ତୀବ୍ର ଥିଲା ଯେ ଶହ ଶହ ଗଛ ମୂଳରୁ ଉପୁଡ଼ି ପଡ଼ିଥିଲା ଏବଂ ଅନେକ କଚ୍ଚା ଘର ମାଟିରେ ମିଶିଯାଇଛି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା କାରଣରୁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ଏବଂ ଟେଲିକମ୍ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ଉପରେ ଗଛ ପଡ଼ିରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟରେ କେବଳ ମଣିଷ ନୁହନ୍ତି, ବରଂ ୧୬ଟି ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅତ୍ୟନ୍ତ ସଙ୍କଟାପନ୍ନ ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାରାଣସୀ ସ୍ଥିତ ବିଏଚୟୁ (BHU) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଘୋଷଣା

ରାଜ୍ୟରେ ହୋଇଥିବା ଏହି ବ୍ୟାପକ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସମସ୍ତ ପ୍ରଭାବିତ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର