ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ବିରୋଧ: ଆମେରିକାରେ ମହିଳାମାନେ କଲେ ସେକ୍ସ ଷ୍ଟ୍ରାଇକ୍

The Sakala Picture
Published On

ୱାଶିଂଟନ: ଆମେରିକାର ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ମହିଳାମାନେ ଏକ ଅନନ୍ୟ ସେକ୍ସ ଧର୍ମଘଟ ଡାକରା ଦେଇଛନ୍ତି। ଏହା ଅଧୀନରେ ଦେଶରେ ଗର୍ଭପାତ ଆଇନଗତ ନ ହେବା ପର୍ଯ୍ୟନ୍ତ ସେ ପୁରୁଷଙ୍କ ସହ ସମ୍ପର୍କ ନ ରଖିବାକୁ ଆହ୍ବାନ ଦେଇଛନ୍ତି। ଏହା ସେକ୍ସ ଷ୍ଟ୍ରାଇକରେ ସୋସିଆଲ ମିଡିଆରେ ଟ୍ରେଡିଂ କରିବା ଆରମ୍ଭ କରିଦେଇଛି। ମାମଲାଟି ହେଉଛି ଯେ, ଆମେରିକାର ସୁପ୍ରିମକୋର୍ଟ ଗର୍ଭପାତ କରିବାର ଅଧିକାରକୁ ରଦ୍ଦ କରି ଦେଇଛନ୍ତି। ଏହା ସହିତ ୨୬ଟି ରାଜ୍ୟରେ ଏହାକୁ ନିଷେଧ କରିବା […]

ୱାଶିଂଟନ: ଆମେରିକାର ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ମହିଳାମାନେ ଏକ ଅନନ୍ୟ ସେକ୍ସ ଧର୍ମଘଟ ଡାକରା ଦେଇଛନ୍ତି। ଏହା ଅଧୀନରେ ଦେଶରେ ଗର୍ଭପାତ ଆଇନଗତ ନ ହେବା ପର୍ଯ୍ୟନ୍ତ ସେ ପୁରୁଷଙ୍କ ସହ ସମ୍ପର୍କ ନ ରଖିବାକୁ ଆହ୍ବାନ ଦେଇଛନ୍ତି। ଏହା ସେକ୍ସ ଷ୍ଟ୍ରାଇକରେ ସୋସିଆଲ ମିଡିଆରେ ଟ୍ରେଡିଂ କରିବା ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମାମଲାଟି ହେଉଛି ଯେ, ଆମେରିକାର ସୁପ୍ରିମକୋର୍ଟ ଗର୍ଭପାତ କରିବାର ଅଧିକାରକୁ ରଦ୍ଦ କରି ଦେଇଛନ୍ତି। ଏହା ସହିତ ୨୬ଟି ରାଜ୍ୟରେ ଏହାକୁ ନିଷେଧ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବାକୁ ବିଚାର କରାଯାଉଛି। ଯେଉଁଥିରେ ମହିଳାମାନେ ଅସନ୍ତୋଷ ବ୍ୟକ୍ତ କରିଛିନ୍ତି। ସେମାନେ ଏକ ନିଆରା ଢଙ୍ଗରେ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରୁଛନ୍ତି। ମହିଳାମାନେ ମଧ୍ୟ ଏହି ଆନ୍ଦୋଳନରେ ପୁରୁଷଙ୍କ ସହଯୋଗ ମଧ୍ଯ ଲୋଡିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଆମେରିକୀୟ ମହିଳାମାନେ ସୋସିଆଲ ମିଡିଆରେ ପୁରୁଷମାନଙ୍କ ସହିତ ସେ ପର୍ଯ୍ଯନ୍ତ ଯୌନ ସମ୍ପର୍କରୁ ନିବୃତ୍ତ ରହିବେ ଯେପର୍ଯ୍ୟନ୍ତ ଗର୍ଭପାତକୁ ଆଇନରେ ପ୍ରଣୟନ କରାଯାଇ ନାହିଁ।  ସୋସିଆଲ ମିଡିଆରେ #SexStrike  ଏବଂ #abstinenc ଟ୍ରେଣ୍ଡ ହେଉଛି।  ମହିଳାମାନେ କୁହନ୍ତି ଯେ, ଆମେ ଯଦି ଗର୍ଭଧାରଣ କରିପାରିବୁ ନାହିଁ, ତେବେ ଆମେ କୌଣସି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବୁ ନାହିଁ। ସ୍ୱାମୀଙ୍କ ସହିତ ମଧ୍ୟ ସମ୍ପର୍କ ରହିବ ନାହିଁ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଆମେରିକୀୟ ମହିଳାମାନଙ୍କ କହିବା ଅନୁଯାୟୀ, ଯଦି ଆମ ଶରୀର ଉପରେ ଆମର ଅଧିକାର ନାହିଁ, ତେବେ ପୁରୁଷମାନଙ୍କର ମଧ୍ଯ  ନାହିଁ। ଜଣେ ୟୁଜର୍ ଟ୍ବିଟ କରି କହିଛନ୍ତି ଯେ, ‘ମୁଁ ନ୍ୟୁୟର୍କରେ ରହୁଛି ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି। ମୁଁ ସେକ୍ସ ଷ୍ଟ୍ରାଇକକୁ ସମର୍ଥନ କରୁଛି। ଗର୍ଭପାତ ଅଧିକାର ଏକ ସଂଘୀୟ ନିୟମ ନ ହେବା ପର୍ଯ୍ୟନ୍ତ  ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ବୋଲି ସେ କହିଛନ୍ତି।  ଏହି ଧର୍ମଘଟକୁ ସମର୍ଥନ କରି ଅନ୍ୟ ଜଣେ ମହିଳା ଲେଖିଛନ୍ତି ଯେ, ଯେପର୍ଯ୍ୟନ୍ତ ଗର୍ଭପାତ ଅଧିକାର ଆଇନଗତ  ନ ହୋଇଛି ସେ ପର୍ଯ୍ୟନ୍ତ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।

ବଳାତ୍କାରର ଶିକାର ହୋଇଥିବା ମାୟା ଡେମରି ମଧ୍ୟ ଆମେରିକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ  ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ଦୁନିଆ ଭାବୁଛି ଯେ ସେମାନେ ମହିଳାଙ୍କୁ ସବୁଦିନ ପାଇଁ ଅତ୍ୟାଚାର କରିବ।  କାରୋଲିନା ହେଲି କହିଛନ୍ତି ଯେ, ଏହି ନିଷ୍ପତ୍ତି ସୂଚିତ କରୁଛି ଯେ, ଜଣେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସେକ୍ସ ଜୀବନକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଆମେରିକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ଲୋକମାନେ ଏହାକୁ ବିରୋଧ କରି ରାଜାରାସ୍ତାକୁ ବାହାରିଛନ୍ତି। ଏରିଜୋନା ରାଜଧାନୀ ବାହାରେ ବିରୋଧ ବଢ଼ିବାରୁ ପୁଲିସ ଲୁହବୁହା ଗ୍ୟାସ ବ୍ୟବହାର କରି ହଟାଇଥିଲା । ଯେତେବେଳେ ବିକ୍ଷୋଭକାରୀମାନେ ସିନେଟ ବିଲ୍ଡିଂର କାଚ କବାଟ ଭାଙ୍ଗିବା ଆରମ୍ଭ କରିଥିଲେ ଅନେକ ସାଂସଦ ଆକ୍ରମଣର ଭୟରେ ବିଲ୍ଡିଂର ତଳ ମହଲାରେ ଲୁଚି ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର