ଟ୍ରମ୍ପଙ୍କୁ ଆମେରିକା ବାଣିଜ୍ୟ ଅଦାଲତଙ୍କ ଶକ୍ତ ଝଟକା: ୧୦% ଟାରିଫ୍ ନିଷ୍ପତ୍ତିକୁ ଦର୍ଶାଇଲେ ବେଆଇନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତିକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଆମେରିକାର ଏକ ସଂଘୀୟ ବାଣିଜ୍ୟ ଅଦାଲତ (US Court of International Trade) ଗୁରୁବାର ଦିନ ଟ୍ରମ୍ପ ପ୍ରଶାସନର ଅସ୍ଥାୟୀ ୧୦% ଗ୍ଲୋବାଲ୍ ଟାରିଫ୍ (ବିଶ୍ୱସ୍ତରୀୟ ଶୁଳ୍କ) କୁ ବେଆଇନ ତଥା ଅଯୌକ୍ତିକ ବୋଲି ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ୧୯୭୦ ଦଶକର ବାଣିଜ୍ୟ ଆଇନ ଅଧୀନରେ ଏହି ଶୁଳ୍କ ଲାଗୁ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ।
ଅଦାଲତଙ୍କ ରାୟ ଓ ଆଇନଗତ ଦିଗ
ନ୍ୟୁୟର୍କ ସ୍ଥିତ ଆମେରିକା ଆନ୍ତର୍ଜାତୀୟ ବାଣିଜ୍ୟ ଅଦାଲତର ତିନି ଜଣିଆ ଖଣ୍ଡପୀଠ ୨-୧ ମତରେ ଏହି ରାୟ ଶୁଣାଇଛନ୍ତି। ବିଚାରପତିମାନେ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ଦ୍ୱାରା ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା କ୍ଷମତାର ଏହା ବହିର୍ଭୂତ ଏବଂ ଏହି ଟାରିଫ୍ ସମ୍ପୂର୍ଣ୍ଣ ରୂପେ "ବେଆଇନ" ଅଟେ। ଗତ ଫେବୃଆରୀ ମାସରେ ଟ୍ରମ୍ପ ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୧୨୨ (Section 122 of the Trade Act of 1974) ବ୍ୟବହାର କରି ଏହି ନୂତନ ଶୁଳ୍କ ଲାଗୁ କରିଥିଲେ। ଏହି ଆଇନ ସାଧାରଣତଃ ଦେଶରେ 'ବ୍ୟାଲାନ୍ସ ଅଫ୍ ପେମେଣ୍ଟ' (ଭୁଗତାନ ସନ୍ତୁଳନ) ସମସ୍ୟା ଥିଲେ ବ୍ୟବହାର କରାଯାଏ, କିନ୍ତୁ ବର୍ତ୍ତମାନର ସ୍ଥିତିରେ ଏହାର ପ୍ରୟୋଗ ଭୁଲ୍ ବୋଲି କୋର୍ଟ ଦର୍ଶାଇଛନ୍ତି।
ସୀମିତ ସଂସ୍ଥାଙ୍କୁ ଆଶ୍ୱସ୍ତି, ଅନ୍ୟମାନଙ୍କ ପାଇଁ ଅପେକ୍ଷା
ଅଦାଲତଙ୍କ ଏହି ରାୟ ବର୍ତ୍ତମାନ ସମୟରେ କେବଳ ସେହି ପକ୍ଷମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ଏହା ବିରୋଧରେ ମାମଲା ରୁଜୁ କରିଥିଲେ। ଡେମୋକ୍ରାଟ୍ ଶାସିତ ୨୪ଟି ରାଜ୍ୟ, ବିଶେଷ କରି ୱାଶିଂଟନ୍ ରାଜ୍ୟ ଏବଂ ଦୁଇଟି କ୍ଷୁଦ୍ର ବ୍ୟବସାୟୀ ସଂସ୍ଥା ଏହି ମାମଲା ଦାୟର କରିଥିଲେ। ଅଦାଲତ ପ୍ରଶାସନକୁ ଆଗାମୀ ୫ ଦିନ ମଧ୍ୟରେ ଏହି ଆବେଦନକାରୀଙ୍କୁ ଟାରିଫ୍ ରିଫଣ୍ଡ (ଫେରସ୍ତ) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲା ସହ ଜଡିତ ନଥିବା ଅନ୍ୟ ସମସ୍ତ ଆମଦାନୀକାରୀଙ୍କ ପାଇଁ ଏହି ୧୦% ଶୁଳ୍କ ବଳବତ୍ତର ରହିବ, ଯେପର୍ଯ୍ୟନ୍ତ ଟ୍ରମ୍ପ ପ୍ରଶାସନର ଆବେଦନ ଉପରେ ଉପର ଅଦାଲତଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନଆସିଛି। ଏହି ଅସ୍ଥାୟୀ ଟାରିଫ୍ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବାର ଅବଧି ରହିଛି।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଏଡ଼ାଇବାକୁ ହୋଇଥିଲା ଉଦ୍ୟମ
ଗତ ବର୍ଷ ଟ୍ରମ୍ପ ପ୍ରଶାସନ ଇଣ୍ଟରନ୍ୟାସନାଲ୍ ଇମର୍ଜେନ୍ସି ଇକୋନୋମିକ୍ ପାୱାର୍ସ ଆକ୍ଟ (IEEPA) ଅଧୀନରେ ଅଧିକ ମାତ୍ରାରେ ଟାରିଫ୍ ଲାଗୁ କରିଥିଲେ। କିନ୍ତୁ ଆମେରିକା ସୁପ୍ରିମକୋର୍ଟ ଫେବୃଆରୀ ମାସରେ ତାହାକୁ ରଦ୍ଦ କରିଦେଇଥିଲେ। ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଉକ୍ତ ରାୟକୁ ଏଡ଼ାଇବା ପାଇଁ ଟ୍ରମ୍ପ ଜାଣିଶୁଣି ପୁଣିଥରେ ଏହି ୧୦% ଗ୍ଲୋବାଲ୍ ଟାରିଫ୍ ନୂଆ ଆଇନର ଦ୍ୱାହି ଦେଇ ଲାଗୁ କରିଥିଲେ। ଏହି ରାୟ ପରେ ଆମେରିକା ନ୍ୟାୟ ବିଭାଗ ଉପର ଅଦାଲତ (US Court of Appeals) ରେ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି ଅନୁମାନ କରାଯାଉଛି।