ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ୍ ପାର୍ଟିର ନେତା ନିକ୍କି ହାଲି

The Sakala Picture
Published On

ୱାଶିଂଟନ: ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ୍ ପାର୍ଟି ନେତା ନିକ୍କି ହାଲି। ନିକ୍କି ହାଲିଙ୍କ ଦ୍ୱାରା ଜାରି ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ,  “ମୁଁ ନିକ୍କି ହାଲି ଓ ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ବର୍ତ୍ତମାନ ନୂଆ ପିଢ଼ିର ସମୟ। ବର୍ତ୍ତମାନ ନୂଆ ନେତୃତ୍ୱ ନେବାର ସମୟ। ବୀତ୍ତିୟ ଦାୟିତ୍ୱ, ସୀମା ସୁରକ୍ଷା, ଆମ […]

ୱାଶିଂଟନ: ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ୍ ପାର୍ଟି ନେତା ନିକ୍କି ହାଲି। ନିକ୍କି ହାଲିଙ୍କ ଦ୍ୱାରା ଜାରି ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ,  “ମୁଁ ନିକ୍କି ହାଲି ଓ ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ବର୍ତ୍ତମାନ ନୂଆ ପିଢ଼ିର ସମୟ। ବର୍ତ୍ତମାନ ନୂଆ ନେତୃତ୍ୱ ନେବାର ସମୟ। ବୀତ୍ତିୟ ଦାୟିତ୍ୱ, ସୀମା ସୁରକ୍ଷା, ଆମ ଦେଶକୁ ସଶକ୍ତ କରିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ହାଲିଙ୍କ ମାତାପିତା ଭାରତୀୟ ପ୍ରବାସୀ ଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଖବର ଅନୁଯାୟୀ, ନିକ୍କି ହାଲି ବୁଧବାର ଦକ୍ଷିଣ କାରୋଲିନାର ଚାର୍ଲଷ୍ଟୋଟନର ଏକ ଅଭିଭାଷଣରେ ନିଜର ଅଭିଯାନ ଯୋଜନାର ଉପସ୍ଥାପନ କରିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ତାଙ୍କୁ ଦଳ ମଧ୍ୟରେ ଏକ ପ୍ରମୁଖ  ଆହ୍ବାନ ଭାବେ ବିବେଚନା କରାଯିବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନେତା ହେଲି (୫୧ ବର୍ଷ) ଦୁଇଥର ଦକ୍ଷିଣ କାରୋଲିନାର ଗର୍ଭନର ରହିଛନ୍ତି। ଏହା ବ୍ୟତୀତ ସେ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ରହିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଛିଡା ହୋଇଥିବା ରିପବ୍ଲିକାନ୍ ପାର୍ଟିର ହାଲି ହେଉଛନ୍ତି ପ୍ରଥମ ପ୍ରତିଯୋଗୀ। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରମ୍ପ ଏକମାତ୍ର ପ୍ରାର୍ଥୀ ଥିଲେ ଯିଏକି ତାଙ୍କ ଦଳ ପକ୍ଷରୁ ନିର୍ବାଚନରେ ​​ଭାଗ ନେବାକୁ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର