ୟୁକ୍ରେନରେ ଅଚାନକ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

The Sakala Picture
Published On

କିଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାଇଡେନ ଏଠାରେ ପହଞ୍ଚିଛନ୍ତି । ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକ ୟୁକ୍ରେନକ ଅସ୍ତ୍ର ଶସ୍ତ୍ର […]

କିଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାଇଡେନ ଏଠାରେ ପହଞ୍ଚିଛନ୍ତି । ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକ ୟୁକ୍ରେନକ ଅସ୍ତ୍ର ଶସ୍ତ୍ର ଓ ସୈନ୍ୟ ସହଯୋଗ କରି ଆସୁଛନ୍ତି । ରୁଷ ବର୍ଷ ପୂରଣ ଅବସରରେ ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ଯାଉଥିବା ବିଭିନ୍ନ ଗୋଇନ୍ଦା ବିଭାଗ ସୂଚେଇ ଥିଲେ । ରୁଷ ଯେପରି ୟୁକ୍ରେନକୁ ଦୁର୍ବଳ ନ ଭାବିବ ସେଥିପାଇଁ ବାଇଡେନ କିଭ ଯାଇଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ୟୁକ୍ରେନରେ ପହଞ୍ଚିବା ପରେ ବାଇଡେନ ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶକୁ ଅଧିକ ସହାୟତା କରିବାକୁ ଘୋଷଣା କରିଛନ୍ତି। ୟୁକ୍ରେନକୁ ସେ ଅଧିକରୁ ଅଧିକ ନୂତନ ଅସ୍ତ୍ର ଯୋଗାଇବେ ବୋଲି କହିଛନ୍ତି। ୟୁକ୍ରେନକୁ ସୁରକ୍ଷା ଦେବା ପାଇଁ ସେ ଏୟାର ସର୍ଭେଲାନ୍ସ ରାଡାର ଦେବାକୁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ୟୁକ୍ରେନକୁ ୫୦୦ ମିଲିୟନ ଡଲାର ସାମରିକ ସହାୟତା ଯୋଗାଇବ ଆମେରିକା:

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତିଙ୍କ କିଭ ଗସ୍ତ ୟୁକ୍ରେନ ପାଇଁ ସମର୍ଥନର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଅଟେ। ନ୍ୟୁଜ୍ ଏଜେନ୍ସି ରାଉଟର୍ସ ଅନୁଯାୟୀ, ବାଇଡେନ ମଙ୍ଗଳବାର ୟୁକ୍ରେନକୁ ୫୦୦ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିବେ। ଆମେରିକାର ରାଷ୍ଟ୍ରପତି କିଭ ଗସ୍ତ ସମୟରେ କହିଛନ୍ତି। ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ମୁଁ କିବରେ ଅଛି।

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଏକ ବର୍ଷ ପୂର୍ବେ ଯେତେବେଳେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ ସେତେବେଳେ ସେ ଭାବିଥିଲେ ଯେ ୟୁକ୍ରେନ ଦୁର୍ବଳ ଏବଂ ପାଶ୍ଚାତ୍ୟ ବିଭାଜିତ ହୋଇଛି । କିନ୍ତୁ ସେ ଭାବିବା ଭୁଲ୍ ଥିଲା। ଗତ ଏକ ବର୍ଷ ମଧ୍ୟରେ ଆମେରିକା ୟୁକ୍ରେନକୁ ସାମରିକ, ଅର୍ଥନୈତିକ ଏବଂ ମାନବିକ ସହାୟତା ଯୋଗାଇ ଦେଇଛି। ଏହି ସମର୍ଥନ ଜାରି ରହିବ।

20 Feb 2023 By The Sakala

ୟୁକ୍ରେନରେ ଅଚାନକ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

କିଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାଇଡେନ ଏଠାରେ ପହଞ୍ଚିଛନ୍ତି । ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକ ୟୁକ୍ରେନକ ଅସ୍ତ୍ର ଶସ୍ତ୍ର ଓ ସୈନ୍ୟ ସହଯୋଗ କରି ଆସୁଛନ୍ତି । ରୁଷ ବର୍ଷ ପୂରଣ ଅବସରରେ ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ଯାଉଥିବା ବିଭିନ୍ନ ଗୋଇନ୍ଦା ବିଭାଗ ସୂଚେଇ ଥିଲେ । ରୁଷ ଯେପରି ୟୁକ୍ରେନକୁ ଦୁର୍ବଳ ନ ଭାବିବ ସେଥିପାଇଁ ବାଇଡେନ କିଭ ଯାଇଥିବା ଅନୁମାନ କରାଯାଉଛି ।

ୟୁକ୍ରେନରେ ପହଞ୍ଚିବା ପରେ ବାଇଡେନ ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶକୁ ଅଧିକ ସହାୟତା କରିବାକୁ ଘୋଷଣା କରିଛନ୍ତି। ୟୁକ୍ରେନକୁ ସେ ଅଧିକରୁ ଅଧିକ ନୂତନ ଅସ୍ତ୍ର ଯୋଗାଇବେ ବୋଲି କହିଛନ୍ତି। ୟୁକ୍ରେନକୁ ସୁରକ୍ଷା ଦେବା ପାଇଁ ସେ ଏୟାର ସର୍ଭେଲାନ୍ସ ରାଡାର ଦେବାକୁ ଘୋଷଣା କରିଛନ୍ତି।

ୟୁକ୍ରେନକୁ ୫୦୦ ମିଲିୟନ ଡଲାର ସାମରିକ ସହାୟତା ଯୋଗାଇବ ଆମେରିକା:

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତିଙ୍କ କିଭ ଗସ୍ତ ୟୁକ୍ରେନ ପାଇଁ ସମର୍ଥନର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଅଟେ। ନ୍ୟୁଜ୍ ଏଜେନ୍ସି ରାଉଟର୍ସ ଅନୁଯାୟୀ, ବାଇଡେନ ମଙ୍ଗଳବାର ୟୁକ୍ରେନକୁ ୫୦୦ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିବେ। ଆମେରିକାର ରାଷ୍ଟ୍ରପତି କିଭ ଗସ୍ତ ସମୟରେ କହିଛନ୍ତି। ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ମୁଁ କିବରେ ଅଛି।

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଏକ ବର୍ଷ ପୂର୍ବେ ଯେତେବେଳେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ ସେତେବେଳେ ସେ ଭାବିଥିଲେ ଯେ ୟୁକ୍ରେନ ଦୁର୍ବଳ ଏବଂ ପାଶ୍ଚାତ୍ୟ ବିଭାଜିତ ହୋଇଛି । କିନ୍ତୁ ସେ ଭାବିବା ଭୁଲ୍ ଥିଲା। ଗତ ଏକ ବର୍ଷ ମଧ୍ୟରେ ଆମେରିକା ୟୁକ୍ରେନକୁ ସାମରିକ, ଅର୍ଥନୈତିକ ଏବଂ ମାନବିକ ସହାୟତା ଯୋଗାଇ ଦେଇଛି। ଏହି ସମର୍ଥନ ଜାରି ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର