ଉମର ଖାଲିଦଙ୍କ ସମର୍ଥନରେ ଆମେରିକା: ନ୍ୟୁୟର୍କ ମେୟରଙ୍କ ଚିଠି ପରେ ୮ ସାଂସଦଙ୍କ ନିରପେକ୍ଷ ବିଚାର ଦାବି

Madhusudan Das Picture
Published On

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଛାତ୍ର ନେତା ଉମର ଖାଲିଦଙ୍କ ସମର୍ଥନରେ ଏବେ ଆମେରିକାରୁ ସ୍ୱର ଉଠିବା ଆରମ୍ଭ ହୋଇଛି। ନିକଟରେ ନ୍ୟୁୟର୍କ ସିଟିର ନୂତନ ମେୟର ଭାବେ ଶପଥ ଗ୍ରହଣ କରିଥିବା ଜୋହରାନ ମମଦାନୀ ଉମରଙ୍କ ଉଦ୍ଦେଶ୍ୟରେ ଏକ ସମବେଦନାପୂର୍ଣ୍ଣ ଚିଠି ପଠାଇବା ପରେ, ବର୍ତ୍ତମାନ ଆମେରିକାର ୮ ଜଣ ପ୍ରମୁଖ ସାଂସଦ ଭାରତ ସରକାରଙ୍କୁ ଚିଠି ଲେଖି ଉମରଙ୍କ ପାଇଁ ନିରପେକ୍ଷ ବିଚାର ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ନ୍ୟୁୟର୍କ ସିଟିର ମେୟର ଜୋହରାନ ମମଦାନୀ ଶପଥ ଗ୍ରହଣ କରିବାର ଠିକ୍ ପରେ ପରେ ଉମର ଖାଲିଦଙ୍କ ପାଇଁ ଏକ ହାତ ଲେଖା ଚିଠି ପଠାଇଥିଲେ। ଉମରଙ୍କ ସହଯୋଗୀ ବନଜ୍ୟୋତ୍ସ୍ନା ଲାହିରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ଚିଠିକୁ ସେୟାର କରିଛନ୍ତି। ମମଦାନୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେ ପ୍ରାୟତଃ ଉମରଙ୍କ ଲେଖା ଏବଂ ଜେଲ ଜୀବନର ସଂଘର୍ଷ ବିଷୟରେ ଚିନ୍ତା କରନ୍ତି। ବିଶେଷକରି "ତିକ୍ତତାକୁ ନିଜ ଭିତରେ ଘର କରିବାକୁ ନ ଦେବା" ସମ୍ପର୍କରେ ଉମରଙ୍କ ଚିନ୍ତାଧାରାକୁ ସେ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, "ଆମେ ସମସ୍ତେ ତୁମ କଥା ଭାବୁଛୁ।"

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ମମଦାନୀଙ୍କ ଏହି ବାର୍ତ୍ତା ପରେ ଉମର ଖାଲିଦଙ୍କ ମାମଲା ଉପରେ ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷିତ ହୋଇଛି। ଆମେରିକାର ୮ ଜଣ ସାଂସଦ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କୁ ଏକ ଚିଠି ଲେଖି ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଉମରଙ୍କୁ ଏକ ନିରପେକ୍ଷ ଏବଂ ସମୟୋଚିତ ବିଚାର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏହି ଚିଠିର ନେତୃତ୍ୱ ନେଇଥିଲେ ଆମେରିକା ହାଉସ୍ ରୁଲ୍ସ କମିଟିର ବରିଷ୍ଠ ସଦସ୍ୟ ଜିମ୍ ମ୍ୟାକଗଭର୍ନ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସାଂସଦ ଜିମ୍ ମ୍ୟାକଗଭର୍ନ ଏକ ସାର୍ବଜନୀନ ପୋଷ୍ଟରେ କହିଛନ୍ତି ଯେ, ସେ ଏବଂ ଅନ୍ୟ ସାଂସଦମାନେ ଚଳିତ ମାସ ଆରମ୍ଭରେ ଉମରଙ୍କ ପିତାମାତାଙ୍କୁ ଭେଟିଥିଲେ। ୫ ବର୍ଷରୁ ଅଧିକ ସମୟ ଧରି ବିନା ବିଚାରରେ ଉମରଙ୍କୁ ଜେଲରେ ରଖାଯାଇଥିବାରୁ ସେମାନେ ଉଦବେଗ ପ୍ରକାଶ କରିଛନ୍ତି। ୟୁଏପିଏ ଅଧୀନରେ ଦୀର୍ଘ ଦିନର ଅଟକ ରଖିବା ନ୍ୟାୟିକ ପ୍ରକ୍ରିୟା ଏବଂ ନିର୍ଦ୍ଦୋଷତାର ଅନୁମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେମାନେ ମତ ଦେଇଛନ୍ତି। ଏହି ଚିଠିରେ ସ୍ୱାକ୍ଷର କରିଥିବା ଅନ୍ୟ ସାଂସଦମାନଙ୍କ ମଧ୍ୟରେ ଜେମି ରାସ୍କିନ୍, କ୍ରିସ୍ ଭାନ୍ ହୋଲେନ୍, ପିଟର ୱେଲ୍ଚ, ପ୍ରମିଳା ଜୟପାଲ ଏବଂ ରସିଦା ତଲିବ ପ୍ରମୁଖ ସାମିଲ ଅଛନ୍ତି।

ଜେଏନୟୁ (JNU)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ସେପ୍ଟେମ୍ବର ୨୦୨୦ରେ ଦିଲ୍ଲୀ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଲଗାଯାଇଛି। ତେବେ ଉମର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ବର୍ତ୍ତମାନ ତାଙ୍କର ଜାମିନ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

02 Jan 2026 By Madhusudan Das

ଉମର ଖାଲିଦଙ୍କ ସମର୍ଥନରେ ଆମେରିକା: ନ୍ୟୁୟର୍କ ମେୟରଙ୍କ ଚିଠି ପରେ ୮ ସାଂସଦଙ୍କ ନିରପେକ୍ଷ ବିଚାର ଦାବି

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଛାତ୍ର ନେତା ଉମର ଖାଲିଦଙ୍କ ସମର୍ଥନରେ ଏବେ ଆମେରିକାରୁ ସ୍ୱର ଉଠିବା ଆରମ୍ଭ ହୋଇଛି। ନିକଟରେ ନ୍ୟୁୟର୍କ ସିଟିର ନୂତନ ମେୟର ଭାବେ ଶପଥ ଗ୍ରହଣ କରିଥିବା ଜୋହରାନ ମମଦାନୀ ଉମରଙ୍କ ଉଦ୍ଦେଶ୍ୟରେ ଏକ ସମବେଦନାପୂର୍ଣ୍ଣ ଚିଠି ପଠାଇବା ପରେ, ବର୍ତ୍ତମାନ ଆମେରିକାର ୮ ଜଣ ପ୍ରମୁଖ ସାଂସଦ ଭାରତ ସରକାରଙ୍କୁ ଚିଠି ଲେଖି ଉମରଙ୍କ ପାଇଁ ନିରପେକ୍ଷ ବିଚାର ଦାବି କରିଛନ୍ତି।

ନ୍ୟୁୟର୍କ ସିଟିର ମେୟର ଜୋହରାନ ମମଦାନୀ ଶପଥ ଗ୍ରହଣ କରିବାର ଠିକ୍ ପରେ ପରେ ଉମର ଖାଲିଦଙ୍କ ପାଇଁ ଏକ ହାତ ଲେଖା ଚିଠି ପଠାଇଥିଲେ। ଉମରଙ୍କ ସହଯୋଗୀ ବନଜ୍ୟୋତ୍ସ୍ନା ଲାହିରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ଚିଠିକୁ ସେୟାର କରିଛନ୍ତି। ମମଦାନୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେ ପ୍ରାୟତଃ ଉମରଙ୍କ ଲେଖା ଏବଂ ଜେଲ ଜୀବନର ସଂଘର୍ଷ ବିଷୟରେ ଚିନ୍ତା କରନ୍ତି। ବିଶେଷକରି "ତିକ୍ତତାକୁ ନିଜ ଭିତରେ ଘର କରିବାକୁ ନ ଦେବା" ସମ୍ପର୍କରେ ଉମରଙ୍କ ଚିନ୍ତାଧାରାକୁ ସେ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, "ଆମେ ସମସ୍ତେ ତୁମ କଥା ଭାବୁଛୁ।"

ମମଦାନୀଙ୍କ ଏହି ବାର୍ତ୍ତା ପରେ ଉମର ଖାଲିଦଙ୍କ ମାମଲା ଉପରେ ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷିତ ହୋଇଛି। ଆମେରିକାର ୮ ଜଣ ସାଂସଦ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କୁ ଏକ ଚିଠି ଲେଖି ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଉମରଙ୍କୁ ଏକ ନିରପେକ୍ଷ ଏବଂ ସମୟୋଚିତ ବିଚାର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏହି ଚିଠିର ନେତୃତ୍ୱ ନେଇଥିଲେ ଆମେରିକା ହାଉସ୍ ରୁଲ୍ସ କମିଟିର ବରିଷ୍ଠ ସଦସ୍ୟ ଜିମ୍ ମ୍ୟାକଗଭର୍ନ।

ସାଂସଦ ଜିମ୍ ମ୍ୟାକଗଭର୍ନ ଏକ ସାର୍ବଜନୀନ ପୋଷ୍ଟରେ କହିଛନ୍ତି ଯେ, ସେ ଏବଂ ଅନ୍ୟ ସାଂସଦମାନେ ଚଳିତ ମାସ ଆରମ୍ଭରେ ଉମରଙ୍କ ପିତାମାତାଙ୍କୁ ଭେଟିଥିଲେ। ୫ ବର୍ଷରୁ ଅଧିକ ସମୟ ଧରି ବିନା ବିଚାରରେ ଉମରଙ୍କୁ ଜେଲରେ ରଖାଯାଇଥିବାରୁ ସେମାନେ ଉଦବେଗ ପ୍ରକାଶ କରିଛନ୍ତି। ୟୁଏପିଏ ଅଧୀନରେ ଦୀର୍ଘ ଦିନର ଅଟକ ରଖିବା ନ୍ୟାୟିକ ପ୍ରକ୍ରିୟା ଏବଂ ନିର୍ଦ୍ଦୋଷତାର ଅନୁମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେମାନେ ମତ ଦେଇଛନ୍ତି। ଏହି ଚିଠିରେ ସ୍ୱାକ୍ଷର କରିଥିବା ଅନ୍ୟ ସାଂସଦମାନଙ୍କ ମଧ୍ୟରେ ଜେମି ରାସ୍କିନ୍, କ୍ରିସ୍ ଭାନ୍ ହୋଲେନ୍, ପିଟର ୱେଲ୍ଚ, ପ୍ରମିଳା ଜୟପାଲ ଏବଂ ରସିଦା ତଲିବ ପ୍ରମୁଖ ସାମିଲ ଅଛନ୍ତି।

ଜେଏନୟୁ (JNU)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ସେପ୍ଟେମ୍ବର ୨୦୨୦ରେ ଦିଲ୍ଲୀ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଲଗାଯାଇଛି। ତେବେ ଉମର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ବର୍ତ୍ତମାନ ତାଙ୍କର ଜାମିନ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

https://www.thesakala.in/national-international/us-lawmakers-with-zohran-mamdani-urge-fair-trial-for-umar-khalid/article-43895
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର