ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିଛି ଭାରତ: ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

The Sakala Picture
Published On

ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ସଚିବ ଶ୍ରୀଙ୍ଗଲା । ପଡୋଶୀ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବାରୁ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି ଭାରତର ବୈଦେଶିକ ସଚିବ । […]

ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ସଚିବ ଶ୍ରୀଙ୍ଗଲା । ପଡୋଶୀ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବାରୁ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି ଭାରତର ବୈଦେଶିକ ସଚିବ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସେହିପରି କାଶ୍ମୀର ପ୍ରସଙ୍ଗରେ କହୁଥିବା ତାଲିବାନକୁ କଡା ଜବାବ ଦେଇଛି ଭାରତ। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଶୁକ୍ରବାର ଦିନ କହିଛନ୍ତି ଯେ ଭାରତ ସମ୍ବିଧାନର ପାଳନ କରୁଛି । ଏଠି ମସଜିଦରେ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଗୁଳିମାଡ କିମ୍ବା ବୋମା ମାଡ କରାଯାଏ ନାହିଁ । ଆଉ ଏଠି ଝିଅ ମାନଙ୍କ ପାଠପଢା ଉପରେ ମଧ୍ୟ ଅଙ୍କୁଶ ଲଗାଯାଏ ନାହିଁ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ନିକଟରେ ତାଲିବାନ କହିଥିଲା, ସାରା ଦୁନିଆର ମୁସଲମାନଙ୍କ ପାଇଁ ଆବାଜ୍ ଉଠାଇବା ତାଲିବାନର ହକ୍ । ଯାହା ଉପରେ ନକଭି କହିଥିଲେ ଭାରତରେ ରହୁଥିବା ମୁସଲମାନଙ୍କ କଥା ସେମାନଙ୍କର ଚିନ୍ତା କରିବା ଦରକାର ନାହିଁ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

କେବଳ ଏତିକି ନୁହେଁ ଆଫଗାନିସ୍ତାନର ପୂର୍ବତନ ସରକାର ଓ ଆମେରିକାର ହତିଆର ଉପରେ କବଜା କରିବା ପରେ ତାଲିବାନ ଏବେ ସେମାନଙ୍କ ସିକ୍ରେଟ୍ ଜାଣିବାକୁ ଚାହୁଁଛି । ଯେଉଁଥିପାଇଁ ସେମାନେ ଆଫଗାନିସ୍ତାନର ଅସରଫ୍ ଗନି ସରକାରର ଇ-ମେଲ୍ ଆସେସ୍ କରିବାକୁ ଚେଷ୍ଟା କରୁଛି । ଯାହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ମଧ୍ୟ ଆଫଗାନିସ୍ତାନ ସରକାରର ଅନେକ ଇ-ମେଲ୍ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବ୍ଲକ୍ କରିଦେଇଥିବା ସୁତ୍ରରୁ ପ୍ରକାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର