ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିଛି ଭାରତ: ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା

The Sakala Picture
Published On

ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ସଚିବ ଶ୍ରୀଙ୍ଗଲା । ପଡୋଶୀ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବାରୁ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି ଭାରତର ବୈଦେଶିକ ସଚିବ । […]

ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ସଚିବ ଶ୍ରୀଙ୍ଗଲା । ପଡୋଶୀ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବାରୁ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି ଭାରତର ବୈଦେଶିକ ସଚିବ ।

ଆହୁରି ପଢ଼ନ୍ତୁ: ନଭେମ୍ବରରେ ବଢ଼ିବ ପେଟ୍ରୋଲ, ଡିଜେଲ ଓ ମୋବାଇଲ ଟାରିଫ୍; ଆହୁରି ମହଙ୍ଗା ହେବ ଡାଲି, ଅଟା ଓ ଖାଇବା ତେଲ

ସେହିପରି କାଶ୍ମୀର ପ୍ରସଙ୍ଗରେ କହୁଥିବା ତାଲିବାନକୁ କଡା ଜବାବ ଦେଇଛି ଭାରତ। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଶୁକ୍ରବାର ଦିନ କହିଛନ୍ତି ଯେ ଭାରତ ସମ୍ବିଧାନର ପାଳନ କରୁଛି । ଏଠି ମସଜିଦରେ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଗୁଳିମାଡ କିମ୍ବା ବୋମା ମାଡ କରାଯାଏ ନାହିଁ । ଆଉ ଏଠି ଝିଅ ମାନଙ୍କ ପାଠପଢା ଉପରେ ମଧ୍ୟ ଅଙ୍କୁଶ ଲଗାଯାଏ ନାହିଁ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ନିକଟରେ ତାଲିବାନ କହିଥିଲା, ସାରା ଦୁନିଆର ମୁସଲମାନଙ୍କ ପାଇଁ ଆବାଜ୍ ଉଠାଇବା ତାଲିବାନର ହକ୍ । ଯାହା ଉପରେ ନକଭି କହିଥିଲେ ଭାରତରେ ରହୁଥିବା ମୁସଲମାନଙ୍କ କଥା ସେମାନଙ୍କର ଚିନ୍ତା କରିବା ଦରକାର ନାହିଁ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

କେବଳ ଏତିକି ନୁହେଁ ଆଫଗାନିସ୍ତାନର ପୂର୍ବତନ ସରକାର ଓ ଆମେରିକାର ହତିଆର ଉପରେ କବଜା କରିବା ପରେ ତାଲିବାନ ଏବେ ସେମାନଙ୍କ ସିକ୍ରେଟ୍ ଜାଣିବାକୁ ଚାହୁଁଛି । ଯେଉଁଥିପାଇଁ ସେମାନେ ଆଫଗାନିସ୍ତାନର ଅସରଫ୍ ଗନି ସରକାରର ଇ-ମେଲ୍ ଆସେସ୍ କରିବାକୁ ଚେଷ୍ଟା କରୁଛି । ଯାହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ମଧ୍ୟ ଆଫଗାନିସ୍ତାନ ସରକାରର ଅନେକ ଇ-ମେଲ୍ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବ୍ଲକ୍ କରିଦେଇଥିବା ସୁତ୍ରରୁ ପ୍ରକାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର