+2 ଛାତ୍ରୀଙ୍କୁ ୭ ଦିନ ଧରି ଗଣଦୁଷ୍କର୍ମ କରିଥିଲେ ୨୩ ଯୁବକ, ଭିଡିଓ ଭାଇରାଲ କରିବାକୁ ଧମକ…

The Sakala Picture
Published On

ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଏଠାରେ ଜଣେ ଆଥ୍‌ଲେଟ ତଥା ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ (ମାର୍ଚ୍ଚ ୨୯ରୁ ଏପ୍ରିଲ ୪) ପର୍ଯ୍ୟନ୍ତ ରଖି ୨୩ ଯୁବକ ଏହି ନାରକୀୟ କାଣ୍ଡ କରିଛନ୍ତି। ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ପୁଲିସ ୬ ଜଣଙ୍କୁ ଗିରଫ କଲାଣି। ଏହି ଯୁବତୀ ଗତ […]

ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଏଠାରେ ଜଣେ ଆଥ୍‌ଲେଟ ତଥା ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ (ମାର୍ଚ୍ଚ ୨୯ରୁ ଏପ୍ରିଲ ୪) ପର୍ଯ୍ୟନ୍ତ ରଖି ୨୩ ଯୁବକ ଏହି ନାରକୀୟ କାଣ୍ଡ କରିଛନ୍ତି। ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ପୁଲିସ ୬ ଜଣଙ୍କୁ ଗିରଫ କଲାଣି। ଏହି ଯୁବତୀ ଗତ ୨୯ ତାରିଖରୁ ନିଖୋଜ ଥିଲେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ପୁଲିସ ସୂଚନା ଅନୁଯାୟୀ] ପୀଡ଼ିତା (୧୮)କ୍ରୀଡ଼ା ଶିକ୍ଷାରେ ନାମ ଲେଖାଇବାକୁ ଚାହୁଁଥିଲେ। ତେଣୁ ସେ ଅଭ୍ୟାସ ପାଇଁ ପ୍ରତିଦିନ ୟୁପି କଲେଜକୁ ଯାଉଥିଲେ। ଏହା ସହିତ ଏକ ସ୍ପା ସେଣ୍ଟରରେ ମଧ୍ୟ କାମ କରୁଥିଲେ। ଗତ ୨୯ ତାରିଖରେ ଜଣେ ସାଙ୍ଗ ଯୁବତୀଙ୍କୁ ବାରାଣସୀର ପିଶାଚମୋଚନ ସ୍ଥିତ ହୁକା ବାର୍‌କୁ ନେଇ ଯାଇଥିଲା। ଏଠାରେ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ଏଠାରେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସରେ ନିଶା ଦିଆଯାଇଥିଲା। ପରେ ସିଗ୍ରା ଅଞ୍ଚଳର ଭିନ୍ନ ଭିନ୍ନ ହୋଟେଲକୁ ନିଆ ଯାଇଥିଲା। ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା। କିଛି ଅଭିଯୁକ୍ତ ପୀଡ଼ିତାଙ୍କ ପୂର୍ବତନ ସହପାଠୀ ଥିଲେ। ଆଉ କିଛି ଇନଷ୍ଟାଗ୍ରାମରେ ତାଙ୍କୁ ଭେଟିଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପୀଡ଼ିତା ପରିବାରର ଅଭିଯୋଗ ପରେ ପୁଲିସ ହୁକ୍କା ବାର୍‌ କର୍ମଚାରୀଙ୍କୁ ଜେରା କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଡିସିପି ଚନ୍ଦ୍ରକାନ୍ତ ମୀନା କହିଛନ୍ତି ଯେ ଯୁବତୀ ପ୍ରଥମେ ନିଜ ଇଚ୍ଛାରେ ସାଙ୍ଗଙ୍କ ସହ ଯାଇଥିଲା। ପରେ ଗତ ଚାରି ତାରିଖରେ ପରିବାର ଲୋକ ଏତଲା ଦେଇଥିଲେ। ସେହି ଦିନ ମଧ୍ୟ ପୀଡ଼ିତାଙ୍କୁ ଠାବ କରାଯାଇଥିଲା। ସେହିଦିନ ପୀଡ଼ିତା କିମ୍ବା ତାଙ୍କ ପରିବାର ପକ୍ଷରୁ ଯୌନ ଉତ୍ପୀଡ଼ନ ନେଇ କୌଣସି ଅଭିଯୋଗ କରାଯାଇ ନ ଥିଲା। ଏହାର ଦୁଇ ଦିନ ପରେ ରବିବାର ଲାଲପୁର ଥାନାରେ ଗଣଦୁଷ୍କର୍ମ ନେଇ ଏତଲା ଦିଆଯାଇଥିଲା। ଏହା ପୂର୍ବରୁ ଛାତ୍ରୀଙ୍କ ବାପା କହିଥିଲେ ଯେ ଚଳନ୍ତା କାର୍‌ରେ ଝିଅକୁ ଗଣଦୁଷ୍କର୍ମ କରାଯାଇଛି। ଏହା ପରେ ରାତିରେ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ପୀଡ଼ିତାଙ୍କ ମା’ କହିଛନ୍ତି ଯେ ଘରକୁ ଫେରିବା ଦିନ ଝିଅ ବହୁତ ଭୟଭତୀ ଥିଲା। ବୁଝାଇସୁଝାଇ ପଚାରିବା ପରେ ସେ ଘଟଣାକ୍ରମ ବିଷୟରେ କହିଥିଲା। ଗତ ୨୯ରେ ସାଙ୍ଗ ରାଜ୍‌ ବିଶ୍ବକର୍ମା ତାକୁ ବୁଲାଇବାକୁ ନେଇ ଯାଇଥିଲା। ପରେ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ଭିଡିଓ ବନାଇ ଥିଲା। ଏହା ପରେ ଝିଅ ୩୦ ତାରିଖରେ ଘରକୁ ଫେରିବାକୁ ଚାହୁଁଥିଲା। କିନ୍ତୁ ରାଜ୍‌ର ସାଙ୍ଗ ସମୀର, ଆୟୁଷ ସିଂହ ସହିତ ଆଉ କିଛି ଯୁବକ ସେହି ହୋଟେଲକୁ ଯାଇ ଭିଡିଓ ଭାଇରଲ କରିବା ଧମକ ଦେଇ ଦୁଷ୍କର୍ମ କରିଥିଲେ। ଝିଅ ଫୋନ ମଧ୍ୟ ଛଡ଼ାଇ ନେଇଥିଲେ। ଏବେ ପୁଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ଟିମ୍‌ ଗଠନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର