ଖୋଳା ହେବ କୁତବ ମୀନାର ପରିସର, ଏଏସଆଇକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ଏଏସଆଇ)କୁ ନିର୍ଦେଶ ଦେଇଛନ୍ତି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। କୁତବ ମୀନାର ପରିସରରେ ଖନନ […]

ନୂଆଦିଲ୍ଲୀ : ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ଏଏସଆଇ)କୁ ନିର୍ଦେଶ ଦେଇଛନ୍ତି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

କୁତବ ମୀନାର ପରିସରରେ ଖନନ କରାଯିବାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ। ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ, କୁତବ ମୀନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। କେବଳ କୁତବ ମୀନାର ନୁହେଁ, ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ମଧ୍ୟ ଖନନ କାର୍ଯ୍ୟ କରାଯିବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

କୁତବ ମୀନାର ପରିସରରେ ଖନନ କରାଯିବା ପାଇଁ ନିର୍ଦେଶ ଦେବା ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଅନ୍ୟ ୧୨ ଜଣ ଟିମ ସହ ଏହାର ନିରୀକ୍ଷଣ କରିଥିଲେ । ଏହି ଟିମରେ ୩ ଜଣ ଇତିହାସକାର, ଏଏସଆଇର ୪ ଜଣ ଅଧିକାରୀ ଉପସ୍ଥିତ ଥିଲେ । ଏହି ମାମଲାରେ ଏଏସଆଇର ଜଣେ ଅଧିକାରୀ କହିଛନ୍ତି କି ୧୯୯୧ ମସିହାରେ ପରେ କେବେ ବି କୁତବ ମୀନାର ପରିସର ଖୋଳାଯାଇ ନାହିଁ। ଏଥିସହ ଅନେକ ରିସର୍ଚ୍ଚ କରିବା ବାକି ରହିଛି। ଏହି କାରଣରୁ ପରିସରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଏଠାରେ ସୂଚନାଯୋଗ୍ୟ କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ତାଙ୍କ ଦାବି ଅନୁସାରେ କୁତବ ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ରାଜା ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ । ସୂର୍ଯ୍ୟଙ୍କ ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ। କେବଳ ଶ୍ରୀ ଶର୍ମା ନୁହଁନ୍ତି ବିଶ୍ୱହିନ୍ଦୁ ପରିଷଦ ପ୍ରବକ୍ତା ବିନୋଦ ବନସଲ ମଧ୍ୟ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ବୋଲି କହିଥିଲେ। ୨୭ ହିନ୍ଦୁ-ଜୈନ ମନ୍ଦିର ଭାଙ୍ଗି ସେଥିରୁ ସାମଗ୍ରୀ ଆଣି କୁତବ ମୀନାର ନିର୍ମାଣ କରାଯାଇଥିଲା ବୋଲି ସେ ଦାବି କରିଥିଲେ। କୁତବ ମୀନାର ଭିତରୁ ୧୨୦୦ ବର୍ଷ ପୁରୁଣା ଭଗବାନ ନରସିଂହଙ୍କର ଏକ ମୂର୍ତ୍ତି, ଶ୍ରୀ ଗଣେଷ ଓ ଶ୍ରୀକୃଷ୍ଣଙ୍କର ପୁରୁଣା ମୂର୍ତ୍ତୀ ଉଦ୍ଧାର ହୋଇଥିଲା। ଏଥିପାଇଁ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ନାଁରେ ପୁନଃ ନାମିତ କରିବାକୁ ଅନେକ ହିନ୍ଦୁ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିରୋଧରେ ହନୁମାନ ଚାଳିଶା ପଢ଼ିଥିଲେ।

22 May 2022 By The Sakala

ଖୋଳା ହେବ କୁତବ ମୀନାର ପରିସର, ଏଏସଆଇକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ଏଏସଆଇ)କୁ ନିର୍ଦେଶ ଦେଇଛନ୍ତି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ।

କୁତବ ମୀନାର ପରିସରରେ ଖନନ କରାଯିବାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ। ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ, କୁତବ ମୀନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। କେବଳ କୁତବ ମୀନାର ନୁହେଁ, ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ମଧ୍ୟ ଖନନ କାର୍ଯ୍ୟ କରାଯିବ।

କୁତବ ମୀନାର ପରିସରରେ ଖନନ କରାଯିବା ପାଇଁ ନିର୍ଦେଶ ଦେବା ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଅନ୍ୟ ୧୨ ଜଣ ଟିମ ସହ ଏହାର ନିରୀକ୍ଷଣ କରିଥିଲେ । ଏହି ଟିମରେ ୩ ଜଣ ଇତିହାସକାର, ଏଏସଆଇର ୪ ଜଣ ଅଧିକାରୀ ଉପସ୍ଥିତ ଥିଲେ । ଏହି ମାମଲାରେ ଏଏସଆଇର ଜଣେ ଅଧିକାରୀ କହିଛନ୍ତି କି ୧୯୯୧ ମସିହାରେ ପରେ କେବେ ବି କୁତବ ମୀନାର ପରିସର ଖୋଳାଯାଇ ନାହିଁ। ଏଥିସହ ଅନେକ ରିସର୍ଚ୍ଚ କରିବା ବାକି ରହିଛି। ଏହି କାରଣରୁ ପରିସରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଏଠାରେ ସୂଚନାଯୋଗ୍ୟ କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ତାଙ୍କ ଦାବି ଅନୁସାରେ କୁତବ ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ରାଜା ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ । ସୂର୍ଯ୍ୟଙ୍କ ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ। କେବଳ ଶ୍ରୀ ଶର୍ମା ନୁହଁନ୍ତି ବିଶ୍ୱହିନ୍ଦୁ ପରିଷଦ ପ୍ରବକ୍ତା ବିନୋଦ ବନସଲ ମଧ୍ୟ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ବୋଲି କହିଥିଲେ। ୨୭ ହିନ୍ଦୁ-ଜୈନ ମନ୍ଦିର ଭାଙ୍ଗି ସେଥିରୁ ସାମଗ୍ରୀ ଆଣି କୁତବ ମୀନାର ନିର୍ମାଣ କରାଯାଇଥିଲା ବୋଲି ସେ ଦାବି କରିଥିଲେ। କୁତବ ମୀନାର ଭିତରୁ ୧୨୦୦ ବର୍ଷ ପୁରୁଣା ଭଗବାନ ନରସିଂହଙ୍କର ଏକ ମୂର୍ତ୍ତି, ଶ୍ରୀ ଗଣେଷ ଓ ଶ୍ରୀକୃଷ୍ଣଙ୍କର ପୁରୁଣା ମୂର୍ତ୍ତୀ ଉଦ୍ଧାର ହୋଇଥିଲା। ଏଥିପାଇଁ କୁତବ ମୀନାରକୁ ବିଷ୍ଣୁ ସ୍ତମ୍ବ ନାଁରେ ପୁନଃ ନାମିତ କରିବାକୁ ଅନେକ ହିନ୍ଦୁ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିରୋଧରେ ହନୁମାନ ଚାଳିଶା ପଢ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର