ଅନ୍ତରୀଣ ବଜେଟ୍ ଦେଶର ୪ ସ୍ତମ୍ଭକୁ ଅଧିକ ମଜଭୁତ କରିବ: ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଦେଶର ଯୁବ ଗୋଷ୍ଠୀ, କୃଷକ, […]

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୋଦୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଦେଶର ଯୁବ ଗୋଷ୍ଠୀ, କୃଷକ, ଗରିବ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବ । ସେ କହିଛନ୍ତି ଯେ ଏହି ଐତିହାସିକ ବଜେଟ୍ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବ । ଏହି ବଜେଟ୍ ଅନ୍ତରୀଣ ଇପାରେ କିନ୍ତୁ ଆସନ୍ତା ବର୍ଷ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ମୋଦୀ ଆହୁରି କହିଛନ୍ତି ଯେ, ‘ଆମେ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ, ଏହାକୁ ହାସଲ କରୁଛୁ ଏବଂ ତା’ପରେ ନିଜ ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଗାଁ ଓ ସହରରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ଏବେ ଆହୁରି ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରିଛୁ । ଆମେ ୨ କୋଟି କୋଟିପତି ଦିଦିଙ୍କୁ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବେ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି’। ଆମର ଲକ୍ଷ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି, ଯାହା ଏହି ବଜେଟରେ ହାସଲ କରାଯାଇଛି । ଆଜିର ବଜେଟ୍ ଏକ ଅନ୍ତର୍ଭୂକ୍ତ ଏବଂ ଅଭିନବ ବଜେଟ୍ ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ଆଜି ଘୋଷଣା କରାଯାଇଥିବା ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ବହୁତ ଆଶ୍ବସ୍ତି ଦେବ ପ୍ରଧାନମନ୍ତ୍ରୀ  କହିଛନ୍ତି। ଏହି ବଜେଟରେ ରିସର୍ଚ୍ଚ ଇନୋଭେସନ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

01 Feb 2024 By The Sakala

ଅନ୍ତରୀଣ ବଜେଟ୍ ଦେଶର ୪ ସ୍ତମ୍ଭକୁ ଅଧିକ ମଜଭୁତ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଦେଶର ଯୁବ ଗୋଷ୍ଠୀ, କୃଷକ, ଗରିବ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବ । ସେ କହିଛନ୍ତି ଯେ ଏହି ଐତିହାସିକ ବଜେଟ୍ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବ । ଏହି ବଜେଟ୍ ଅନ୍ତରୀଣ ଇପାରେ କିନ୍ତୁ ଆସନ୍ତା ବର୍ଷ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୋଦୀ ଆହୁରି କହିଛନ୍ତି ଯେ, ‘ଆମେ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ, ଏହାକୁ ହାସଲ କରୁଛୁ ଏବଂ ତା’ପରେ ନିଜ ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଗାଁ ଓ ସହରରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ଏବେ ଆହୁରି ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରିଛୁ । ଆମେ ୨ କୋଟି କୋଟିପତି ଦିଦିଙ୍କୁ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବେ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି’। ଆମର ଲକ୍ଷ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି, ଯାହା ଏହି ବଜେଟରେ ହାସଲ କରାଯାଇଛି । ଆଜିର ବଜେଟ୍ ଏକ ଅନ୍ତର୍ଭୂକ୍ତ ଏବଂ ଅଭିନବ ବଜେଟ୍ ।

ଆଜି ଘୋଷଣା କରାଯାଇଥିବା ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ବହୁତ ଆଶ୍ବସ୍ତି ଦେବ ପ୍ରଧାନମନ୍ତ୍ରୀ  କହିଛନ୍ତି। ଏହି ବଜେଟରେ ରିସର୍ଚ୍ଚ ଇନୋଭେସନ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp