Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

Madhusudan Das Picture
Published On

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ବଜେଟରେ ନିର୍ମଳା ଅନେକ ଘୋଷଣା କରିଛନ୍ତି। ଭାରତକୁ ‘ବୈଶ୍ବିକ ବାୟୋଫାର୍ମା ହବ୍’ ଭାବେ ଗଢ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚ ହ୍ରାସ କରିବାକୁ ପଦକ୍ଷେପ ନେଇଛନ୍ତି। କର୍କଟ, ମଧୁମେହ  ରୋଗୀଙ୍କୁ ସରକାର ବଜେଟ୍‌ରେ ବଡ଼ ଆଶ୍ବସ୍ତି ଦେଇଛନ୍ତି। କର୍କଟ ଚିକିତ୍ସାରେ ବ୍ୟବହୃତ ୧୭ଟି ଗୁରୁତ୍ବପୂର୍ଣ୍ଣ ଔଷଧ ଉପରେ ଲାଗୁ ସୀମାଶୁଳ୍କକୁ ସରକାର ହଟାଇ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲେ ବିବାହିତ ନୌସେନା କର୍ମଚାରୀ

ଏହି ଔଷଧଗୁଡ଼ିକ ବିଦେଶରୁ ଆମଦାନୀ କରାଯାଇଥାଏ। ଏହା ଉପରେ ୫ପ୍ରତିଶତ ସୀମାଶୁଳ୍କ ଲଗାଯାଉଥିଲା। ହୋମୋଫିଲିଆ, ସିକିଲ୍‌ ସେଲ ଏବଂ ମସ୍କୁଲାର ଡିଷ୍ଟ୍ରଫି ଭଳି ୭ ଜଟିଳ ରୋଗର ଔଷଧକୁ ଏବେ ଶୁଳ୍କମୁକ୍ତ କରିଦିଆଯାଇଛି। ଏହାବ୍ୟତୀତ ୭ ଜଟିଳ ରୋଗର ଚିକିତ୍ସା ପାଇଁ ବାହାରୁ ଆସୁଥିବା ଔଷଧ, ଉପକରଣ ଏବଂ ସ୍ବତନ୍ତ୍ର ଖାଦ୍ୟ ଉପରୁ ମଧ୍ୟ ଟିକସ ହଟାଇ ଦିଆଯାଇଛି। ଏହାଦ୍ବାରା ବିଦେଶୀ ଔଷଧ ଉପରେ ନିର୍ଭର ଥିବା ପରିବାରକୁ ଆର୍ଥିକ ଲାଭ ମିଳିବ। ତେବେ କେଉଁ କେଉଁ ଔଷଧର ମୂଲ୍ୟ ହ୍ରାସ ପାଇବ ତାହାର ତାଲିକା ସରକାରଙ୍କ ପକ୍ଷରୁ ଜାରି କରାଯାଇ ନାହିଁ। ସେହିପରି, ନବୋନ୍ମେଷକୁ ପ୍ରୋତ୍ସାହନ ଦେଇ ଅଣ-ସଂକ୍ରାମକ ରୋଗର ଚିକିତ୍ସାକୁ ସୁଲଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ୧୦ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।  ଏହି ନିବେଶ ଦ୍ବାରା କେବଳ ଔଷଧ ମୂଲ୍ୟ ହ୍ରାସ ହେବ ନାହିଁ, ବରଂ ବାୟୋ-ଫାର୍ମା ଶକ୍ତି ଏବଂ ବାୟୋଲଜିକ୍ସ ଉତ୍ପାଦନରେ ଭାରତ ବିଶ୍ବର ନେତୃତ୍ବ ନେବ।

ଆହୁରି ପଢ଼ନ୍ତୁ: ନାଗପୁରରେ ୧୩ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ: ସ୍କୁଲ ଗେଟରୁ ଉଠାଇ ହୋଟେଲରେ କରୁଥିଲା ଯୌନ ନିର୍ଯାତନା, ଅଭିଯୁକ୍ତ ଗିରଫ

ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ମୁମ୍ବଇ ଭଳି ବଡ଼ସହରକୁ ଯାଉଥିବା ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସରକାର ବଜେଟରେ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିରେ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପକେଟ୍‌କୁ ଧ୍ୟାନରେ ରଖି ୩ଟି ନୂତନ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଏବଂ ୫ଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ବା ମେଡିକାଲ୍‌ ହବ୍‌ ନିର୍ମାଣ ନିଷ୍ପତ୍ତି ନିଆଯାଇଛି। ଏହି ହବ୍‌ଗୁଡ଼ିକର ଉଦ୍ଦେଶ୍ୟ କେବଳ ଚିକିତ୍ସା ଯୋଗାଇବା ନୁହେଁ, ବରଂ ଏହା ଚିକିତ୍ସା ଗବେଷଣା ଏବଂ ତାଲିମକୁ ପ୍ରୋତ୍ସାହିତ କରିବ। ଏହି କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବା ସୁବିଧା ସହଜରେ ଉପଲବ୍ଧ ହେବ ଏବଂ ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ସରକାର ଏହି ହବ୍‌ଗୁଡ଼ିକ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଯୋଜନା କରିଛନ୍ତି।

ଆହୁରି ପଢ଼ନ୍ତୁ: ନାଳନ୍ଦାର ଶୀତଳା ମାତା ମନ୍ଦିରରେ ଦଳାଚକଟା: ୮ ଜଣଙ୍କ ମୃତ୍ୟୁ, ଏସଏଚଓ ନିଲମ୍ବିତ

02 Feb 2026 By Madhusudan Das

Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ବଜେଟରେ ନିର୍ମଳା ଅନେକ ଘୋଷଣା କରିଛନ୍ତି। ଭାରତକୁ ‘ବୈଶ୍ବିକ ବାୟୋଫାର୍ମା ହବ୍’ ଭାବେ ଗଢ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚ ହ୍ରାସ କରିବାକୁ ପଦକ୍ଷେପ ନେଇଛନ୍ତି। କର୍କଟ, ମଧୁମେହ  ରୋଗୀଙ୍କୁ ସରକାର ବଜେଟ୍‌ରେ ବଡ଼ ଆଶ୍ବସ୍ତି ଦେଇଛନ୍ତି। କର୍କଟ ଚିକିତ୍ସାରେ ବ୍ୟବହୃତ ୧୭ଟି ଗୁରୁତ୍ବପୂର୍ଣ୍ଣ ଔଷଧ ଉପରେ ଲାଗୁ ସୀମାଶୁଳ୍କକୁ ସରକାର ହଟାଇ ଦେଇଛନ୍ତି। 

ଏହି ଔଷଧଗୁଡ଼ିକ ବିଦେଶରୁ ଆମଦାନୀ କରାଯାଇଥାଏ। ଏହା ଉପରେ ୫ପ୍ରତିଶତ ସୀମାଶୁଳ୍କ ଲଗାଯାଉଥିଲା। ହୋମୋଫିଲିଆ, ସିକିଲ୍‌ ସେଲ ଏବଂ ମସ୍କୁଲାର ଡିଷ୍ଟ୍ରଫି ଭଳି ୭ ଜଟିଳ ରୋଗର ଔଷଧକୁ ଏବେ ଶୁଳ୍କମୁକ୍ତ କରିଦିଆଯାଇଛି। ଏହାବ୍ୟତୀତ ୭ ଜଟିଳ ରୋଗର ଚିକିତ୍ସା ପାଇଁ ବାହାରୁ ଆସୁଥିବା ଔଷଧ, ଉପକରଣ ଏବଂ ସ୍ବତନ୍ତ୍ର ଖାଦ୍ୟ ଉପରୁ ମଧ୍ୟ ଟିକସ ହଟାଇ ଦିଆଯାଇଛି। ଏହାଦ୍ବାରା ବିଦେଶୀ ଔଷଧ ଉପରେ ନିର୍ଭର ଥିବା ପରିବାରକୁ ଆର୍ଥିକ ଲାଭ ମିଳିବ। ତେବେ କେଉଁ କେଉଁ ଔଷଧର ମୂଲ୍ୟ ହ୍ରାସ ପାଇବ ତାହାର ତାଲିକା ସରକାରଙ୍କ ପକ୍ଷରୁ ଜାରି କରାଯାଇ ନାହିଁ। ସେହିପରି, ନବୋନ୍ମେଷକୁ ପ୍ରୋତ୍ସାହନ ଦେଇ ଅଣ-ସଂକ୍ରାମକ ରୋଗର ଚିକିତ୍ସାକୁ ସୁଲଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ୧୦ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।  ଏହି ନିବେଶ ଦ୍ବାରା କେବଳ ଔଷଧ ମୂଲ୍ୟ ହ୍ରାସ ହେବ ନାହିଁ, ବରଂ ବାୟୋ-ଫାର୍ମା ଶକ୍ତି ଏବଂ ବାୟୋଲଜିକ୍ସ ଉତ୍ପାଦନରେ ଭାରତ ବିଶ୍ବର ନେତୃତ୍ବ ନେବ।

ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ମୁମ୍ବଇ ଭଳି ବଡ଼ସହରକୁ ଯାଉଥିବା ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସରକାର ବଜେଟରେ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିରେ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପକେଟ୍‌କୁ ଧ୍ୟାନରେ ରଖି ୩ଟି ନୂତନ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଏବଂ ୫ଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ବା ମେଡିକାଲ୍‌ ହବ୍‌ ନିର୍ମାଣ ନିଷ୍ପତ୍ତି ନିଆଯାଇଛି। ଏହି ହବ୍‌ଗୁଡ଼ିକର ଉଦ୍ଦେଶ୍ୟ କେବଳ ଚିକିତ୍ସା ଯୋଗାଇବା ନୁହେଁ, ବରଂ ଏହା ଚିକିତ୍ସା ଗବେଷଣା ଏବଂ ତାଲିମକୁ ପ୍ରୋତ୍ସାହିତ କରିବ। ଏହି କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବା ସୁବିଧା ସହଜରେ ଉପଲବ୍ଧ ହେବ ଏବଂ ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ସରକାର ଏହି ହବ୍‌ଗୁଡ଼ିକ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଯୋଜନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର