ଦେଶରେ ତୀବ୍ର ହେଲାଣି ବେକାରୀ ସ୍ଥିତି: ସହରାଞ୍ଚଳରେ ୧୮% ଓ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ଯୁବଗୋଷ୍ଠୀ ବେକାରୀ…

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଦେଶରେ ତୀବ୍ର ହେଲାଣି ବେକାରୀ ସ୍ଥିତି। ଗାଁରୁ ସହରାଞ୍ଚଳ ସବୁଠି ଯୁବବର୍ଗ ବେକାର ବସିଛନ୍ତି। ବିଶେଷ ଭାବରେ ୧୫-୨୯ ବୟସ ବର୍ଗର ଯୁବକଯୁବତୀ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଦେଶରେ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁତା ଓ ବେକାରୀ ବୃଦ୍ଧିର ଏପରି ଚିତ୍ର ପ୍ରତିଫଳିତ ହୋଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟରେ। ୨୦୨୫ ଜୁନ୍‌ ମାସରେ ଦେଶରେ ସାମଗ୍ରିକ ବେକାରୀ ହାର କେବଳ ବୃଦ୍ଧି ପାଇନାହିଁ, ସହରାଞ୍ଚଳରେ ଚାକିରି ନିମନ୍ତେ ସକ୍ଷମ […]

ନୂଆଦିଲ୍ଲୀ: ପୁଣି ଦେଶରେ ତୀବ୍ର ହେଲାଣି ବେକାରୀ ସ୍ଥିତି। ଗାଁରୁ ସହରାଞ୍ଚଳ ସବୁଠି ଯୁବବର୍ଗ ବେକାର ବସିଛନ୍ତି। ବିଶେଷ ଭାବରେ ୧୫-୨୯ ବୟସ ବର୍ଗର ଯୁବକଯୁବତୀ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଦେଶରେ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁତା ଓ ବେକାରୀ ବୃଦ୍ଧିର ଏପରି ଚିତ୍ର ପ୍ରତିଫଳିତ ହୋଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟରେ। ୨୦୨୫ ଜୁନ୍‌ ମାସରେ ଦେଶରେ ସାମଗ୍ରିକ ବେକାରୀ ହାର କେବଳ ବୃଦ୍ଧି ପାଇନାହିଁ, ସହରାଞ୍ଚଳରେ ଚାକିରି ନିମନ୍ତେ ସକ୍ଷମ ୧୫ ବର୍ଷରୁ ୨୦ ବର୍ଷ ବୟସର ଯୁବକଙ୍କ ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଦେଶରେ ବେକାରୀ ହାର ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଗତ ମେ’ ମାସରେ ଦେଶର ଗ୍ରାମାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗର ଯୁବକଯୁବତୀଙ୍କ ବେକାରୀ ହାର ୧୫% ରହିଥିଲା, ମାତ୍ର ଜୁନ୍‌ ମାସରେ ଏହା ବୃଦ୍ଧି ପାଇ ୧୫.୩ ପ୍ରତିଶତରେ ପହଞ୍ଚିଛି। ସେହିପରି ସହରାଞ୍ଚଳରେ ଏହି ବର୍ଗର ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ, କୃଷି , ମନରେଗା ଭଳି ନିଯୁକ୍ତି ଯୋଜନା ଯୋଗୁଁ କିଛି ବେକାରୀହାର ସହରାଞ୍ଚଳଠାରୁ କିଞ୍ଚିତ୍‌ କମ୍‌ ରହିଛି। ମାତ୍ର ସହରାଞ୍ଚଳରେ ଶିକ୍ଷିତ ବେକାରଙ୍କ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା ହୋଇ ପାରି ନ ଥିବାରୁ ସଂଗଠିତ କ୍ଷେତ୍ରରେ ଚାକିରିର ଅଭାବ ଦେଖା ଦେଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏନ୍‌ଏସ୍‌ଓ ଦେଶର ସାମ୍ପ୍ରତିକ ସାପ୍ତାହିକ ସ୍ଥିତି (ସିଡବ୍ଲ୍ୟୁଏସ୍‌) ଆଧାରରେ ବେକାରି ହାରର ଅନୁଧ୍ୟାନ କରିଥାଏ ଓ ପ୍ରତି ସପ୍ତାହର କାର୍ଯ୍ୟ ଅବଧିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିଥାଏ। ଯଦି ଜଣେ ବ୍ୟକ୍ତି ସପ୍ତାହରେ ଗୋଟିଏ ଘଣ୍ଟା କିମ୍ବା କୌଣସି ଦିନ କାମ ପାଇନାହାଁନ୍ତି, ତେବେ ତାଙ୍କୁ ସପ୍ତାହରେ ବେକାର ବୋଲି ବିବେଚନା କରାଯାଏ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର