ସିଏମ୍‌ଆଇଇ ରିପୋର୍ଟ: ଦେଶରେ ବେକାରୀ ହାର ଉତ୍କଟ, ହରିଆଣାରେ ଦେଶର ସବୁଠୁ ଅଧିକ ବେକାରୀ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡ଼ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର। ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ପ୍ରମୁଖ କ୍ଷେତ୍ର (କୋର୍‌ ସେକ୍ଟର)କୁ ବିକଶିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ବିଡ଼ମ୍ବନା ହେଉଛି ନିଯୁକ୍ତି ତ ଦୂରର କଥା, ଦେଶର ବେକାରୀ ହାର ଉତ୍କଟ ହେବା ସହ ସମ୍ପ୍ରତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି । କୋର ସେକ୍ଟରଗୁଡ଼ିକର ବୃଦ୍ଧି ହାର ୪.୫% ହ୍ରାସ ପାଇବା, […]

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡ଼ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର। ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ପ୍ରମୁଖ କ୍ଷେତ୍ର (କୋର୍‌ ସେକ୍ଟର)କୁ ବିକଶିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ବିଡ଼ମ୍ବନା ହେଉଛି ନିଯୁକ୍ତି ତ ଦୂରର କଥା, ଦେଶର ବେକାରୀ ହାର ଉତ୍କଟ ହେବା ସହ ସମ୍ପ୍ରତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି । କୋର ସେକ୍ଟରଗୁଡ଼ିକର ବୃଦ୍ଧି ହାର ୪.୫% ହ୍ରାସ ପାଇବା, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ, ସର୍ବୋପରି ନିଯୁକ୍ତି ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ନ ହେବା ଦେଶର ବେକାରୀ ହାର ବୃଦ୍ଧି ପଛରେ ପ୍ରମୁଖ କାରଣ ହୋଇଥିବା ବିଶେଷଜ୍ଞମାନେ ମନେ କରୁଛନ୍ତି। ବିଶେଷ ଭାବରେ ୮ ପ୍ରମୁଖକ୍ଷେତ୍ର କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରେ ଚଳିତ ଆର୍ଥିକ ବର୍ଷରେ ବୃଦ୍ଧିହାର ପୂର୍ବ ବର୍ଷ ୨୦୨୧-୨୨ ତୁଳନାରେ ୨୧.୪%ରୁ ୧୧.୫%କୁ ହ୍ରାସ ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରିଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ମାଡିଆସୁଛି 'ସୁପର ଏଲ୍ ନିନୋ': ଜଳବାୟୁ, ଖାଦ୍ୟ ଦର ଏବଂ ପର୍ଯ୍ୟଟନ ଉପରେ କ'ଣ ରହିବ ପ୍ରଭାବ?

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍ଆଇଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଦେଶର ବେକାରୀ ହାର ୬.୮ ପ୍ରତିଶତ ଏବଂ ନିଯୁକ୍ତି ୩୯.୭ କୋଟି ରହିଥିଲା। ମାତ୍ର ଅଗଷ୍ଟ ମାସରେ ଏହି ବେକାରୀ ହାର ବୃଦ୍ଧି ପାଇ ୮.୩%ରେ ପହଞ୍ଚିଛି । ଯାହା କି ସାରା ବର୍ଷ ମଧ୍ୟରେ ସର୍ବାଧିକ । ସିଏମ୍ଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତିଯେ ଦେଶର ସହରାଞ୍ଚଳର ଅଗଷ୍ଟ ମାସରେ ବେକାରୀ ହାର ୯.୬% ଏବଂ ଗ୍ରାମାଞ୍ଚଳର ବେକାରୀ ହାର ୭.୭%କୁ ବୃଦ୍ଧି ପାଇଛି । କେବଳ ଗ୍ରାମାଞ୍ଚଳରେ ବେକାରୀ ହାର ଜୁଲାଇରେ ୬.୧ ପ୍ରତିଶତରୁ ଅଗଷ୍ଟରେ ୭.୭ ପ୍ରତିଶତକୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ହାର ୩୭.୬ ପ୍ରତିଶତରୁ ୩୭.୩ ପ୍ରତିଶତକୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଏହି ରିପୋର୍ଟ ବେକାରୀ ହାର କ୍ଷେତ୍ରରେ ହରିୟାଣା ଦେଶର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହି ରାଜ୍ୟରେ ବେକାରୀ ହାର ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହାପଛକୁ ଜମ୍ମୁ କାଶ୍ମୀରରେ ବେକାରୀ ହାର ୩୨.୮ ପ୍ରତିଶତ, ରାଜସ୍ଥାନରେ ୩୧.୪ ପ୍ରତିଶତ, ଝାଡଖଣ୍ଡରେ ୧୭.୩ ପ୍ରତିଶତ ଏବଂ ତ୍ରିପୁରାରେ ୧୬.୩ ପ୍ରତିଶତ ରହିଛି। ସାରା ଦେଶରେ ଛତିଶଗଡରେ ବେକାରୀ ହାର ସବୁଠୁ କମ୍ । ଏଠାରେ ବେକାରୀ ହାର ମାତ୍ର ୦.୪ ପ୍ରତିଶତ । ସେହିପରି ମେଘାଳୟରେ ୨ ପ୍ରତିଶତ, ମହାରାଷ୍ଟ୍ର ୨.୨ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ଏହି ରିପୋର୍ଟ ଅନୁସାରେ ଦେଶର ହାରାହାରି ବେକାରୀ ହାର ଓ ଅନ୍ୟ ବଡ଼ ରାଜ୍ୟର ବେକାରୀ ହାରଠାରୁ ଓଡ଼ିଶାର ସ୍ଥିତି ଯଥେଷ୍ଟ ଉନ୍ନତ । ଓଡ଼ିଶାରେ ଏହି ହାର ମାତ୍ର ୨.୬% ରହିଥିବା ସିଏମ୍ଆଇଇ ରିପୋର୍ଟରେ ଉଲ୍ଲେଖ ରହିଛି । ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କ ନିଯୁକ୍ତି ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର ଖାଲି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଆସନ୍ତା ୨୦୨୩ ସୁଦ୍ଧା ଖାଲି ହେବାକୁ ଥିବା ପଦଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । ଏ ସଂକ୍ରାନ୍ତ ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ ।
ସେହିପରି ଶିଳ୍ପ କ୍ଷେତ୍ରରେ ୨୦୨୫ ସୁଦ୍ଧା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ନିବେଶ ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି ଏବଂ ଏହାଦ୍ବାରା ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଯାହା ହିଁ ରାଜ୍ୟର ବେକାରୀ ହାର ହ୍ରାସ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଛି । ଏହା ସହ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଯୁବ ବର୍ଗଙ୍କୁ ଦକ୍ଷ ଓ ସ୍ବାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ବିଭାଗ ଓ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓଡ଼ିଶାକୁ ଉନ୍ନତ ସ୍ଥିତିରେ ରଖିବାରେ ସହାୟକ ହୋଇଛି ।

03 Sep 2022 By The Sakala

ସିଏମ୍‌ଆଇଇ ରିପୋର୍ଟ: ଦେଶରେ ବେକାରୀ ହାର ଉତ୍କଟ, ହରିଆଣାରେ ଦେଶର ସବୁଠୁ ଅଧିକ ବେକାରୀ

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡ଼ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର। ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ପ୍ରମୁଖ କ୍ଷେତ୍ର (କୋର୍‌ ସେକ୍ଟର)କୁ ବିକଶିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ବିଡ଼ମ୍ବନା ହେଉଛି ନିଯୁକ୍ତି ତ ଦୂରର କଥା, ଦେଶର ବେକାରୀ ହାର ଉତ୍କଟ ହେବା ସହ ସମ୍ପ୍ରତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି । କୋର ସେକ୍ଟରଗୁଡ଼ିକର ବୃଦ୍ଧି ହାର ୪.୫% ହ୍ରାସ ପାଇବା, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ, ସର୍ବୋପରି ନିଯୁକ୍ତି ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ନ ହେବା ଦେଶର ବେକାରୀ ହାର ବୃଦ୍ଧି ପଛରେ ପ୍ରମୁଖ କାରଣ ହୋଇଥିବା ବିଶେଷଜ୍ଞମାନେ ମନେ କରୁଛନ୍ତି। ବିଶେଷ ଭାବରେ ୮ ପ୍ରମୁଖକ୍ଷେତ୍ର କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରେ ଚଳିତ ଆର୍ଥିକ ବର୍ଷରେ ବୃଦ୍ଧିହାର ପୂର୍ବ ବର୍ଷ ୨୦୨୧-୨୨ ତୁଳନାରେ ୨୧.୪%ରୁ ୧୧.୫%କୁ ହ୍ରାସ ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରିଥିବା କୁହାଯାଉଛି ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍ଆଇଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଦେଶର ବେକାରୀ ହାର ୬.୮ ପ୍ରତିଶତ ଏବଂ ନିଯୁକ୍ତି ୩୯.୭ କୋଟି ରହିଥିଲା। ମାତ୍ର ଅଗଷ୍ଟ ମାସରେ ଏହି ବେକାରୀ ହାର ବୃଦ୍ଧି ପାଇ ୮.୩%ରେ ପହଞ୍ଚିଛି । ଯାହା କି ସାରା ବର୍ଷ ମଧ୍ୟରେ ସର୍ବାଧିକ । ସିଏମ୍ଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତିଯେ ଦେଶର ସହରାଞ୍ଚଳର ଅଗଷ୍ଟ ମାସରେ ବେକାରୀ ହାର ୯.୬% ଏବଂ ଗ୍ରାମାଞ୍ଚଳର ବେକାରୀ ହାର ୭.୭%କୁ ବୃଦ୍ଧି ପାଇଛି । କେବଳ ଗ୍ରାମାଞ୍ଚଳରେ ବେକାରୀ ହାର ଜୁଲାଇରେ ୬.୧ ପ୍ରତିଶତରୁ ଅଗଷ୍ଟରେ ୭.୭ ପ୍ରତିଶତକୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ହାର ୩୭.୬ ପ୍ରତିଶତରୁ ୩୭.୩ ପ୍ରତିଶତକୁ ଖସି ଆସିଛି।

ଏହି ରିପୋର୍ଟ ବେକାରୀ ହାର କ୍ଷେତ୍ରରେ ହରିୟାଣା ଦେଶର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହି ରାଜ୍ୟରେ ବେକାରୀ ହାର ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହାପଛକୁ ଜମ୍ମୁ କାଶ୍ମୀରରେ ବେକାରୀ ହାର ୩୨.୮ ପ୍ରତିଶତ, ରାଜସ୍ଥାନରେ ୩୧.୪ ପ୍ରତିଶତ, ଝାଡଖଣ୍ଡରେ ୧୭.୩ ପ୍ରତିଶତ ଏବଂ ତ୍ରିପୁରାରେ ୧୬.୩ ପ୍ରତିଶତ ରହିଛି। ସାରା ଦେଶରେ ଛତିଶଗଡରେ ବେକାରୀ ହାର ସବୁଠୁ କମ୍ । ଏଠାରେ ବେକାରୀ ହାର ମାତ୍ର ୦.୪ ପ୍ରତିଶତ । ସେହିପରି ମେଘାଳୟରେ ୨ ପ୍ରତିଶତ, ମହାରାଷ୍ଟ୍ର ୨.୨ ପ୍ରତିଶତ ରହିଛି।

ଏହି ରିପୋର୍ଟ ଅନୁସାରେ ଦେଶର ହାରାହାରି ବେକାରୀ ହାର ଓ ଅନ୍ୟ ବଡ଼ ରାଜ୍ୟର ବେକାରୀ ହାରଠାରୁ ଓଡ଼ିଶାର ସ୍ଥିତି ଯଥେଷ୍ଟ ଉନ୍ନତ । ଓଡ଼ିଶାରେ ଏହି ହାର ମାତ୍ର ୨.୬% ରହିଥିବା ସିଏମ୍ଆଇଇ ରିପୋର୍ଟରେ ଉଲ୍ଲେଖ ରହିଛି । ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କ ନିଯୁକ୍ତି ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର ଖାଲି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଆସନ୍ତା ୨୦୨୩ ସୁଦ୍ଧା ଖାଲି ହେବାକୁ ଥିବା ପଦଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । ଏ ସଂକ୍ରାନ୍ତ ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ ।
ସେହିପରି ଶିଳ୍ପ କ୍ଷେତ୍ରରେ ୨୦୨୫ ସୁଦ୍ଧା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ନିବେଶ ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି ଏବଂ ଏହାଦ୍ବାରା ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଯାହା ହିଁ ରାଜ୍ୟର ବେକାରୀ ହାର ହ୍ରାସ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଛି । ଏହା ସହ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଯୁବ ବର୍ଗଙ୍କୁ ଦକ୍ଷ ଓ ସ୍ବାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ବିଭାଗ ଓ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓଡ଼ିଶାକୁ ଉନ୍ନତ ସ୍ଥିତିରେ ରଖିବାରେ ସହାୟକ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର