ସ୍କୁଲ ଯିବା ପାଇଁ ନିଜେ ଚଳାଇଲେ ଡଙ୍ଗା

The Sakala Picture
Published On

ଯେକୌଣସି କାମ ଲାଗି ଦୃଢ଼ ଇଚ୍ଛାଶକ୍ତି ଥିଲେ ତାହା କରିବା ସମ୍ଭବ ହୋଇଥାଏ। ଏହି କ୍ରମରେ ଉତ୍ତର ପ୍ରଦେଶର ଜଣେ ଛାତ୍ରୀ ଅନ୍ୟମାନଙ୍କ ଲାଗି ପ୍ରେରଣାର ସ୍ରୋତ ପାଲଟିଛନ୍ତି। ଉତ୍ତର ପ୍ରଦେଶ ଗୋରଖପୁରର ସନ୍ଧ୍ୟା ସାହାଣୀ ସ୍କୁଲକୁ ପ୍ରତିଦିନ ଡଙ୍ଗା ଚଳାଇ ଯାଉଛନ୍ତି। ପାଠପଢ଼ା ପ୍ରତି ଥିବା ତାଙ୍କ ଆଗ୍ରହ ହିଁ ତାଙ୍କୁ ଡଙ୍ଗା ଚଳାଇବାକୁ ବାଧ୍ୟ କରିଛି। ସେ ଅଯୋଧ୍ୟା ଦାସ ଗଲର୍ସ ଇଣ୍ଟର କଲେଜର ଏକାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ବାପା ଜଣେ ବଢ଼େଇ। […]

ଯେକୌଣସି କାମ ଲାଗି ଦୃଢ଼ ଇଚ୍ଛାଶକ୍ତି ଥିଲେ ତାହା କରିବା ସମ୍ଭବ ହୋଇଥାଏ। ଏହି କ୍ରମରେ ଉତ୍ତର ପ୍ରଦେଶର ଜଣେ ଛାତ୍ରୀ ଅନ୍ୟମାନଙ୍କ ଲାଗି ପ୍ରେରଣାର ସ୍ରୋତ ପାଲଟିଛନ୍ତି। ଉତ୍ତର ପ୍ରଦେଶ ଗୋରଖପୁରର ସନ୍ଧ୍ୟା ସାହାଣୀ ସ୍କୁଲକୁ ପ୍ରତିଦିନ ଡଙ୍ଗା ଚଳାଇ ଯାଉଛନ୍ତି। ପାଠପଢ଼ା ପ୍ରତି ଥିବା ତାଙ୍କ ଆଗ୍ରହ ହିଁ ତାଙ୍କୁ ଡଙ୍ଗା ଚଳାଇବାକୁ ବାଧ୍ୟ କରିଛି। ସେ ଅଯୋଧ୍ୟା ଦାସ ଗଲର୍ସ ଇଣ୍ଟର କଲେଜର ଏକାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ବାପା ଜଣେ ବଢ଼େଇ। ୧୫ ବର୍ଷୀୟା ସନ୍ଧ୍ୟାଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାରୁ ଲକ୍‌ଡାଉନ୍‌ ସମୟରେ ଅନଲାଇନ୍ କ୍ଲାସ୍‌ରୁ ବଞ୍ଚିତ ହୋଇଥିଲେ। ଏବେ ସ୍କୁଲ ଖୋଲିଛି। ମାତ୍ର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ଫଳରେ ସ୍କୁଲ ଯିବାରେ ବାଧା ସୃଷ୍ଟି ହୋଇଛି। ତେବେ କରୋନା ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ଉପୁଜିଥିବାରୁ ବନ୍ୟା ଯୋଗୁଁ ଏହାକୁ ଅଧିକ ପ୍ରଭାବିତ କରିବାକୁ ଚାହିଁଲେ ନାହିଁ ସନ୍ଧ୍ୟା। ସେ ସ୍କୁଲ ଯିବା ପାଇଁ ଏବେ ଦୈନନ୍ଦିନ ୮୦୦ ମିଟର ଡଙ୍ଗା ଚଳାଉଛନ୍ତି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ଼ ନଥିବାରୁ ଘରୋଇ ଟ୍ୟୁସନ୍‌ରେ ପଢ଼ିବା ତାଙ୍କ ପକ୍ଷେ ସମ୍ଭବ ନଥିବା କଥା ସେ କୁହନ୍ତି। ସେଥିପାଇଁ ତାଙ୍କର ସମ୍ପୂର୍ଣ୍ଣ ପାଠପଢ଼ା କେବଳ ସ୍କୁଲ ଉପରେ ହିଁ ନିର୍ଭର କରେ। ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧୀ, ପିଟି ଉଷା, କଳ୍ପନା ଚାୱଲାଙ୍କୁ ସେ ନିଜର ଆଦର୍ଶ ମାନନ୍ତି। ଉତ୍ତମ ଶିକ୍ଷା ପାଇବା ଲାଗି ସନ୍ଧ୍ୟା ଏବେ କଠିନ ପରିଶ୍ରମ କରୁଛନ୍ତି। ଭବିଷ୍ୟତରେ ଭଲ ମଣିଷ ହୋଇ ତାଙ୍କ ପରିବାରକୁ ଏକ ଭଲ ଜୀବନ ଦେବାପାଇଁ ଲକ୍ଷ୍ୟ ରଖୀଛନ୍ତି ସନ୍ଧ୍ୟା।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

09 Sep 2021 By The Sakala

ସ୍କୁଲ ଯିବା ପାଇଁ ନିଜେ ଚଳାଇଲେ ଡଙ୍ଗା

ଯେକୌଣସି କାମ ଲାଗି ଦୃଢ଼ ଇଚ୍ଛାଶକ୍ତି ଥିଲେ ତାହା କରିବା ସମ୍ଭବ ହୋଇଥାଏ। ଏହି କ୍ରମରେ ଉତ୍ତର ପ୍ରଦେଶର ଜଣେ ଛାତ୍ରୀ ଅନ୍ୟମାନଙ୍କ ଲାଗି ପ୍ରେରଣାର ସ୍ରୋତ ପାଲଟିଛନ୍ତି। ଉତ୍ତର ପ୍ରଦେଶ ଗୋରଖପୁରର ସନ୍ଧ୍ୟା ସାହାଣୀ ସ୍କୁଲକୁ ପ୍ରତିଦିନ ଡଙ୍ଗା ଚଳାଇ ଯାଉଛନ୍ତି। ପାଠପଢ଼ା ପ୍ରତି ଥିବା ତାଙ୍କ ଆଗ୍ରହ ହିଁ ତାଙ୍କୁ ଡଙ୍ଗା ଚଳାଇବାକୁ ବାଧ୍ୟ କରିଛି। ସେ ଅଯୋଧ୍ୟା ଦାସ ଗଲର୍ସ ଇଣ୍ଟର କଲେଜର ଏକାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ବାପା ଜଣେ ବଢ଼େଇ। ୧୫ ବର୍ଷୀୟା ସନ୍ଧ୍ୟାଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାରୁ ଲକ୍‌ଡାଉନ୍‌ ସମୟରେ ଅନଲାଇନ୍ କ୍ଲାସ୍‌ରୁ ବଞ୍ଚିତ ହୋଇଥିଲେ। ଏବେ ସ୍କୁଲ ଖୋଲିଛି। ମାତ୍ର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଫଳରେ ସ୍କୁଲ ଯିବାରେ ବାଧା ସୃଷ୍ଟି ହୋଇଛି। ତେବେ କରୋନା ଯୋଗୁଁ ତାଙ୍କ ପାଠପଢ଼ାରେ ବାଧା ଉପୁଜିଥିବାରୁ ବନ୍ୟା ଯୋଗୁଁ ଏହାକୁ ଅଧିକ ପ୍ରଭାବିତ କରିବାକୁ ଚାହିଁଲେ ନାହିଁ ସନ୍ଧ୍ୟା। ସେ ସ୍କୁଲ ଯିବା ପାଇଁ ଏବେ ଦୈନନ୍ଦିନ ୮୦୦ ମିଟର ଡଙ୍ଗା ଚଳାଉଛନ୍ତି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ଼ ନଥିବାରୁ ଘରୋଇ ଟ୍ୟୁସନ୍‌ରେ ପଢ଼ିବା ତାଙ୍କ ପକ୍ଷେ ସମ୍ଭବ ନଥିବା କଥା ସେ କୁହନ୍ତି। ସେଥିପାଇଁ ତାଙ୍କର ସମ୍ପୂର୍ଣ୍ଣ ପାଠପଢ଼ା କେବଳ ସ୍କୁଲ ଉପରେ ହିଁ ନିର୍ଭର କରେ। ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧୀ, ପିଟି ଉଷା, କଳ୍ପନା ଚାୱଲାଙ୍କୁ ସେ ନିଜର ଆଦର୍ଶ ମାନନ୍ତି। ଉତ୍ତମ ଶିକ୍ଷା ପାଇବା ଲାଗି ସନ୍ଧ୍ୟା ଏବେ କଠିନ ପରିଶ୍ରମ କରୁଛନ୍ତି। ଭବିଷ୍ୟତରେ ଭଲ ମଣିଷ ହୋଇ ତାଙ୍କ ପରିବାରକୁ ଏକ ଭଲ ଜୀବନ ଦେବାପାଇଁ ଲକ୍ଷ୍ୟ ରଖୀଛନ୍ତି ସନ୍ଧ୍ୟା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର