ବିହାରରେ ପୋଲ ଭୁଶୁଡ଼ିବା ଧାରାରେ ଲାଗୁ ନାହିଁ ବ୍ରେକ୍‌: ୩ୟ ଥର ଭୁଶୁଡ଼ିଲା ୧୭୧୦ କୋଟିର ପୋଲ

The Sakala Picture
Published On

ପାଟନା: ବିହାରରେ ପୋଲ ଭୁଶୁଡ଼ିବାର ଧାରାରେ ବ୍ରେକ୍‌ ଲାଗୁ ନାହିଁ। ଏବେ ୧୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଅଗୁୱାନୀ-ସୁଲତାନଗଞ୍ଜ ପୋଲର କିଛି ଅଂଶ ଶନିବାର ଭୁଶୁଡ଼ି ଯାଇଛି। ଖମ୍ବ ୯ ଏବଂ ୧୦ ମଧ୍ୟରେ ଥିବା ଅଂଶ ନଦୀ ଗର୍ଭକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଗତ ୯ ବର୍ଷ ହେଲା ଗଙ୍ଗା ନଦୀ ଉପରେ ୩.୧ କିମିର ଏହି ପୋଲ ନିର୍ମାଣ ଚାଲିଛି। ଏହା ପୂର୍ବରୁ ୨୦୨୨ ଏପ୍ରିଲ […]

ପାଟନା: ବିହାରରେ ପୋଲ ଭୁଶୁଡ଼ିବାର ଧାରାରେ ବ୍ରେକ୍‌ ଲାଗୁ ନାହିଁ। ଏବେ ୧୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଅଗୁୱାନୀ-ସୁଲତାନଗଞ୍ଜ ପୋଲର କିଛି ଅଂଶ ଶନିବାର ଭୁଶୁଡ଼ି ଯାଇଛି। ଖମ୍ବ ୯ ଏବଂ ୧୦ ମଧ୍ୟରେ ଥିବା ଅଂଶ ନଦୀ ଗର୍ଭକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଗତ ୯ ବର୍ଷ ହେଲା ଗଙ୍ଗା ନଦୀ ଉପରେ ୩.୧ କିମିର ଏହି ପୋଲ ନିର୍ମାଣ ଚାଲିଛି। ଏହା ପୂର୍ବରୁ ୨୦୨୨ ଏପ୍ରିଲ ୨୭ ଏବଂ ୨୦୨୩ ଜୁନ୍‌ ୪ରେ ଏହାର କିଛି ଅଂଶ ଭୁଶୁଡ଼ି ଯାଇଥିଲା। ୨୦୧୪ରୁ ଏହାର ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ମାତ୍ର ୪୫ ପ୍ରତିଶତ କାମ ସରିଥିଲା। ଏହାକୁ ମିଶାଇ ଗତ ତିନି ବର୍ଷରେ ତିନୋଟି କେବୁଲ ପୋଲ ଭୁଶୁଡ଼ିଲାଣି। କେବଳ ଚଳିତ ବର୍ଷ ଜୁନ୍‌ ୧୮ରୁ ଏ ପର୍ଯ୍ୟନ୍ତ ବିହାରରେ ୧୨ଟି ପୋଲ ଭାଙ୍ଗି ଗଲାଣି। ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ଡବଲ୍‌ ଇଞ୍ଜିନ ସରକାରରେ ଚାଲିଥିବା ଦୁର୍ନୀତିର ପ୍ରକୃଷ୍ଟ ଉଦାହରଣ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର