ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି

The Sakala Picture
Published On

ୱାଶିଂଟନ: ଆମେରିକାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ରୁଷ୍‌ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍‌ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି । ୟୁକ୍ରେନ ଆଲାଇଭ୍ ଆଣ୍ଡ କିକିଂ ବୋଲି କହିଛନ୍ତି ଜେଲେନ୍ସକି । ୟୁକ୍ରେନ ପଡ଼ିଯାଇନି କି ହାରିଯାଇନି, ଏବେବି […]

ୱାଶିଂଟନ: ଆମେରିକାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ରୁଷ୍‌ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍‌ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି । ୟୁକ୍ରେନ ଆଲାଇଭ୍ ଆଣ୍ଡ କିକିଂ ବୋଲି କହିଛନ୍ତି ଜେଲେନ୍ସକି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ୟୁକ୍ରେନ ପଡ଼ିଯାଇନି କି ହାରିଯାଇନି, ଏବେବି ୟୁକ୍ରେନ ବଞ୍ଚିଛି, ଲଢ଼ୁଛି ଏବଂ ଶେଷ ଯାଏଁ ଲଢ଼ିବ ବୋଲି ଜେଲେନ୍ସକି କହିଛନ୍ତି । ଋଷ ଆଗରେ ୟୁକ୍ରେନ କେବେବି ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି । ଋଷକୁ ଜୋରଦାର ଜବାବ ଦେବ ୟୁକ୍ରେନ । ଆଉ ୨ ଦିନ ପରେ ବିଶ୍ବ ପାଳିବ ଖ୍ରୀଷ୍ଟମାସ । ୟୁକ୍ରେନ ବି ଏହି ଉତ୍ସବ ପାଳିବ । ୟୁକ୍ରେନରେ ନା ବିଦ୍ୟୁତ ଅଛି ନା ପାଣି । ତଥାପି ଆମ ଭିତରେ ଥିବା ଆମ ଆତ୍ମବିଶ୍ବାସର ଉଜ୍ବଳତା ଆମ ଉତ୍ସବକୁ ଆହୁରି ଦ୍ବିଗୁଣିତ କରିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଯଦି ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରେ, ୟୁକ୍ରେନ୍ ମଧ୍ୟ ତାର ଦମଦାର ଜବାବ ଦେବ ବୋଲି ଦୃଢ଼ତାର ସହ କହିଛନ୍ତି ଜେଲେନସ୍କି । ଋଷର ଅତ୍ୟାଚାର କରି ମଧ୍ୟ ଆମ ଉପରେ ନିୟନ୍ତ୍ରଣ ରଖିପାରିନାହିଁ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ବର୍ଷେ ହେଲାଣି । ୨୦୨୧ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ଯୁଦ୍ଧ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର