ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନର ଡ୍ରୋନ୍ ମାଡ଼

Madhusudan Das Picture
Published On

ମସ୍କୋ/କିଭ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୋଭଗାରୋଡସ୍ଥିତ ସରକାରୀ ବାସଭବନ ଉପରେ ୟୁକ୍ରେନ୍ ରବିବାର ବିଳମ୍ବିତ ରାତିରେ ୯୧ ଡ୍ରୋନ ଆକ୍ରମଣ କରିଛି। ଏହି ଡ୍ରୋନ ମାଡ଼ ସମୟରେ ରାଷ୍ଟ୍ରପତି ପୁତିନ ବାସଭବନରେ ଥିଲେ କି ନାହିଁ ତାହା ଜଣାପଡ଼ି ନାହିଁ। ତେବେ ରୁଷ ପ୍ରତିରକ୍ଷା ବ୍ୟବସ୍ଥା ଏହି ସବୁ ଡ୍ରୋନକୁ ଆକାଶ ମାର୍ଗରେ ଖସାଇ ଦେଇଛି। ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ  ଏହି ଆକ୍ରମଣ ସମ୍ପର୍କରେ ଦାବି କରିବା ସହ ଏହାର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି । ରୁଷ ବିଦେଶ ମନ୍ତ୍ରୀ ଏହି ଆକ୍ରମଣକୁ ଆତଙ୍କବାଦ ଘଟଣା ଦର୍ଶାଇ କହିଛନ୍ତି ଯେ ୟୁକ୍ରେନ ଉପରେ ପ୍ରତିଆକ୍ରମଣ ପାଇଁ ସମୟ ଏବଂ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ସାରିଛି। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କୁ ଫୋନ କରି ପୁତିନ ଏହି ସୂଚନା ଦେଇଛନ୍ତି। ଏହା ଶୁଣି ଟ୍ରମ୍ପ ସ୍ତବ୍ଧ ହୋଇ ଯାଇଥିଲେ ବୋଲି ରୁଷ ବିଦେଶ ନୀତି ପରାମର୍ଶଦାତା ୟୁରି ଉସାକୋଭ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କି ଏହି ଅଭିଯୋଗକୁ ମିଥ୍ୟା ଏବଂ ମନଗଢ଼ା କହି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ବାହାନା ଖୋଜୁଛି। ଏଠାକାର ସରକାରୀ କୋଠାରେ ଆକ୍ରମଣ କରି ତାହାକୁ ଉଚିତ ଦର୍ଶାଇବା ପାଇଁ କାହାଣୀ ଗଢୁଛି। ଯୁଦ୍ଧ ବନ୍ଦ କରିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ରୁଷ୍ ମନା କରିଦେଇଛି। ମାତ୍ର ୟୁକ୍ରେନ ଏ ନେଇ କୂଟନୈତିକ ସ୍ତରରେ ପ୍ରୟାସ ଜାରି ରଖିଛି। ଆମେ ବିଶ୍ବକୁ ଚୁପ୍ ହୋଇ ରହିବାକୁ ଦେବୁ ନାହିଁ। ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରୟାସକୁ ରୋକିବାକୁ ରୁଷ୍‌କୁ ଦେବୁ ନାହିଁ। ପୂର୍ବରୁ ମଧ୍ୟ ରୁଷ ମିଛ କହି କିଭ୍ ଏବଂ ମନ୍ତ୍ରିପରିଷଦ କୋଠା ଉପରେ ଆକ୍ରମଣ କରିଥିଲା ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର