ଭାରତ ସମେତ ୫ ରାଷ୍ଟ୍ରରୁ କୂଟନୀତିଜ୍ଞ ପ୍ରତ୍ୟାହାର କଲା ୟୁକ୍ରେନ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ସମେତ ୫ ରାଷ୍ଟ୍ରରୁ ୟୁକ୍ରେନ ନିଜ କୂଟନୀତିଜ୍ଞମାନଙ୍କୁ ଶନିବାର ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛି। ରାଷ୍ଟ୍ରପତି ଜେଲେଁସ୍କିଙ୍କ ନିର୍ଦ୍ଦେଶ ଅନୁସାରେ ଏହା କାର୍ଯ୍ୟକାରୀ କରାଯାଇଛି। ଭାରତ ବ୍ୟତୀତ ଜର୍ମାନୀ, ହଙ୍ଗେରୀ, ଚେକୋସ୍ଲୋଭାକିଆ ଏବଂ ନରୱେରୁ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିନେବାକୁ ଜେଲେଁସ୍କି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଭଳି ନିଷ୍ପତ୍ତି ନେବା ପଛରେ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନକୁ ଏହିସବୁ ରାଷ୍ଟ୍ରମାନଙ୍କ ପକ୍ଷରୁ ପ୍ରତ୍ୟକ୍ଷ ସହାୟତା ମିଳି […]

ନୂଆଦିଲ୍ଲୀ: ଭାରତ ସମେତ ୫ ରାଷ୍ଟ୍ରରୁ ୟୁକ୍ରେନ ନିଜ କୂଟନୀତିଜ୍ଞମାନଙ୍କୁ ଶନିବାର ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛି। ରାଷ୍ଟ୍ରପତି ଜେଲେଁସ୍କିଙ୍କ ନିର୍ଦ୍ଦେଶ ଅନୁସାରେ ଏହା କାର୍ଯ୍ୟକାରୀ କରାଯାଇଛି। ଭାରତ ବ୍ୟତୀତ ଜର୍ମାନୀ, ହଙ୍ଗେରୀ, ଚେକୋସ୍ଲୋଭାକିଆ ଏବଂ ନରୱେରୁ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିନେବାକୁ ଜେଲେଁସ୍କି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଭଳି ନିଷ୍ପତ୍ତି ନେବା ପଛରେ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନକୁ ଏହିସବୁ ରାଷ୍ଟ୍ରମାନଙ୍କ ପକ୍ଷରୁ ପ୍ରତ୍ୟକ୍ଷ ସହାୟତା ମିଳି ନଥିବାରୁ ଜେଲେଁସ୍କି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ୟୁରୋପର ଏକ ପ୍ରମୁଖ ଅର୍ଥନୀତି ଭାବେ ଜର୍ମାନୀ ସହିତ ୟୁକ୍ରେନର ସମ୍ପର୍କ ସ୍ବାଭାବିକ ରହିଥିଲା। ହେଲେ ତୈଳ ଏବଂ ଗ୍ୟାସ ପାଇଁ ଜର୍ମାନୀ ସର୍ବାଧିକ ରୁଷ ଉପରେ ନିର୍ଭର କରୁଥିବାରୁ ରାଷ୍ଟ୍ରପତି ଜେଲେଁସ୍କି ସେଠାରୁ ମଧ୍ୟ ନିଜ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେବାକୁ ପଶ୍ଚାତପଦ ହୋଇନାହାନ୍ତି ବୋଲି କୁହାଯାଇଛି। ତେବେ ଭାରତରୁ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରାଯିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ କୂଟନୀତିକ ସମ୍ପର୍କ କିଭଳି ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର