୧୦୦ ଦିନ ଛୁଇଁବ ୟୁକ୍ରେନ-ରୁଷ ଯୁଦ୍ଧ, ନିଆଁରେ ଘିଅ ଢାଳୁଛି ଆମେରିକା

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧ ୧୦୦ ଦିନ ଛୁଇଁବାକୁ ଯାଉଛି। ଇତିମଧ୍ୟରେ ଉଭୟ ରାଷ୍ଟ୍ରର ବିପୁଳ କ୍ଷତି ଘଟିବା ସହିତ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଯୁଦ୍ଧର ଅନ୍ତ ହେବାର ନାଁ ଧରୁ ନାହିଁ। ବରଂ ଯୁଦ୍ଧକୁ ନେଇ ବିଶ୍ବ ରାଜନେତାଙ୍କ ଆଭିମୁଖ୍ୟ ଏହାକୁ ଦୀର୍ଘଗାମୀ କରିବାର ସମ୍ଭାବନା ବଢାଇଛି। ଗୋଟିଏ ପକ୍ଷରେ ରୁଷ ବିରୋଧରେ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ର ଲଗାଇଥିବା ଆର୍ଥିକ କଟକଣା ରୁଷ ରାଷ୍ଟ୍ରପତି ପୁତିନଙ୍କୁ ବିବ୍ରତ କରିଥିବା […]

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧ ୧୦୦ ଦିନ ଛୁଇଁବାକୁ ଯାଉଛି। ଇତିମଧ୍ୟରେ ଉଭୟ ରାଷ୍ଟ୍ରର ବିପୁଳ କ୍ଷତି ଘଟିବା ସହିତ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଯୁଦ୍ଧର ଅନ୍ତ ହେବାର ନାଁ ଧରୁ ନାହିଁ। ବରଂ ଯୁଦ୍ଧକୁ ନେଇ ବିଶ୍ବ ରାଜନେତାଙ୍କ ଆଭିମୁଖ୍ୟ ଏହାକୁ ଦୀର୍ଘଗାମୀ କରିବାର ସମ୍ଭାବନା ବଢାଇଛି। ଗୋଟିଏ ପକ୍ଷରେ ରୁଷ ବିରୋଧରେ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ର ଲଗାଇଥିବା ଆର୍ଥିକ କଟକଣା ରୁଷ ରାଷ୍ଟ୍ରପତି ପୁତିନଙ୍କୁ ବିବ୍ରତ କରିଥିବା ବେଳେ ଚଳିତ ବର୍ଷ ଶେଷ ଭାଗ ସୁଦ୍ଧା ଏହିସବୁ ରାଷ୍ଟ୍ର ରୁଷିଆରୁ ଆମଦାନୀ କରୁଥିବା ତୈଳରେ ୯୦ ପ୍ରତିଶତ ହ୍ରାସ କରିବା ନିଷ୍ପତ୍ତି ପୁତିନଙ୍କ ପାଇଁ ଆହୁରି ଚିନ୍ତାଜନକ ହୋଇପଡ଼ିଛି। ତେବେ ସବୁଠୁ ପୁତିନଙ୍କୁ ଚିନ୍ତଗ୍ରସ୍ତ କରିଥିବା ବିଷୟ ହେଉଛି ୟୁକ୍ରେନକୁ ଆମେରିକାର ଅତ୍ୟାଧୁନିକ ଅସ୍ତ୍ର ଯୋଗାଣ ।

ଆହୁରି ପଢ଼ନ୍ତୁ: ନେପାଳରେ ବାଲେନ୍ଦ୍ର ଶାହ ସରକାରଙ୍କ ବଡ଼ ପଦକ୍ଷେପ: ୧୫୦୦ରୁ ଅଧିକ ନିଯୁକ୍ତି ବାତିଲ, ଖାଲି ପଡ଼ିଲା ପ୍ରମୁଖ ପଦବୀ

ୟୁକ୍ରେନକୁ ଆମେରିକାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହିତ ‘ହାଇ ମୋବିଲିଟି ଅାର୍ଟିଲେରୀ ରକେଟ ସିଷ୍ଟମଭଳି ଦୂରଗାମୀ ରକେଟ ସିଷ୍ଟମ ଯୋଗାଣକୁ ନେଇ ରୁଷ କ୍ଷୁବ୍ଧ ହେବା ସହିତ ବୁଧବାର ଆମେରିକା ପ୍ରତି ଚେତାବନୀ ଜାରି କରିଛି। ଆମେରିକା ଏଭଳି ନିଷ୍ପତ୍ତି ନେଇ ନିଆଁରେ ଘିଅ ଢାଲିବାକୁ ଉଦ୍ୟମ କରିଛି। କିନ୍ତୁ ଏହାଦ୍ବାରା ରୁଷ ଏବଂ ଆମେରିକା ମଧ୍ୟରେ ପ୍ରତ୍ୟକ୍ଷ ବିବାଦ ପାଇଁ ବାଟ ଖୋଲିବ ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ରୁଷ ଉପ ବୈଦେଶିକ ମନ୍ତ୍ରୀ ସର୍ଗେଇ ରିଆକୋଭ୍‌ କହିଛନ୍ତି। ଆମେରିକା ୟୁକ୍ରେନକୁ ଏବେ ୧୧ତମ ସାମରିକ ପ୍ୟାକେଜ୍‌ ବ୍ୟବସ୍ଥାରେ ହିମାର୍ସ ରକେଟ ସିଷ୍ଟମ ଦେବାକୁ ଯାଉଛି। କିନ୍ତୁ ଏହା ୮୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହୋଇଥିବାରୁ ରୁଷିଆର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। ତେବେ ଏଥÒପାଇଁ ଆମର ଆଣବିକ ଟିମ୍‌ ପ୍ରସ୍ତୁତ ରହିଛି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଚାଲିଛି ଭୋଟ୍ ଗଣତି, ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

02 Jun 2022 By The Sakala

୧୦୦ ଦିନ ଛୁଇଁବ ୟୁକ୍ରେନ-ରୁଷ ଯୁଦ୍ଧ, ନିଆଁରେ ଘିଅ ଢାଳୁଛି ଆମେରିକା

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧ ୧୦୦ ଦିନ ଛୁଇଁବାକୁ ଯାଉଛି। ଇତିମଧ୍ୟରେ ଉଭୟ ରାଷ୍ଟ୍ରର ବିପୁଳ କ୍ଷତି ଘଟିବା ସହିତ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଯୁଦ୍ଧର ଅନ୍ତ ହେବାର ନାଁ ଧରୁ ନାହିଁ। ବରଂ ଯୁଦ୍ଧକୁ ନେଇ ବିଶ୍ବ ରାଜନେତାଙ୍କ ଆଭିମୁଖ୍ୟ ଏହାକୁ ଦୀର୍ଘଗାମୀ କରିବାର ସମ୍ଭାବନା ବଢାଇଛି। ଗୋଟିଏ ପକ୍ଷରେ ରୁଷ ବିରୋଧରେ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ର ଲଗାଇଥିବା ଆର୍ଥିକ କଟକଣା ରୁଷ ରାଷ୍ଟ୍ରପତି ପୁତିନଙ୍କୁ ବିବ୍ରତ କରିଥିବା ବେଳେ ଚଳିତ ବର୍ଷ ଶେଷ ଭାଗ ସୁଦ୍ଧା ଏହିସବୁ ରାଷ୍ଟ୍ର ରୁଷିଆରୁ ଆମଦାନୀ କରୁଥିବା ତୈଳରେ ୯୦ ପ୍ରତିଶତ ହ୍ରାସ କରିବା ନିଷ୍ପତ୍ତି ପୁତିନଙ୍କ ପାଇଁ ଆହୁରି ଚିନ୍ତାଜନକ ହୋଇପଡ଼ିଛି। ତେବେ ସବୁଠୁ ପୁତିନଙ୍କୁ ଚିନ୍ତଗ୍ରସ୍ତ କରିଥିବା ବିଷୟ ହେଉଛି ୟୁକ୍ରେନକୁ ଆମେରିକାର ଅତ୍ୟାଧୁନିକ ଅସ୍ତ୍ର ଯୋଗାଣ ।

ୟୁକ୍ରେନକୁ ଆମେରିକାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହିତ ‘ହାଇ ମୋବିଲିଟି ଅାର୍ଟିଲେରୀ ରକେଟ ସିଷ୍ଟମଭଳି ଦୂରଗାମୀ ରକେଟ ସିଷ୍ଟମ ଯୋଗାଣକୁ ନେଇ ରୁଷ କ୍ଷୁବ୍ଧ ହେବା ସହିତ ବୁଧବାର ଆମେରିକା ପ୍ରତି ଚେତାବନୀ ଜାରି କରିଛି। ଆମେରିକା ଏଭଳି ନିଷ୍ପତ୍ତି ନେଇ ନିଆଁରେ ଘିଅ ଢାଲିବାକୁ ଉଦ୍ୟମ କରିଛି। କିନ୍ତୁ ଏହାଦ୍ବାରା ରୁଷ ଏବଂ ଆମେରିକା ମଧ୍ୟରେ ପ୍ରତ୍ୟକ୍ଷ ବିବାଦ ପାଇଁ ବାଟ ଖୋଲିବ ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ରୁଷ ଉପ ବୈଦେଶିକ ମନ୍ତ୍ରୀ ସର୍ଗେଇ ରିଆକୋଭ୍‌ କହିଛନ୍ତି। ଆମେରିକା ୟୁକ୍ରେନକୁ ଏବେ ୧୧ତମ ସାମରିକ ପ୍ୟାକେଜ୍‌ ବ୍ୟବସ୍ଥାରେ ହିମାର୍ସ ରକେଟ ସିଷ୍ଟମ ଦେବାକୁ ଯାଉଛି। କିନ୍ତୁ ଏହା ୮୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହୋଇଥିବାରୁ ରୁଷିଆର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। ତେବେ ଏଥÒପାଇଁ ଆମର ଆଣବିକ ଟିମ୍‌ ପ୍ରସ୍ତୁତ ରହିଛି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର