ୟୁକ୍ରେନ ରାଷ୍ଟ୍ରପତିଙ୍କ କ୍ଷୋଭ : ଆମକୁ ସାହାଯ୍ୟ କରିବାକୁ କେହି ଆସିଲେନି, ଋଷ ସହ ଲଢିବାକୁ ଏକା ଛାଡିଦିଆଗଲା

The Sakala Picture
Published On

କିଭ୍‌ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି।ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି […]

କିଭ୍‌ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି।ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ୟୁକ୍ରେନ୍‌ ସେନା। ଆତ୍ମସମର୍ପଣ କରିବାକୁ ରୋକଠୋକ୍‌ ମନାକରିଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଏବେ ଚିନ୍ତାଜନକ । ଏହାରି ମଧ୍ୟରେ ଭାବୁକ ହୋଇ ନିଜର ବୟାନ ଜାରି କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌  ଜେଲେନସ୍କି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଗଣମାଧ୍ୟମକୁ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି,. ଋଷର ଆକ୍ରମଣରେ ପ୍ରାୟ ୧୩୭ ଜଣ ସୈନ୍ୟ ଓ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏପରିକି ୩୧୬ ଜଣ ଲୋକ ଆହତ ହୋଇଛନ୍ତି । ଆଉ ଏଭଳି ସ୍ଥିତିରେ ଋଷ ସହ ଲଢିବାକୁ ଆମକୁ ଏକଲା ଛାଡି ଦିଆଯାଇଛି । ୟୁକ୍ରେନର ସହାୟତା ପାଇଁ କୌଣସି ଦେଶ ଆଗକୁ ଆସିଲେ ନାହିଁ । କାରଣ ସବୁ ଦେଶ ଋଷକୁ ଡରୁଛନ୍ତି ।ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ମଧ୍ୟରାତ୍ରରେ ଦେଶକୁ ସମ୍ବୋଧନ କରି ଜେନେଲସ୍କି କହିଛନ୍ତି, “ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି। ଆମ ସହିତ କିଏ ମିଶି କି ଲଢ଼ିବ? ମୁଁ କାହାକୁ ବି ଦେଖିପାରୁନି। ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ ବୋଲି କିଏ ଗ୍ୟାରେଣ୍ଟୀ ଦେବ? ସମସ୍ତେ ଏବେ ଡରିବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ଆମକୁ ଏକା ଛାଡ଼ି ଦେଇଛନ୍ତି।ୟୁକ୍ରେନର ଓଡେଶା ଦ୍ବୀପର ସମସ୍ତ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିସାରିଛି ଋଷ । ସେହି ଦ୍ବୀପକୁ ସମ୍ପୂର୍ଣ୍ଣ ଭାବେ କବଜାକୁ ନେଇସାରିଛି ଋଷ ସେନା । ଏବେ ଋଷ ସେନାର ଟାର୍ଗେଟ୍‌ ରେ ୟୁକ୍ରେନର ରାଜଧାନୀ କିଭ୍‌ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ବିପଦ ସମୟରେ ଆମ ସହିତ ଛିଡା ହେବାକୁ କେହି ନାହାନ୍ତି । କିଏ ଅଛନ୍ତି ଏଭଳି ସମୟରେ ଆମ ସହିତ ଛିଡା ହେବା ପାଇଁ? ୟୁକ୍ରେନକୁ ନାଟୋ ସଦସ୍ୟତା ଦେବାକୁ କେହି ବାହାରୁ ନାହାନ୍ତି । ଆମ ଦେଶରେ ଲୋକମାନେ ମରୁଛନ୍ତି । ଦେଶ ଏବେ ଘୋର ସଙ୍କଟ ଦେଇ ଗତି କରୁଛି ।

ୟୁକ୍ରେନକୁ ସାହାର୍ଯ୍ୟ ପାଇଁ କେହି ଆସୁନଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌  ଜେଲେନସ୍କି ୟୁକ୍ରେନ୍‌ର ନାଗରିକଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଇଛନ୍ତି। ‌ଜେଲେନସ୍କି କହିଛନ୍ତି, ଯେଉଁ ନାଗରିକମାନେ ରୁଷ୍‌ କବଳରୁ ଦେଶକୁ ସୁରକ୍ଷା ଦେବାପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ଲଢ଼େଇ ପାଇଁ ଆଗକୁ ବାହାରନ୍ତୁ। ଯେଉଁମାନେ ଅସ୍ତ୍ର ଚାହୁଛନ୍ତି ସେମାନଙ୍କୁ ଅସ୍ତ୍ର ଦିଆଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।ଅନ୍ୟପଟେ AFP ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ୟୁକ୍ରେନ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି। କେତେକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଏହାର ୧୦ ହଜାର ନାଗରିକଙ୍କୁ ଯୁଦ୍ଧ ପାଇଁ ରାଇଫଲ ଦେଇଛି।ସମୟ ଆସିଲେ ସାଧାରଣ ଲୋକ ମଧ୍ୟ ରୁଷ ସୈନିକଙ୍କ ଲଢ଼େଇ କରିବେ ବୋଲି ସରକାର ଆଶା କରିଛନ୍ତି।

25 Feb 2022 By The Sakala

ୟୁକ୍ରେନ ରାଷ୍ଟ୍ରପତିଙ୍କ କ୍ଷୋଭ : ଆମକୁ ସାହାଯ୍ୟ କରିବାକୁ କେହି ଆସିଲେନି, ଋଷ ସହ ଲଢିବାକୁ ଏକା ଛାଡିଦିଆଗଲା

କିଭ୍‌ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି।ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି ।

ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ୟୁକ୍ରେନ୍‌ ସେନା। ଆତ୍ମସମର୍ପଣ କରିବାକୁ ରୋକଠୋକ୍‌ ମନାକରିଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଏବେ ଚିନ୍ତାଜନକ । ଏହାରି ମଧ୍ୟରେ ଭାବୁକ ହୋଇ ନିଜର ବୟାନ ଜାରି କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌  ଜେଲେନସ୍କି।

ଗଣମାଧ୍ୟମକୁ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି,. ଋଷର ଆକ୍ରମଣରେ ପ୍ରାୟ ୧୩୭ ଜଣ ସୈନ୍ୟ ଓ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏପରିକି ୩୧୬ ଜଣ ଲୋକ ଆହତ ହୋଇଛନ୍ତି । ଆଉ ଏଭଳି ସ୍ଥିତିରେ ଋଷ ସହ ଲଢିବାକୁ ଆମକୁ ଏକଲା ଛାଡି ଦିଆଯାଇଛି । ୟୁକ୍ରେନର ସହାୟତା ପାଇଁ କୌଣସି ଦେଶ ଆଗକୁ ଆସିଲେ ନାହିଁ । କାରଣ ସବୁ ଦେଶ ଋଷକୁ ଡରୁଛନ୍ତି ।ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି।

ମଧ୍ୟରାତ୍ରରେ ଦେଶକୁ ସମ୍ବୋଧନ କରି ଜେନେଲସ୍କି କହିଛନ୍ତି, “ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି। ଆମ ସହିତ କିଏ ମିଶି କି ଲଢ଼ିବ? ମୁଁ କାହାକୁ ବି ଦେଖିପାରୁନି। ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ ବୋଲି କିଏ ଗ୍ୟାରେଣ୍ଟୀ ଦେବ? ସମସ୍ତେ ଏବେ ଡରିବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ଆମକୁ ଏକା ଛାଡ଼ି ଦେଇଛନ୍ତି।ୟୁକ୍ରେନର ଓଡେଶା ଦ୍ବୀପର ସମସ୍ତ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିସାରିଛି ଋଷ । ସେହି ଦ୍ବୀପକୁ ସମ୍ପୂର୍ଣ୍ଣ ଭାବେ କବଜାକୁ ନେଇସାରିଛି ଋଷ ସେନା । ଏବେ ଋଷ ସେନାର ଟାର୍ଗେଟ୍‌ ରେ ୟୁକ୍ରେନର ରାଜଧାନୀ କିଭ୍‌ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ବିପଦ ସମୟରେ ଆମ ସହିତ ଛିଡା ହେବାକୁ କେହି ନାହାନ୍ତି । କିଏ ଅଛନ୍ତି ଏଭଳି ସମୟରେ ଆମ ସହିତ ଛିଡା ହେବା ପାଇଁ? ୟୁକ୍ରେନକୁ ନାଟୋ ସଦସ୍ୟତା ଦେବାକୁ କେହି ବାହାରୁ ନାହାନ୍ତି । ଆମ ଦେଶରେ ଲୋକମାନେ ମରୁଛନ୍ତି । ଦେଶ ଏବେ ଘୋର ସଙ୍କଟ ଦେଇ ଗତି କରୁଛି ।

ୟୁକ୍ରେନକୁ ସାହାର୍ଯ୍ୟ ପାଇଁ କେହି ଆସୁନଥିବା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌  ଜେଲେନସ୍କି ୟୁକ୍ରେନ୍‌ର ନାଗରିକଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଇଛନ୍ତି। ‌ଜେଲେନସ୍କି କହିଛନ୍ତି, ଯେଉଁ ନାଗରିକମାନେ ରୁଷ୍‌ କବଳରୁ ଦେଶକୁ ସୁରକ୍ଷା ଦେବାପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ଲଢ଼େଇ ପାଇଁ ଆଗକୁ ବାହାରନ୍ତୁ। ଯେଉଁମାନେ ଅସ୍ତ୍ର ଚାହୁଛନ୍ତି ସେମାନଙ୍କୁ ଅସ୍ତ୍ର ଦିଆଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।ଅନ୍ୟପଟେ AFP ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ୟୁକ୍ରେନ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି। କେତେକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଏହାର ୧୦ ହଜାର ନାଗରିକଙ୍କୁ ଯୁଦ୍ଧ ପାଇଁ ରାଇଫଲ ଦେଇଛି।ସମୟ ଆସିଲେ ସାଧାରଣ ଲୋକ ମଧ୍ୟ ରୁଷ ସୈନିକଙ୍କ ଲଢ଼େଇ କରିବେ ବୋଲି ସରକାର ଆଶା କରିଛନ୍ତି।

https://www.thesakala.in/national-international/ukraine-president-says-no-one-came-to-help-us-we-were-left-alone-to-fight-russia/article-9505
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର