ୟୁକ୍ରେନର ଦାବି: ଋଷର ୫୦ ସୈନିକଙ୍କୁ ମାରିବା ସହ ୬ଟି ଯୁଦ୍ଧ ବିମାନକୁ ଆକାଶପଥରେ ଧ୍ୱଂସ କରିଦେଇଛୁ

The Sakala Picture
Published On

ମସ୍କୋ: ଆରମ୍ଭ ହୋଇଯାଇଛି ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ । ଋଷର ଲଗାତାର ମିସାଇଲ ଆକ୍ରମଣରେ ୟୁକ୍ରେନରେ ଖେଳିଯାଇଛି ଭୟର ମାହୋଲ । ରୁଷ ସେନା ୟୁକ୍ରେନ ଉପରେ ବୋମା ବର୍ଷଣ କରିବା ସହ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛନ୍ତି | ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି । ଆଉ ଏସବୁ ଭିତରେ ୟୁକ୍ରେନ ଦାବି କରିଛି ଯେ ଏହାର ପାଲଟା କାର୍ଯ୍ୟାନୁଷ୍ଠାନରେ ରୁଷର ୫୦ ଜଣ ସୈନିକ ମରିଛନ୍ତି। ୟୁକ୍ରେନ ଦାବି […]

ମସ୍କୋ: ଆରମ୍ଭ ହୋଇଯାଇଛି ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ । ଋଷର ଲଗାତାର ମିସାଇଲ ଆକ୍ରମଣରେ ୟୁକ୍ରେନରେ ଖେଳିଯାଇଛି ଭୟର ମାହୋଲ । ରୁଷ ସେନା ୟୁକ୍ରେନ ଉପରେ ବୋମା ବର୍ଷଣ କରିବା ସହ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛନ୍ତି | ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି । ଆଉ ଏସବୁ ଭିତରେ ୟୁକ୍ରେନ ଦାବି କରିଛି ଯେ ଏହାର ପାଲଟା କାର୍ଯ୍ୟାନୁଷ୍ଠାନରେ ରୁଷର ୫୦ ଜଣ ସୈନିକ ମରିଛନ୍ତି। ୟୁକ୍ରେନ ଦାବି କରିଛି ଯେ ୟୁକ୍ରେନ ସୈନ୍ୟବାହିନୀର ଜବାବୀ ହମଲାରେ ଏପର୍ଯ୍ୟନ୍ତ ରୁଷର ୫୦ ସୈନ୍ୟ ନିହତ ହୋଇଛନ୍ତି ଏବଂ ପୂର୍ବ ପାର୍ଶ୍ୱରେ ୬ଟି ଯୁଦ୍ଧ ଜାହାଜ ଧ୍ୱଂସ ହୋଇଛି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଅନ୍ୟପକ୍ଷରେ, ସୁରକ୍ଷା କ୍ୟାମେରା ଫୁଟେଜରେ ରୁଷର ସାମରିକ ଯାନ କ୍ରିମିଆ ପଟରୁ ୟୁକ୍ରେନକୁ ପ୍ରବେଶ କରୁଥିବା ଦେଖାଯାଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଗୁରୁବାର ଦିନ ରୁଷର ସୈନ୍ୟବାହିନୀ ୟୁକ୍ରେନ ବିରୋଧରେ ସାମରିକ ଅପରେସନ ଆରମ୍ଭ କରିଛି। ରୁଷର ଏହି ପଦକ୍ଷେପକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଉଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଅନ୍ୟପଟେ ପୁଟିନ ଅନ୍ୟ ଦେଶମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ରଷର କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ପ୍ରୟାସ କଲେ ପରିଣାମ ଏପରି ହେବ ଯାହା ସେମାନେ ପୂର୍ବରୁ କେବେ ଦେଖି ନଥିବେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର