ଗୁଜୁରାଟରେ ୧୫ ଜୁନରୁ ଲାଗୁ ହେବ ଲଭ୍ ଜିହାଦ ଆଇନ, ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍

The Sakala Picture
Published On

ଗୁଜୁରାଟ: ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ଯ ଦେବବ୍ରତ ଲଭ ଜିହାଦ ଆଇନକୁ ଅନୁମୋଦନ ଦେଇଛନ୍ତି। ଯେଉଁମାନେ କାହାକୁ ଜବରଦସ୍ତ ଧର୍ମ ରୂପାନ୍ତର କରିବାକୁ କହିବେ ଏବଂ ଜାଲିଆତି କରି ବିବାହ କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଜୁନ୍ ୧୫ରୁ ଏହି ଆଇନ ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି। ରାଜ୍ୟରେ ଏହି ନିୟମ ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି  ପ୍ରଲୋଭନ, ବାଧ୍ୟବାଧକତା କିମ୍ବା କୌଣସି ପ୍ରକାର ହିଂସା ଦ୍ୱାରା କେହି […]

ଗୁଜୁରାଟ: ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ଯ ଦେବବ୍ରତ ଲଭ ଜିହାଦ ଆଇନକୁ ଅନୁମୋଦନ ଦେଇଛନ୍ତି। ଯେଉଁମାନେ କାହାକୁ ଜବରଦସ୍ତ ଧର୍ମ ରୂପାନ୍ତର କରିବାକୁ କହିବେ ଏବଂ ଜାଲିଆତି କରି ବିବାହ କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଜୁନ୍ ୧୫ରୁ ଏହି ଆଇନ ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରୁ ଡିପୋର୍ଟ ହେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ କରମବୀର ଦେଓ, ଦିଲ୍ଲୀ ଏୟାରପୋର୍ଟରୁ ଗିରଫ

ରାଜ୍ୟରେ ଏହି ନିୟମ ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି  ପ୍ରଲୋଭନ, ବାଧ୍ୟବାଧକତା କିମ୍ବା କୌଣସି ପ୍ରକାର ହିଂସା ଦ୍ୱାରା କେହି କାହାର ଧର୍ମକୁ ପରିବର୍ତ୍ତନ କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ଲଭ୍ ଜିହାଦ ଅଧିନିୟମ ଅନୁଯାୟୀ, ଜାଲିଆତି କରି ଧର୍ମ ପରିବର୍ତ୍ତନ କରିବା ମାମଲାରେ ୧୦ ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି। ପ୍ରବଳ ହଟୋଗଳ ମଧ୍ୟରେ ଗୁଜୁରାଟ ବିଧାନସଭାରେ ଲଭ୍ ଜିହାଦ୍ ବିଲ୍ ପାରିତ ହୋଇଥିଲା। ଗୁଜୁରାଟର ଗୃହମନ୍ତ୍ରୀ ପ୍ରଦୀପ ଜାଡେଜା କହିଛନ୍ତି ଯେ, ଯେଉଁମାନେ ଏପରି କରି ଠକିଛନ୍ତି ସେମାନଙ୍କୁ ଛଡା ଯିବ ନାହିଁ। ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ଯେଉଁମାନେ ନିୟମକୁ ଅବମାନନା କରନ୍ତି ସେମାନଙ୍କୁ ଲଭ୍ ଜିହାଦ୍ ଆକ୍ଟ ଅନୁଯାୟୀ, ଧର୍ମ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପାଞ୍ଚ ବର୍ଷ ଜେଲ ଏବଂ ଦୁଇ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ, ଯଦି ଧର୍ମ ଲୁଚାଇ ନାବାଳିକାଙ୍କୁ ବିବାହ କରନ୍ତି, ତେବେ ସାତ ବର୍ଷ ଜେଲ କିମ୍ବା ତିନି ଲକ୍ଷ ଟଙ୍କା ଜରିମାନା ହେବାର ବ୍ୟବସ୍ଥା ରହିଛି। ଏଥିସହ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତିନି ଲକ୍ଷ ଟଙ୍କା ଜରିମାନା ଏବଂ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ବ୍ୟବସ୍ଥା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର