କାବୁଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ଗୋଷ୍ଠୀ ଉପରେ ୟୁଏସ୍ ଷ୍ଟ୍ରାଇକ୍

The Sakala Picture
Published On

କାବୁଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ଗୋଷ୍ଠୀ ଉପରେ ୟୁଏସ୍ ଷ୍ଟ୍ରାଇକ୍ । କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା । ମାତ୍ର ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର । ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆଇଏସ୍ଆଇଏସ୍ -କେ ‘ପ୍ଳାନ୍‌ର’ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଛି । ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ରଙ୍କ କହିବାନୁଯାୟୀ ଆଫଗାନିସ୍ତାନର ନାନଗହର ପ୍ରଦେଶରେ ଏହି ଆମେରିକା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ୍ […]

କାବୁଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ଗୋଷ୍ଠୀ ଉପରେ ୟୁଏସ୍ ଷ୍ଟ୍ରାଇକ୍ । କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା । ମାତ୍ର ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର । ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆଇଏସ୍ଆଇଏସ୍ -କେ ‘ପ୍ଳାନ୍‌ର’ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଛି । ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ରଙ୍କ କହିବାନୁଯାୟୀ ଆଫଗାନିସ୍ତାନର ନାନଗହର ପ୍ରଦେଶରେ ଏହି ଆମେରିକା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି । ତେବେ ଏହି ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୌଣସି ସାଧାରଣ ଲୋକ ମୃତାହାତ ହୋଇନଥିବା ଆମେରିକା ପକ୍ଷରୁ ଦାବି କରାଯାଉଛି ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଅପରପକ୍ଷରେ ଆମେରିକୀୟ ନାଗରିକଙ୍କୁ ଯଥାଶୀଘ୍ର କାବୁଲ ଏୟାରପୋର୍ଟ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ ବୋଲି କହିଥିଲେ ବାଇଡେନ୍ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଘଟଣାର ୪୮ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି ପେଣ୍ଟାଗନ୍ ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର