ପଶ୍ଚିମବଙ୍ଗ ବାଙ୍କୁରାରେ ୨ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା, ଟ୍ରାକରୁ ଲାଇନ୍‌ଚ୍ୟୁତ ହେଲା ୧୨ ବଗି

The Sakala Picture
Published On

ପଶ୍ଚିମବଙ୍ଗ: ପୁଣି ଟ୍ରେନ ଦୁର୍ଘଟଣା । ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ୨ଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ହୋଇଛି ଧକ୍କା । ଦୁର୍ଘଟଣାରେ ୧୨ଟି ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଭୋର ୪ଟା ସମୟରେ ଆଣ୍ଟୋ ଷ୍ଟେସନ ନିକଟରେ ଘଟିଛି ଏହି ଟ୍ରେନ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ଟ୍ରେନର ଲୋକ ପାଇଲଟ୍ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ଗାଡ଼ି ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକ୍କା ମାରିବାରୁ ଏହି […]

ପଶ୍ଚିମବଙ୍ଗ: ପୁଣି ଟ୍ରେନ ଦୁର୍ଘଟଣା । ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ ୨ଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ହୋଇଛି ଧକ୍କା । ଦୁର୍ଘଟଣାରେ ୧୨ଟି ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଭୋର ୪ଟା ସମୟରେ ଆଣ୍ଟୋ ଷ୍ଟେସନ ନିକଟରେ ଘଟିଛି ଏହି ଟ୍ରେନ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ଟ୍ରେନର ଲୋକ ପାଇଲଟ୍ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ଗାଡ଼ି ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକ୍କା ମାରିବାରୁ ଏହି ଦୁର୍ଘଟଣା ଘଟିଛି । ଖଡ଼ଗପୁର-ବାଙ୍କୁରା-ଆଦ୍ରା ଲାଇନ୍‌ରେ ରେଳ ଚଳାଚଳ ବ୍ୟାହତ ହୋଇଛି। ଦୁର୍ଘଟଣା ସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଛନ୍ତି। ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ କରାଯାଇନାହିଁ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ଅଦ୍ରା ଡିଭିଜନ ଅଧୀନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବଙ୍କୁରା, ପୁରୁଲିଆ ଓ ବୃନ୍ଦାବନ ରହିଥିବା ବେଳେ ଝାରଖଣ୍ଡର ଧନବାନ, ବୋକାରୋ ଓ ସିଂହଭୂମୀ ରହିଛି। ଏହି ସବୁ ଜିଲ୍ଲାରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର