ବ୍ୟାଙ୍କ ଘରୋଇକରଣକୁ ବିରୋଧ, ଆଜିଠାରୁ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

The Sakala Picture
Published On

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବ୍ୟାଙ୍କ କର୍ମଚାରୀ ବିରୋଧ କରିବା ସହିତ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡକରା ଦେଇଛନ୍ତି। ଆଜିଠୁ ଦୁଇ ଦିନିଆ ଦେଶବ୍ୟାପି ଧର୍ମଘଟ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ଡକରା ଦେଇଥିବା ବେଳେ ସାରା ଦେଶରେ ବ୍ୟାଙ୍କ ସେବା ବ୍ୟାହତ ହେବାର ସମ୍ଭାବନା ଦେଖାଯାଇଛି। ଦେଶରେ ବ୍ୟାଙ୍କ ସେବାକୁ ଅଧିକ ପ୍ରସାରିତ କରାଯିବା ସହିତ ପ୍ରତ୍ୟେକ ନାଗରିକଙ୍କ ନକଟରେ ଏହାକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଛି। […]

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବ୍ୟାଙ୍କ କର୍ମଚାରୀ ବିରୋଧ କରିବା ସହିତ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡକରା ଦେଇଛନ୍ତି। ଆଜିଠୁ ଦୁଇ ଦିନିଆ ଦେଶବ୍ୟାପି ଧର୍ମଘଟ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ଡକରା ଦେଇଥିବା ବେଳେ ସାରା ଦେଶରେ ବ୍ୟାଙ୍କ ସେବା ବ୍ୟାହତ ହେବାର ସମ୍ଭାବନା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଦେଶରେ ବ୍ୟାଙ୍କ ସେବାକୁ ଅଧିକ ପ୍ରସାରିତ କରାଯିବା ସହିତ ପ୍ରତ୍ୟେକ ନାଗରିକଙ୍କ ନକଟରେ ଏହାକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଛି। ଏଥିସହିତ ସାଧାରଣ ନାଗରିକଙ୍କ ସଞ୍ଚୟ ଅର୍ଥକୁ ସୁରକ୍ଷିତ ରଖିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏ ଦିଗରେ ବର୍ଷ ବର୍ଷ ଧରି ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରମୁଖ ଭୂମିକା ନିଭାଇ ଆସିଛି । ବିଶେଷକରି କୃଷି, ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଗୁରୁ ଦାୟିତ୍ଵ ବହନ କରିଆସିଥିବା ବେଳେ ଏବେ କେନ୍ଦ୍ର ସରକାର ଏଗୁଡିକର ଘରୋଇକରଣ କରିବାକୁ ଯୋଜନା କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ବିପୁଳ ଋଣ ନେଇ ପରିଶୋଧ କରୁନଥିବା କର୍ପୋରେଟ କ୍ଷେତ୍ର ହାତରେ ଏଗୁଡିକୁ ଟେକି ଦେବାକୁ ମସୁଧା କରିଛନ୍ତି। କିନ୍ତୁ କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ସାକାର କରିବାକୁ ଦିଆଯିବ ନାହିଁ ବୋଲି ମିଳିତ ବ୍ୟାଙ୍କ କର୍ମଚାରୀ ସଂଘ(ୟୁଏଫବିୟୁ) ର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ବୁଧବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ୟୁଏଫବିୟୁ ବ୍ୟତୀତ ‘ବେଫି’ ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଏଆଇବିଓଏ ସାଧାରଣ ସମ୍ପାଦକ ଅଜୟ ରାଉତ ଏବଂ ଆଇବିଇଏ ଜାତୀୟ ଉପସଭାପତି ସଞ୍ଜୀବ ପତି ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଏହି ଧର୍ମଘଟରେ ଦେଶର ସମସ୍ତ ବ୍ୟାଙ୍କ ସଂଘ ସାମିଲ ହେଉଥିବାରୁ ଦେଶର ମୋଟ ୧ ଲକ୍ଷ ୫୮ ହଜାର ଏବଂ ରାଜ୍ୟର ୪ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ କାର୍ଯ୍ୟ ଅଚଳ ହୋଇପଡ଼ିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର