ଟ୍ୱିଟରକୁ ସରକାରଙ୍କ ଅନ୍ତିମ ଚେତାବନୀ : ନିୟମ ଲାଗୁ କର; ନଚେତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ

The Sakala Picture
Published On

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ,୨୦୨୧ କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶନିବାର ଟ୍ବିଟରକୁ ଅନ୍ତିମ ଚେତାବନୀ ଦେଇଛନ୍ତି ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ମେ ୨୮ ଏବଂ ଜୁନ ୨ରେ ମିଳିଥିବା ଆପଣଙ୍କ ଜବାବ ନୈରାଶ୍ୟଜନକ। କାରଣ ଯାହା ପଚରା ଯାଇଥିଲା ତାହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା କିମ୍ବା ନୂଆ ନିୟମକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇନଥିଲା। ସରକାର ଟ୍ବିଟରକୁ କହିଛନ୍ତି […]

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ,୨୦୨୧ କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶନିବାର ଟ୍ବିଟରକୁ ଅନ୍ତିମ ଚେତାବନୀ ଦେଇଛନ୍ତି ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ମେ ୨୮ ଏବଂ ଜୁନ ୨ରେ ମିଳିଥିବା ଆପଣଙ୍କ ଜବାବ ନୈରାଶ୍ୟଜନକ। କାରଣ ଯାହା ପଚରା ଯାଇଥିଲା ତାହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା କିମ୍ବା ନୂଆ ନିୟମକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇନଥିଲା। ସରକାର ଟ୍ବିଟରକୁ କହିଛନ୍ତି ଯେ ଆପଣଙ୍କୁ ଅନ୍ତିମ ସୁଯୋଗ ଦିଆଯାଉଛି। ଯଦି ଟ୍ୱିଟର ନୂଆ ଡିଜିଟାଲ ନିୟମକୁ ପାଳନ ନ କରିବ, ତା’ହେଲେ ଆଇଟି ଆଇନ ୨୦୦୦ର ଧାରା ୭୯ରେ ମିଳୁଥିବା ସୁବିଧାସୁଯୋଗକୁ ପ୍ରତ୍ୟାହାର କରିନିଆଯିବ। ପରେ ଆଇଟି ଆଇନ ଓ ଭାରତୀୟ ଆଇନ ଅନୁଯାୟୀ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡ଼ିବ। ଏଥିପାଇଁ ନିଜେ ଦାୟୀ ରହିବେ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ସରକାରଙ୍କ ଅନୁଯାୟୀ ଟ୍ବିଟର ଏ ପର୍ଯ୍ୟନ୍ତ ମୁଖ୍ୟ ଅନୁପାଳନ ଅଧିକାରୀଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ। ଯାହାକୁ ଆଞ୍ଚଳିକ କନେକ୍ଟ ପର୍ସନ ଭାବେ ଚୟନ କରାଯାଇଛି ସେ ଭାରତର ଟ୍ବିଟର କର୍ମଚାରୀ ନୁହଁନ୍ତି। ଏହା ସହିତ ଯେଉଁ ଅଫିସ ଠିକଣା ଦିଆଯାଇଛି ତାହା ଏଖ ଲ କମ୍ପାନୀର। ଏହା ପୂର୍ବରୁ ଟ୍ବିଟର ଏକ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସରକାରଙ୍କ ଚିନ୍ତା କ୍ରୋଧ ବୃଦ୍ଧି କରିଛି। ଶନିବାର ସକାଳେ ଟ୍ବିଟର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ସମେତ ଅନେକ ନେତାଙ୍କ ନୀଳ ଠିକ ଚିହ୍ନକୁ ହଟାଇ ନେଇଥିଲା। ତେବେ ପରେ ଉପରାଷ୍ଟ୍ରପତି, ମୋହନ ଭାଗବତ, ସଂଘର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟଙ୍କ ଆକାଉଣ୍ଟରେ ପୁଣିଥରେ ନୀଳ ଠିକ ଚିହ୍ନକୁ ଦିଆଯାଇଥିଲା। ଏ ନେଇ ଟ୍ବିଟର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ ଆକାଉଣ୍ଟ ଦୀର୍ଘ ଦିନ ହେଲା ସକ୍ରିୟ ନଥିଲା।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ଏଥିଯୋଗୁଁ ସମୀକ୍ଷା ନୀତି ଅନୁଯାୟୀ ସୂଚନାକୁ ସମୀକ୍ଷା କରାଯାଇନଥିବାରୁ ନୀଳ ଠିକ ଚିହ୍ନ ହଟାଇ ଦିଆଯାଇଥିଲା। ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ନେତା ଅହମଦ ପଟେଲ, ଅଭିନେତା ଇରଫାନ ଖାନ ସମେତ ଅନେକ ଲୋକଙ୍କ ଆକାଉଣ୍ଟରେ ନୀଳ ଠିକ ଚିହ୍ନ ଥିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

06 Jun 2021 By The Sakala

ଟ୍ୱିଟରକୁ ସରକାରଙ୍କ ଅନ୍ତିମ ଚେତାବନୀ : ନିୟମ ଲାଗୁ କର; ନଚେତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ,୨୦୨୧ କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶନିବାର ଟ୍ବିଟରକୁ ଅନ୍ତିମ ଚେତାବନୀ ଦେଇଛନ୍ତି ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ମେ ୨୮ ଏବଂ ଜୁନ ୨ରେ ମିଳିଥିବା ଆପଣଙ୍କ ଜବାବ ନୈରାଶ୍ୟଜନକ। କାରଣ ଯାହା ପଚରା ଯାଇଥିଲା ତାହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା କିମ୍ବା ନୂଆ ନିୟମକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇନଥିଲା। ସରକାର ଟ୍ବିଟରକୁ କହିଛନ୍ତି ଯେ ଆପଣଙ୍କୁ ଅନ୍ତିମ ସୁଯୋଗ ଦିଆଯାଉଛି। ଯଦି ଟ୍ୱିଟର ନୂଆ ଡିଜିଟାଲ ନିୟମକୁ ପାଳନ ନ କରିବ, ତା’ହେଲେ ଆଇଟି ଆଇନ ୨୦୦୦ର ଧାରା ୭୯ରେ ମିଳୁଥିବା ସୁବିଧାସୁଯୋଗକୁ ପ୍ରତ୍ୟାହାର କରିନିଆଯିବ। ପରେ ଆଇଟି ଆଇନ ଓ ଭାରତୀୟ ଆଇନ ଅନୁଯାୟୀ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡ଼ିବ। ଏଥିପାଇଁ ନିଜେ ଦାୟୀ ରହିବେ।

ସରକାରଙ୍କ ଅନୁଯାୟୀ ଟ୍ବିଟର ଏ ପର୍ଯ୍ୟନ୍ତ ମୁଖ୍ୟ ଅନୁପାଳନ ଅଧିକାରୀଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ। ଯାହାକୁ ଆଞ୍ଚଳିକ କନେକ୍ଟ ପର୍ସନ ଭାବେ ଚୟନ କରାଯାଇଛି ସେ ଭାରତର ଟ୍ବିଟର କର୍ମଚାରୀ ନୁହଁନ୍ତି। ଏହା ସହିତ ଯେଉଁ ଅଫିସ ଠିକଣା ଦିଆଯାଇଛି ତାହା ଏଖ ଲ କମ୍ପାନୀର। ଏହା ପୂର୍ବରୁ ଟ୍ବିଟର ଏକ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସରକାରଙ୍କ ଚିନ୍ତା କ୍ରୋଧ ବୃଦ୍ଧି କରିଛି। ଶନିବାର ସକାଳେ ଟ୍ବିଟର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ସମେତ ଅନେକ ନେତାଙ୍କ ନୀଳ ଠିକ ଚିହ୍ନକୁ ହଟାଇ ନେଇଥିଲା। ତେବେ ପରେ ଉପରାଷ୍ଟ୍ରପତି, ମୋହନ ଭାଗବତ, ସଂଘର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟଙ୍କ ଆକାଉଣ୍ଟରେ ପୁଣିଥରେ ନୀଳ ଠିକ ଚିହ୍ନକୁ ଦିଆଯାଇଥିଲା। ଏ ନେଇ ଟ୍ବିଟର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ ଆକାଉଣ୍ଟ ଦୀର୍ଘ ଦିନ ହେଲା ସକ୍ରିୟ ନଥିଲା।

ଏଥିଯୋଗୁଁ ସମୀକ୍ଷା ନୀତି ଅନୁଯାୟୀ ସୂଚନାକୁ ସମୀକ୍ଷା କରାଯାଇନଥିବାରୁ ନୀଳ ଠିକ ଚିହ୍ନ ହଟାଇ ଦିଆଯାଇଥିଲା। ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ନେତା ଅହମଦ ପଟେଲ, ଅଭିନେତା ଇରଫାନ ଖାନ ସମେତ ଅନେକ ଲୋକଙ୍କ ଆକାଉଣ୍ଟରେ ନୀଳ ଠିକ ଚିହ୍ନ ଥିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର