୪୬,୦୦୦ ଭାରତୀୟଙ୍କ ଆକାଉଣ୍ଟ ବନ୍ଦକଲା ଟ୍ବିଟର

The Sakala Picture
Published On

ନୂଆଦିଲ୍ଲୀ : ହ୍ବାଟ୍ସଆପ୍‌ ପରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବାରୁ ମେ’ ମାସରେ ୪୬,୦୦୦ରୁ ଅଧିକ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ନିଷିଦ୍ଧ କରିଛି। ଟ୍ବିଟର ପକ୍ଷରୁ ରବିବାର ପ୍ରକାଶିତ ଏହାର ମାସିକ ଅନୁପାଳନ ରିପୋର୍ଟରେ ଏ ସମ୍ପର୍କରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ,ନିଷିଦ୍ଧ ଶିଶୁ ଯୌନ ଶୋଷଣ, ନଗ୍ନତା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାଇଁ ୨୮୭୦ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଏହି ପ୍ଲାଟଫର୍ମରେ ୨୬ ଏପ୍ରିଲ ୨୦୨୨ ରୁ ୨୫ମେ’ ୨୦୨୨ମଧ୍ୟରେ ଭାରତରେ ସ୍ଥାନୀୟ […]

ନୂଆଦିଲ୍ଲୀ : ହ୍ବାଟ୍ସଆପ୍‌ ପରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବାରୁ ମେ’ ମାସରେ ୪୬,୦୦୦ରୁ ଅଧିକ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ନିଷିଦ୍ଧ କରିଛି। ଟ୍ବିଟର ପକ୍ଷରୁ ରବିବାର ପ୍ରକାଶିତ ଏହାର ମାସିକ ଅନୁପାଳନ ରିପୋର୍ଟରେ ଏ ସମ୍ପର୍କରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ,ନିଷିଦ୍ଧ ଶିଶୁ ଯୌନ ଶୋଷଣ, ନଗ୍ନତା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାଇଁ ୨୮୭୦ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଏହି ପ୍ଲାଟଫର୍ମରେ ୨୬ ଏପ୍ରିଲ ୨୦୨୨ ରୁ ୨୫ମେ’ ୨୦୨୨ମଧ୍ୟରେ ଭାରତରେ ସ୍ଥାନୀୟ ଅଭିଯୋଗ ପ୍ରଣାଳୀ ମାଧ୍ୟମରେ ୧୬୯୮ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରେ ଅନଲାଇନ୍ ଅପବ୍ୟବହାର /ନିର୍ଯାତନା (୧୩୬୬), ଘୃଣ୍ୟ ଆଚରଣ (୧୧୧), ଭୁଲ ସୂଚନା ଏବଂ ମିଡିଆର ଅପବ୍ୟବହାର (୩୬) ଏବଂ ସମ୍ବେଦନଶୀଳ ବୟସ୍କ ବିଷୟବସ୍ତୁ (୨୮)ସମ୍ବନ୍ଧୀୟ ଅଭିଯୋଗ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଏହା ଉପରେ ଟ୍ୱିଟର ରିପୋର୍ଟରେ କହିଛି ଯେ, ଯେତେବେଳେ ଆମେ ସମସ୍ତଙ୍କୁ ନିଜ ପ୍ଲାଟଫର୍ମରେ ମତ ରଖିବାକୁ ସ୍ୱାଗତ କରୁଛୁ ସେତେବେଳେ ଅନ୍ୟମାନଙ୍କର ସ୍ୱରକୁ ଦମନ କରିବା ପାଇଁ ହଇରାଣ କରୁଥିବା, ଧମକ ଦେଉଥିବା ଏବଂ ଅମାନବୀୟ ଆଚରଣକୁ ଆମେ ବରଦାସ୍ତ କରୁନାହୁଁ। ଏହି ସମୟରେ, ରବିବାର ମାସିକ ସ୍ୱଚ୍ଛତା ରିପୋର୍ଟ ଅନୁଯାୟୀ, ଗୁଗୁଲ ଇଣ୍ଡିଆ ମେ ମାସରେ ୩୯୩,୩୦୩ କ୍ଷତିକାରକ ବିଷୟବସ୍ତୁକୁ ସ୍ୱୟଂଚାଳିତ ଚିହ୍ନଟ ମାଧ୍ୟମରେ ଅପସାରଣ କରି ଯୌନ ନିର୍ଯାତନା ତଥା ହିଂସାତ୍ମକ ଉଗ୍ରବାଦୀ ବିଷୟବସ୍ତୁ ଭଳି କ୍ଷତିକାରକ ବିଷୟବସ୍ତୁର ପ୍ରସାରକୁ ରୋକିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର