ଚାଲିଛି ଭୋଟ୍ ଗଣତି: ଆଜି ଆସିବ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ନିର୍ବାଚନ ଫଳ

The Sakala Picture
Published On

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏ ନେଇ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଏହି ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା। ତେବେ ଏହି ସବୁ ରାଜ୍ୟର ଫଳାଫଳ ଆଜି ପ୍ରକାଶ ପାଇବ। ଏହାକୁ ନେଇ ବିଭିନ୍ନ ରାଜନୀତିକ […]

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏ ନେଇ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଏହି ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା। ତେବେ ଏହି ସବୁ ରାଜ୍ୟର ଫଳାଫଳ ଆଜି ପ୍ରକାଶ ପାଇବ। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ବୁଥ୍‌ ବାହୁଡ଼ା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରାଯାଇଥିଲା ବେଳେ ନାଗାଲାଣ୍ଡରେ ମଧ୍ୟ ବିଜେପି ଏନଡିପିପି ସହିତ ମେଣ୍ଟ ସରକାର ପ୍ରତିଷ୍ଠା କରିବ ବୋଲି ଆକଳନ କରାଯାଇଛି। ମେଘାଳୟରେ ଝୁଲା ଅବସ୍ଥା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।  ଆଜ ସବୁ ଆକଳନ ସ୍ପଷ୍ଟ ହୋଇଯିବ। ଚଳିତ ବର୍ଷ ଏହି ତିନି ରାଜ୍ୟ ବ୍ୟତୀତ ରାଜସ୍ଥାନ, କର୍ଣ୍ଣାଟକ ଏବଂ ତେଲଙ୍ଗାନା ଭଳି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ରହିଛି। ତେଣୁ ଏହି ତିନି ରାଜ୍ୟର ଫଳାଫଳ ସବୁ ରାଜନୀତିକ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ରହିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର