ତୃତୀୟ ଥର ପାଇଁ କରୋନା ଆକ୍ରାନ୍ତ ହେଲେ ଟିଏମସି ନେତା ବାବୁଲ ସୁପ୍ରିୟୋ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଲେ …..

The Sakala Picture
Published On

କୋଲକାତା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କୁ କରୋନା । ତୃତୀୟ ଥର ପାଇଁ କୋଭିଡ ସଂକ୍ରମିତ ହୋଇଛନ୍ତି ବାବୁଲ । ଟ୍ୱିଟ କରି ନିଜେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ, ତାଙ୍କ ପତ୍ନୀ, ବାପା ଏବଂ ତାଙ୍କର ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଓମିକ୍ରନ୍ର ଆତଙ୍କ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ଅନ୍ୟ ରାଜ୍ୟରେ କରୋନା […]

କୋଲକାତା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କୁ କରୋନା । ତୃତୀୟ ଥର ପାଇଁ କୋଭିଡ ସଂକ୍ରମିତ ହୋଇଛନ୍ତି ବାବୁଲ । ଟ୍ୱିଟ କରି ନିଜେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ, ତାଙ୍କ ପତ୍ନୀ, ବାପା ଏବଂ ତାଙ୍କର ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଓମିକ୍ରନ୍ର ଆତଙ୍କ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଜନତାଙ୍କ ସହ ନେତା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିଓ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସୁପ୍ରିୟୋ କୋଭିଡ ପଜିଟିଭ୍‌ ହୋଇଥିବା ନେଇ ସୂଚନା ଦେବା ସହ କେନ୍ଦ୍ର ସରକାରଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ସୁପ୍ରିୟୋ ଟ୍ୱିଟରେ  କୋଭିଡ କକଟେଲ ଭ୍ୟାକ୍ସିନର ଅତ୍ୟଧିକ ମୂଲ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସୁପ୍ରିଓ କହିଛନ୍ତି ଯେ ତାଙ୍କ ୮୪ ବର୍ଷ ବୟସ୍କ ପିତାଙ୍କ ପାଇଁ କରୋନା ଟିକା କକଟେଲ କିଣିବାକୁ ପଡିବ, କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ ଯେ ଗରିବ ଲୋକ ଏହାକୁ କିଣି ପାରିବେ ନାହିଁ।କୋଭିଡ କକଟେଲ ଶଟ୍‌ର ଦାମକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କୋଭିଡ କକଟେଲ ଶଟ ଗୁରୁତର ଅସୁସ୍ଥ ଲୋକଙ୍କୁ ଦିଆଯାଏ। ବାବୁଲ ତାଙ୍କ ୮୪ ବର୍ଷୀୟ ବାପାଙ୍କ ପାଇଁ ଏହାକୁ ୬୧ ହଜାର ଟଙ୍କା ଦେଇ କିଣିଛନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେମିତି ଏହାକୁ କଣିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ବାବୁଲ କହିଛନ୍ତି, “ମୁଁ, ମୋ ପତ୍ନୀ, ବାପା ଓ ମୋର ଏକାଧିକ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ୬୧ ହଜାର ଟଙ୍କା ପଡ଼ୁଥିବା କକଟେଲ ଶଟ୍‌ ପାଇଁ ମୁଁ ଚିନ୍ତା ପ୍ରକଟ କରୁଛି। ଏହି ଶଟ୍‌ ଗୁରୁତର ଅସୁସ୍ଥ ଲୋଙ୍କୁ ଦିଆଯାଏ। ମୋ ବାପାଙ୍କ ବୟସ ୮୪ ବର୍ଷ ଓ ତାଙ୍କ ପାଇଁ ମୁଁ ସ୍ପଟ ଉପରେ ଟଙ୍କା ଦେଇ ଏହାକୁ କିଣିବାକୁ ବାଧ୍ୟ ହୋଇଛି। କେମିତି ଆର୍ଥିକ ପଛୁଆ ବର୍ଗରେ ଲୋକମାନେ ଏତେ ଟଙ୍କା ଏହି ଶଟ୍‌ ପାଇଁ ଦେବେ? କରୋନା ଟିକାର ଦୁଇଟି ଯାକ ଡୋଜ୍‌ ମଧ୍ୟ ନୂଆ ସଂକ୍ରମଣରୁ ରକ୍ଷା ଦେଇପାରୁନି। ତେଣୁ ସରକାର କକଟେଲ ଶଟ ତୁରନ୍ତ ହସ୍ପିଟାଲରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏଥିସହ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଦରକାର। ଟିକାକରଣ ନିଶ୍ଚିତ। ହେଲେ ବର୍ତ୍ତମାନ ସମୟରେ କକଟେଲ ମଧ୍ୟ ଜରୁରୀ।” ସେ ଏହି ଟ୍ୱିଟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

04 Jan 2022 By The Sakala

ତୃତୀୟ ଥର ପାଇଁ କରୋନା ଆକ୍ରାନ୍ତ ହେଲେ ଟିଏମସି ନେତା ବାବୁଲ ସୁପ୍ରିୟୋ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଲେ …..

କୋଲକାତା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋଙ୍କୁ କରୋନା । ତୃତୀୟ ଥର ପାଇଁ କୋଭିଡ ସଂକ୍ରମିତ ହୋଇଛନ୍ତି ବାବୁଲ । ଟ୍ୱିଟ କରି ନିଜେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ, ତାଙ୍କ ପତ୍ନୀ, ବାପା ଏବଂ ତାଙ୍କର ଅନେକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଓମିକ୍ରନ୍ର ଆତଙ୍କ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଜନତାଙ୍କ ସହ ନେତା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିଓ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସୁପ୍ରିୟୋ କୋଭିଡ ପଜିଟିଭ୍‌ ହୋଇଥିବା ନେଇ ସୂଚନା ଦେବା ସହ କେନ୍ଦ୍ର ସରକାରଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି।

ସୁପ୍ରିୟୋ ଟ୍ୱିଟରେ  କୋଭିଡ କକଟେଲ ଭ୍ୟାକ୍ସିନର ଅତ୍ୟଧିକ ମୂଲ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସୁପ୍ରିଓ କହିଛନ୍ତି ଯେ ତାଙ୍କ ୮୪ ବର୍ଷ ବୟସ୍କ ପିତାଙ୍କ ପାଇଁ କରୋନା ଟିକା କକଟେଲ କିଣିବାକୁ ପଡିବ, କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ ଯେ ଗରିବ ଲୋକ ଏହାକୁ କିଣି ପାରିବେ ନାହିଁ।କୋଭିଡ କକଟେଲ ଶଟ୍‌ର ଦାମକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କୋଭିଡ କକଟେଲ ଶଟ ଗୁରୁତର ଅସୁସ୍ଥ ଲୋକଙ୍କୁ ଦିଆଯାଏ। ବାବୁଲ ତାଙ୍କ ୮୪ ବର୍ଷୀୟ ବାପାଙ୍କ ପାଇଁ ଏହାକୁ ୬୧ ହଜାର ଟଙ୍କା ଦେଇ କିଣିଛନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେମିତି ଏହାକୁ କଣିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ବାବୁଲ କହିଛନ୍ତି, “ମୁଁ, ମୋ ପତ୍ନୀ, ବାପା ଓ ମୋର ଏକାଧିକ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ୬୧ ହଜାର ଟଙ୍କା ପଡ଼ୁଥିବା କକଟେଲ ଶଟ୍‌ ପାଇଁ ମୁଁ ଚିନ୍ତା ପ୍ରକଟ କରୁଛି। ଏହି ଶଟ୍‌ ଗୁରୁତର ଅସୁସ୍ଥ ଲୋଙ୍କୁ ଦିଆଯାଏ। ମୋ ବାପାଙ୍କ ବୟସ ୮୪ ବର୍ଷ ଓ ତାଙ୍କ ପାଇଁ ମୁଁ ସ୍ପଟ ଉପରେ ଟଙ୍କା ଦେଇ ଏହାକୁ କିଣିବାକୁ ବାଧ୍ୟ ହୋଇଛି। କେମିତି ଆର୍ଥିକ ପଛୁଆ ବର୍ଗରେ ଲୋକମାନେ ଏତେ ଟଙ୍କା ଏହି ଶଟ୍‌ ପାଇଁ ଦେବେ? କରୋନା ଟିକାର ଦୁଇଟି ଯାକ ଡୋଜ୍‌ ମଧ୍ୟ ନୂଆ ସଂକ୍ରମଣରୁ ରକ୍ଷା ଦେଇପାରୁନି। ତେଣୁ ସରକାର କକଟେଲ ଶଟ ତୁରନ୍ତ ହସ୍ପିଟାଲରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏଥିସହ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଦରକାର। ଟିକାକରଣ ନିଶ୍ଚିତ। ହେଲେ ବର୍ତ୍ତମାନ ସମୟରେ କକଟେଲ ମଧ୍ୟ ଜରୁରୀ।” ସେ ଏହି ଟ୍ୱିଟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର