ମିଥ୍ୟା ଦୁଷ୍କର୍ମ ମାମଲାରେ ଜେଲ୍‌ରେ ୬୬୬ ଦିନ ରହିଲେ ନିର୍ଦ୍ଦୋଷ, ଦାବିକଲେ ୧୦ ହଜାର କୋଟି କ୍ଷତିପୂରଣ

The Sakala Picture
Published On

ରତଲାମ : ମିଥ୍ୟା ଗଣଦୁଷ୍କର୍ମ ମାମଲାରେ ୬୬୬ ଦିନ ଜେଲ୍‌ ଦଣ୍ଡ ଭୋଗ କରିବା ପରେ ଜଣେ ଆଦିବାସୀ ଯୁବକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏବେ ସେ ମଧ୍ୟପ୍ରଦେଶ ସରକାର ଏବଂ ପୁଲିସ ଅଧିକାରୀଙ୍କଠାରୁ ୧୦,୦୦୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ସେ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ୧୦ ତାରିଖରେ ଏହି ମାମଲାର ଶୁଣାଣି ହେବ। ଏହି ମାମଲା ରତଲାମ ଜିଲ୍ଲା ଘୋଡ଼ାଖେଡ଼ାର ଅଧିବାସୀ କାନ୍ତିଲାଲ ଭିଲ୍‌ ଓରଫ କଣ୍ଟୁ (୩୫) […]

ରତଲାମ : ମିଥ୍ୟା ଗଣଦୁଷ୍କର୍ମ ମାମଲାରେ ୬୬୬ ଦିନ ଜେଲ୍‌ ଦଣ୍ଡ ଭୋଗ କରିବା ପରେ ଜଣେ ଆଦିବାସୀ ଯୁବକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏବେ ସେ ମଧ୍ୟପ୍ରଦେଶ ସରକାର ଏବଂ ପୁଲିସ ଅଧିକାରୀଙ୍କଠାରୁ ୧୦,୦୦୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ସେ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ୧୦ ତାରିଖରେ ଏହି ମାମଲାର ଶୁଣାଣି ହେବ। ଏହି ମାମଲା ରତଲାମ ଜିଲ୍ଲା ଘୋଡ଼ାଖେଡ଼ାର ଅଧିବାସୀ କାନ୍ତିଲାଲ ଭିଲ୍‌ ଓରଫ କଣ୍ଟୁ (୩୫) ଙ୍କ ସହ ଘଟିଛି। ଏହି ଘଟଣା ତାଙ୍କ ଜୀବନରେ ଦାଗ ଲଗାଇ ଦେଇଛି, ଯାହାକୁ ଚାହିଁଲେ ମଧ୍ୟ ଭୁଲି ହେଉନାହିଁ ବୋଲି କଣ୍ଟୁ କହିଛନ୍ତି। ପୀଡ଼ିତଙ୍କ ଅନୁଯାୟୀ ନିର୍ଦ୍ଦୋଷ ହୋଇଥିବା ସତ୍ତ୍ବେ ପୁଲିସ ତାଙ୍କୁ ଗଣଦୁଷ୍କର୍ମ ମାମଲାରେ ଫସାଇ ଦେଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଏହି ମାମଲାରେ ତାଙ୍କର କୌଣସି ଦେବାନେବା ନ ଥିଲା। କିଛି ଦୋଷ ନ କରି ପୁଲିସ ୩ ବର୍ଷ ପର୍ଯ୍ୟନ୍ତ ହଇରାଣ କରିଥିଲା ଏବଂ ୨ ବର୍ଷ ଯାଏଁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ଏଥିଯୋଗୁଁ ଜୀବନ ବର୍‌ବାଦ ହୋଇଯାଇଥିଲା। ତାଙ୍କ ପରିବାର ରାସ୍ତାକୁ ଆସି ଯାଇଥିଲେ। ସ୍ତ୍ରୀ, ପିଲାଛୁଆ ଏବଂ ମାଆ ଖାଇବାକୁ ପାଇ ନ ଥିଲେ। ପୋଷାକପତ୍ର କିଣିବାକୁ ମଧ୍ୟ ପରିବାର ପାଖରେ ଟଙ୍କା ନ ଥିଲା। କଣ୍ଟୁ ମଧ୍ୟ ଚରମ ପାଣିପାଗ (ଖରା, ଶୀତ) ରେ ବିନା ପୋଷାକପତ୍ରରେ ଜେଲ୍‌ରେ ରହିଥିଲେ। ଏଠାରେ ତାଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଇଥିଲା। ପୁଲିସ ଏବଂ ରାଜ୍ୟ ସରକାରଙ୍କ ଯୋଗୁଁ ସେ ସମସ୍ତ ସୁଖରୁ ବଞ୍ଚିତ ରହିଥିଲେ। ଶେଷରେ ଭଗବାନଙ୍କ ଆଶୀର୍ବାଦରୁ ରତଲାମ ଜିଲ୍ଲା ଏବଂ ସେସନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ। ଏବେ ସେ ଜେଲ୍‌ରେ କାଟିଥିବା ପ୍ରତ୍ୟେକ ଦିନର ମୂଲ୍ୟ ଚାହାନ୍ତି ବୋଲି କହିଛନ୍ତି। ରାୟ ଆସିବା ପରେ ସେ ନିଜ ଓକିଲ ମାଧ୍ୟମରେ କୋର୍ଟରେ ଆବେଦନ ଦାଏର କରି ପୁଲିସ ଅଧିକାରୀ ଏବଂ ସରକାରଙ୍କଠାରୁ ୧୦,୦୦୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସେ ଆବେଦନରେ ବ୍ୟବସାୟ ଏବଂ ବୃତ୍ତି, ପ୍ରତିଷ୍ଠା ଏବଂ ସମ୍ମାନ ହରାଇବା, ମାନସିକ ଏବଂ ଶାରୀରିକ ନିର୍ଯାତନା, ପାରିବାରିକ ଜୀବନ ହାନି, ଶିକ୍ଷା ଏବଂ କ୍ୟାରିୟର ନଷ୍ଟ ପାଇଁ କୋଟିଏ ଟଙ୍କା ଲେଖାଏଁ ଏବଂ ମନୁଷ୍ୟକୁ ଇଶ୍ବର ଦେଇଥିବା ଉପହାର ‘ଯୌନ ସୁଖ’ ହରାଇଥିବାରୁ ୧୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସେହିପରି ଓକିଲଙ୍କ ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଦେବାକୁ ଆବେଦନ କରାଯାଇଛି। ମଣ୍ଟୁଙ୍କ ଓକିଲ ବିଜୟ ସିଂହ ଯାଦବ କହିଛନ୍ତି ଯେ ମନୁଷ୍ୟ ଜୀବନର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇପାରିବ ନାହିଁ। ଗଣଦୁଷ୍କର୍ମ ମାମଲାରେ କିଛି ବି ସମ୍ପର୍କ ନ ଥିଲେ ମଧ୍ୟ ପୁଲିସ ଏବଂ ରାଜ୍ୟ ସରକାରଙ୍କ ଯୋଗୁଁ କଣ୍ଟୁଙ୍କ ଜୀବନ ଏବଂ କ୍ୟାରିୟର ବର୍‌ବାଦ ହୋଇଯାଇଛି। ତାଙ୍କ ପରିବାରରେ ମାଆ ମୀରା, ପତ୍ନୀ ଲୀଲା ଏବଂ ତିନି ଶିଶୁ ଅଛନ୍ତି। ସମସ୍ତଙ୍କ ଭରଣପୋଷଣର ଦାୟିତ୍ବ କଣ୍ଟୁଙ୍କ ଉପରେ ଥିଲା।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବା ଯୋଗୁଁ ପରିବାର ଅନାହାର ମୃତ୍ୟୁର ସାମ୍‌ନା କରିଥିଲା। ଶିଶୁ ପାଠପଢ଼ା ଛାଡ଼ି ଦେଇଥିଲେ। ସମାଜରେ ପୁଣି ମୁହଁ ଦେଖାଇବାକୁ ଏବଂ ରୋଜଗାର ପାଇଁ ତାଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିଯୋଗୁଁ କ୍ଷତିପୂରଣ ଦାବି କରାଯାଇଛି। ଏହା ମାଧ୍ୟମରେ ସମାଜକୁ ବଡ଼ ବାର୍ତ୍ତା ଦିଆଯାଉଛି। ମହିଳାମାନେ ନିଜ ଅଧିକାରର ଅପବ୍ୟବହାର ନ କରନ୍ତୁ ବୋଲି ଓକିଲ କହିଛନ୍ତି। ସୂଚନା ଅନୁଯାୟୀ ଜଣେ ମହିଳା ଗଣଦୁଷ୍କର୍ମ ଅଭିଯୋଗ ଲଗାଇବା ପରେ ୨୦୧୮ ଜାନୁଆରୀ ୧୮ରେ କଣ୍ଟୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୁଲିସ ୨୦୨୦ ଡିସେମ୍ବର ୨୩ରେ ତାଙ୍କୁ ଗିରଫ କରିଥିଲା। କୋର୍ଟ ଚଳିତ ବର୍ଷ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର