ରେଳ ଦୁର୍ଘଟଣାଜନିତ ଅନୁକମ୍ପା ରାଶିକୁ ୧୦ ଗୁଣା ବୃଦ୍ଧିକଲା ରେଲୱେ ବୋର୍ଡ

The Sakala Picture
Published On

ଭୁବନେଶ୍ୱର: ରେଳ ଦୁର୍ଘଟଣା ଏବଂ ଅନ୍ୟ ରେଳ ଜନିତ ଅଘଟଣରେ ମିଳୁଥିବା ଅନୁକମ୍ପା ରାଶିକୁ ବୃଦ୍ଧି କରିଛି ରେଲୱେ ବୋର୍ଡ। ପୂର୍ବ ରାଶି ତୁଳନାରେ ଏହା ୧୦ ଗୁଣା ଅଧିକ ବୋଲି କୁହାଯାଇଛି। ଏଥିପାଇଁ ରେଳ ବିଭାଗ ଗତ ୧୮ ତାରିଖରେ ଏକ ସର୍କୁଲାର ଜାରି କରିଥିଲା। ତଦନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ରେଳ ଦୁର୍ଘଟଣା କିମ୍ବା ମାନବଯୁକ୍ତ ଲେଭେଲ କ୍ରସିଂରେ ଦୁର୍ଘଟଣାରେ ମୃତ୍ୟୁ ଘଟେ, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ବଦଳରେ ୫ […]

ଭୁବନେଶ୍ୱର: ରେଳ ଦୁର୍ଘଟଣା ଏବଂ ଅନ୍ୟ ରେଳ ଜନିତ ଅଘଟଣରେ ମିଳୁଥିବା ଅନୁକମ୍ପା ରାଶିକୁ ବୃଦ୍ଧି କରିଛି ରେଲୱେ ବୋର୍ଡ। ପୂର୍ବ ରାଶି ତୁଳନାରେ ଏହା ୧୦ ଗୁଣା ଅଧିକ ବୋଲି କୁହାଯାଇଛି। ଏଥିପାଇଁ ରେଳ ବିଭାଗ ଗତ ୧୮ ତାରିଖରେ ଏକ ସର୍କୁଲାର ଜାରି କରିଥିଲା। ତଦନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ରେଳ ଦୁର୍ଘଟଣା କିମ୍ବା ମାନବଯୁକ୍ତ ଲେଭେଲ କ୍ରସିଂରେ ଦୁର୍ଘଟଣାରେ ମୃତ୍ୟୁ ଘଟେ, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ବଦଳରେ ୫ ଲକ୍ଷ ଟଙ୍କା, ଆହତଙ୍କୁ ୨୫ ହଜାର ଟଙ୍କା ବଦଳରେ ଅଢ଼େଇ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କା ବଦଳରେ ୫୦ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

‌ସେହିପରି ରେଳଯାତ୍ରା ବେଳେ ଅନ୍ୟାନ୍ୟ ଅଘଟଣ ଯଥା ଡକାୟତି, ହିଂସାତ୍ମକ ଆକ୍ରମଣ ଏବଂ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ଦେଢ଼ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦ହଜାର ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ରେଳ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ୩୦ ଦିନରୁ ଅଧିକ ଦିନ ଚିକିତ୍ସିତ ହେଲେ, ସଂପୃକ୍ତ ବ୍ୟକ୍ତିଙ୍କୁ ଅତିରିକ୍ତ ଅନୁକମ୍ପା ରାଶି ଦିଆଯିବ। ପ୍ରତିଦିନ ୩ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିବ। ଏହି ଅନୁକମ୍ପା ରାଶି ପ୍ରତି ୧୦ଦିନରେ ଥରେ ଦିଆଯିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସେହିପରି ଅନ୍ୟାନ୍ୟ ରେଳଜନିତ ଅଘଟଣରେ ଚିକିତ୍ସିତ ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୫ଶହ ଟଙ୍କା ଦିଆଯିବାକୁ ଥିଲା ବେଳେ ପରବର୍ତ୍ତୀ ୫ ମାସ ପ୍ରତ୍ୟେକ ଦିନ ୭୫୦ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ତେବେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ରେଳ ବିଭାଗର ଡାକ୍ତର ସାର୍ଟିଫାଏଡ୍‌ କରିବା ଆବଶ୍ୟକ। ଅନ୍ୟପକ୍ଷରେ ଦୁର୍ଘଟଣାର ତତ୍‌‌କ୍ଷଣାତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ରାଶି ପ୍ରଦାନ ଦିଆଯିବ। ଅନ୍ୟ ବକେୟା ରାଶି ବ୍ୟାଙ୍କର ବିଭିନ୍ନ ମାଧ୍ୟମରେ ଯୋଗାଇ ଦିଆଯିବ। ସେହିପରି ରେଳ କର୍ମଚାରୀ ଯଥା ଟ୍ରାକ୍‌‌ମ୍ୟାନ୍‌ ଯଦି କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ସେମାନଙ୍କ ସଂପର୍କୀୟଙ୍କୁ ମଧ୍ୟ ଏହି ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ରେଲୱେର ଜେନେରାଲ ମ୍ୟାନେଜରଙ୍କ ଦ୍ୱାରା ମନୋନୀତ କୌଣସି ସିନିୟର ସ୍କେଲ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ପରେ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର