ଲକଡାଉନକୁ ନେଇ କର୍ମହରାର କରୁଣ ଚିତ୍ର : ବାପାଙ୍କ ଶବ ସହ ୨ ଦିନ କାଟିଲେ ଦୁଇ ଶିଶୁ

The Sakala Picture
Published On

ଲକ୍ଷ୍ନୌ : କରୋନା ମହାମାରୀର ଶିକାର ହୋଇ ଅନେକ ଜୀବନ ନିର୍ବାପିତ ହୋଇଯାଇଥିଲା ବେଳେ ଲକଡାଉନ ଯୋଗୁଁ କର୍ମ ହାରିବାକୁ ନେଇ ମଧ୍ୟ ଅନେକ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡନଜସୃଷ୍ଟି କରିଛି। ବାପାର ମୃତ୍ୟୁ ପରେ ଶବ ନିକଟରେ ତାଙ୍କର ଦୁଇ ପିଲା ଦୁଇ ଦିନ କାଟିବା ଏବଂ ଦୁଇ ଦିନ ପରେ ଭୋକ ସମ୍ଭାଳିନପାରି ପଡୋଶୀଙ୍କୁ ଖାଇବାକୁ ମାଗିବା […]

ଲକ୍ଷ୍ନୌ : କରୋନା ମହାମାରୀର ଶିକାର ହୋଇ ଅନେକ ଜୀବନ ନିର୍ବାପିତ ହୋଇଯାଇଥିଲା ବେଳେ ଲକଡାଉନ ଯୋଗୁଁ କର୍ମ ହାରିବାକୁ ନେଇ ମଧ୍ୟ ଅନେକ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡନଜସୃଷ୍ଟି କରିଛି। ବାପାର ମୃତ୍ୟୁ ପରେ ଶବ ନିକଟରେ ତାଙ୍କର ଦୁଇ ପିଲା ଦୁଇ ଦିନ କାଟିବା ଏବଂ ଦୁଇ ଦିନ ପରେ ଭୋକ ସମ୍ଭାଳିନପାରି ପଡୋଶୀଙ୍କୁ ଖାଇବାକୁ ମାଗିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବା ବିଷୟ ଅନେକଙ୍କୁ ମର୍ମାହତ କରିଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ମିଳିଥିବା ସୂଚନା ଅନୁଯାୟୀ ବରେଲା ଜିଲ୍ଲାର ମନୋଜ ଦୟାଲ ନୋଏଡାରେ କାର୍ଯ୍ୟ କରୁଥିଲା ବେଳ ଲକଡାଉନ ଯୋଗୁ ସେ ଘରେ ରହି ଅଧା ଦରମାରେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀଙ୍କ ସହ ମତାନ୍ତର ହେବା ପରେ ପତ୍ନୀ ଦୁଇ ପିଲାଙ୍କୁ ଛାଡି ନିଜ ବାପା ଘରକୁ ପଳାଇଥିଲେ । ମନୋଜ ପରବର୍ତ୍ତୀ ସମୟରେ ଘରେ ଆତ୍ମହତ୍ୟା କରିଥିଲେ। ଏକଥା ତାଙ୍କର ଦୁଇ ଛୋଟ ପିଲା ବୁଝି ପାରିନଥିଲେ । ବାପା ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ସେମାନେ ସେହି ଘରେ ରହିଥିଲେ ଏବଂ ବାପାଙ୍କୁ ବାରମ୍ବାର କଥା କହିବାକୁ ଡାକୁଥିଲେ । ଏଭଳି ଅବସ୍ଥାରେ ଦୁଇ ଦିନ ବିତି ଯାଇଥିଲା ବେଳେ ଶେଷରେ ଭୋକ ଲାଗିବାରୁ ସେମାନେ ପଡୋଶୀଙ୍କ ଘରକୁ ଖାଇବା ମାଗିବାକୁ ଯାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର