ଶ୍ରେୟ ଦୌଡ଼ରେ ଟ୍ରମ୍ପ : ପୁଣି କହିଲେ- ‘ମୁଁ ଉଭୟ ଦେଶକୁ କହିଲି..ଆସ..ତୁମ ସହିତ ବାଣିଜ୍ୟ କରିବାକୁ ଚାହୁଁଛୁ….

The Sakala Picture
Published On

ୱାଶିଂଟନ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ଗତ ୧୦ ତାରିଖ ସନ୍ଧ୍ୟାରେ ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ଘୋଷଣା କରିଥିଲେ।ଏହା ପରେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଏବଂ ଭାରତୀୟ ବୈଦେଶିକ ସଚିବ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିଥିଲେ। କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ କହିବାରୁ ପରିସ୍ଥିତି […]

ୱାଶିଂଟନ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ଗତ ୧୦ ତାରିଖ ସନ୍ଧ୍ୟାରେ ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ଘୋଷଣା କରିଥିଲେ।ଏହା ପରେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଏବଂ ଭାରତୀୟ ବୈଦେଶିକ ସଚିବ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିଥିଲେ। କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ କହିବାରୁ ପରିସ୍ଥିତି ଶାନ୍ତ ହୋଇଛି ବୋଲି କହିଥିଲେ। ହେଲେ , ଭାରତ ସ୍ପଷ୍ଟ କରିଛି ଯେ ଏହି କଥା-ବାର୍ତ୍ତା ଦୁଇ ଦେଶ ମଧ୍ୟରେ ହୋଇଛି ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହି କ୍ରେଡିଟ୍‌(ଶ୍ରେୟ) ଲୋଭ ଏତିକିରେ ସରି ନଥିଲା। ଗତକାଲି ମଧ୍ୟ ସେ ସୋସିଆଲ ମିଡିଆରେ ଆମେରିକା ପାଇଁ ସବୁକିଛି ଶାନ୍ତ ହୋଇଥିବା କହିଥିବା ବେଳେ ଆଜି ପୁଣି କହିଛନ୍ତି ଯେ ମୋ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ଭାରତ ଏବଂ ପାକିସ୍ତାନକୁ କହିଥିଲୁ ଯେ ଯଦି ବିବାଦ ବନ୍ଦ ନହୁଏ, ତେବେ ଆମେ ବାଣିଜ୍ୟ କରିବୁ ନାହିଁ। ଟ୍ରମ୍ପ କହିଛନ୍ତି, ‘ଶନିବାର ମୋ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୁରନ୍ତ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିଲା, ମୁଁ ଭାବୁଛି ଏହା ଏକ ସ୍ଥାୟୀ ଯୁଦ୍ଧବିରତି ହେବ… ଉଭୟ ଦେଶ ପାଖରେ ପ୍ରଚୁର ପରମାଣୁ ଅସ୍ତ୍ର ଅଛି।’ ଭାରତ ଏବଂ ପାକିସ୍ତାନ ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଥିଲେ। ଯେଉଁଥିରେ ଲକ୍ଷ ଲକ୍ଷ ନୀରିହ ଲୋକଙ୍କ ଜୀବନ ଯାଇଥାନ୍ତା। ଏଥି ପାଇଁ  ଯୁଦ୍ଧ ବିରାମ ପାଇଁ ଆମେ କଥା ହେଲୁ।

ସେ କହିଥିଲେ, ମୁଁ ଗର୍ବର ସହିତ କହୁଛି ଯେ ଭାରତ ଏବଂ ପାକିସ୍ତାନ ଉଭୟର ନେତାଙ୍କ ମନୋଭାବ ପରିସ୍ଥିତିର ଗୁରୁତ୍ୱକୁ ବୁଝିବାରେ ଦୃଢ଼ ଏବଂ ପ୍ରଭାବଶାଳୀ ଥିଲା। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଶାନ୍ତି ଫେରାଇ ଆଣିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ଏବଂ ବାଣିଜ୍ୟକୁ ଏକ ଅସ୍ତ୍ର ଭାବରେ ମଧ୍ୟ ବ୍ୟବହାର କରିଛି। ଆମେ ବହୁତ ସାହାଯ୍ୟ କରିଛୁ ଏବଂ ବାଣିଜ୍ୟ ମାଧ୍ୟମରେ ମଧ୍ୟ ସାହାଯ୍ୟ କରିଛୁ। ମୁଁ ଉଭୟ ଦେଶକୁ କହିଥିଲି – ଯଦି ତୁମେମାନେ ଯୁଦ୍ଧ ବନ୍ଦ କର, ତେବେ ଆମେ ବାଣିଜ୍ୟ କରିବୁ। ଯଦି ତୁମେ ଏହା ନ କର, ତେବେ କୌଣସି ବ୍ୟବସାୟ ହେବ ନାହିଁ। ଟ୍ରମ୍ପ ଦାବି କରିଥିଲେ ଯେ ମୋ ପରି ଅନ୍ୟ କେହି ବ୍ୟବସାୟ ବ୍ୟବହାର କରିନାହାଁନ୍ତି। ଏବଂ ତା’ପରେ ହଠାତ୍ ସେମାନେ କହିଲେ, ଠିକ୍ ଅଛି, ଆମେ ବନ୍ଦ କରିଦେବୁ, ଏବଂ ସେମାନେ ପ୍ରକୃତରେ ବନ୍ଦ କଲେ।

ଏହାତ ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଜିର ବୟାନ ଗତକାଲି ସେ କହିଥିଲେ “ମୁଁ ଭାରତ ଏବଂ ପାକିସ୍ତାନ ଉଭୟର ଦୃଢ଼ ଏବଂ ଅଟଳ ଶକ୍ତିଶାଳୀ ନେତୃତ୍ୱ ପାଇଁ ବହୁତ ଗର୍ବିତ, କାରଣ ସେମାନଙ୍କ ପାଖରେ ଜାଣିବା ଏବଂ ଅନୁଭବ କରିବାର ଶକ୍ତି, ଜ୍ଞାନ ଏବଂ ଧର୍ଯ୍ୟ ଅଛି ଯେ ବର୍ତ୍ତମାନର ସଂଘର୍ଷକୁ ବନ୍ଦ କରିବାର ସମୟ ଆସିଛି, ଯାହା ଫଳରେ ଏତେ ଲୋକଙ୍କ ମୃତ୍ୟୁ ଏବଂ ବିନାଶ ହୋଇପାରେ। ଲକ୍ଷ ଲକ୍ଷ ଭଲ ଏବଂ ନିରୀହ ଲୋକଙ୍କୁ ହତ୍ୟା କରାଯାଇପାରିଥାନ୍ତା! ତୁମର ସାହସିକ କାର୍ୟ୍ୟ ମାଧ୍ୟମରେ ତୁମର ଐତିହ୍ୟ ଅତ୍ୟନ୍ତ ବୃଦ୍ଧି ପାଇଛି। ମୁଁ ଗର୍ବିତ ଯେ ଆମେରିକା ଆପଣଙ୍କୁ ଏହି ଐତିହାସିକ ଏବଂ ସାହସିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଛି। ଏହା ଉପରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ, କିନ୍ତୁ ମୁଁ ଏହି ଦୁଇଟି ମହାନ ଦେଶ ସହିତ ବାଣିଜ୍ୟକୁ ଯଥେଷ୍ଟ ବୃଦ୍ଧି କରିବାକୁ ଯାଉଛି। ଏହା ବ୍ୟତୀତ, ହଜାର ବର୍ଷ ପରେ କାଶ୍ମୀର ସମ୍ପର୍କରେ କୌଣସି ସମାଧାନ ମିଳିପାରିବ କି ନାହିଁ ତାହା ଦେଖିବା ପାଇଁ ମୁଁ ତୁମ ଉଭୟଙ୍କ ସହିତ କାମ କରିବି। ଭଗବାନ ଭାରତ ଏବଂ ପାକିସ୍ତାନର ନେତୃତ୍ୱଙ୍କୁ ଭଲ କାମ ପାଇଁ ଆଶୀର୍ବାଦ କରନ୍ତୁ!!!’

12 May 2025 By The Sakala

https://www.thesakala.in/national-international/trade-a-big-reason-why-they-stopped-fighting-trump-on-india-pak-conflict/article-40547
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର