ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ର

The Sakala Picture
Published On

ନୂଆଦିଲ୍ଲୀ: ବଢିବାରେ ଲାଗିଛି ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା । ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ ମୋଇତ୍ର । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ […]

ନୂଆଦିଲ୍ଲୀ: ବଢିବାରେ ଲାଗିଛି ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା । ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ ମୋଇତ୍ର । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି। ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁନଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ହାଜର ହେବ ପାଇଁ ଇଡି ସମାନ ଜାରି କରିଥିଲା । ମାତ୍ର ଇଡିର ଦୁଇଟି ସମନ ସତ୍ତ୍ୱେ ସେ ହଜାର ନ ହେବାରୁ ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏଡାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର