ତିହାର ଜେଲରେ ଗ୍ୟାଙ୍ଗଓ୍ବାର; ବିରୋଧୀ ଗ୍ୟାଙ୍ଗ୍ କଏଦୀଙ୍କ ଆକ୍ରମଣରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆ ମୃତ
ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ଘଟିଛି ଏହି ହତ୍ୟା । ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍ରେ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । ଯୋଗେଶ […]
ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ଘଟିଛି ଏହି ହତ୍ୟା । ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍ରେ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । ଯୋଗେଶ ଟୁଣ୍ଡା ଏବଂ ତା’ର ସାଥି ଦୀପକ ତିତର ଲୁହା ରଡରେ ତିଲୁ ଉପରେ ଆକ୍ରମଣ କରିଥିଲେ । ତିହାର ଜେଲ୍ ପ୍ରଶାସନ ତାଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିଲୁର ମୃତ୍ୟୁ ଘଟିଛି । ୨୦୨୧ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଟିଲୁ ।
ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍ ନମ୍ବର ୮ର ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଜେଲ୍ ନମ୍ବର-୯ର ଅନ୍ତେବାସୀ ଟିଲୁକୁ ଲୁହା ରଡରେ ହଠାତ୍ ଆକ୍ରମଣ କରିଥିଲା । ଏହି ଘଟଣାରେ ଆଉ ଜଣେ କଏଦୀ ମଧ୍ୟ ଆହତ ହୋଇଥିଲେ ।