ଇରାନରେ ଫସିଥିବା ଆମେରିକୀୟ ପାଇଲଟ୍ ପଠାଇଥିଲେ ଏହି ୩ଟି ଶବ୍ଦ, ଉଡିଯାଇଥିଲା ଆମେରିକାର ହୋସ୍!

Suryakanta Picture
Published On

ଆମେରିକା ଏବଂ ଇରାନ ମଧ୍ୟରେ ଏକ ରୋମାଞ୍ଚକର ଉଦ୍ଧାର ଅଭିଯାନର ଖବର ସାମ୍ନାକୁ ଆସିଛି। ଇରାନରେ ଖସିପଡିଥିବା ଏକ ଆମେରିକୀୟ F-15E ଯୁଦ୍ଧବିମାନରୁ ଫସିଯାଇଥିବା ଜଣେ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ପୂର୍ବରୁ ପାଇଲଟ୍‌ଙ୍କ ଦ୍ୱାରା ପଠାଯାଇଥିବା ମାତ୍ର ୩ଟି ଶବ୍ଦର ଏକ ବାର୍ତ୍ତା ଆମେରିକୀୟ ସେନା ଅଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସେହି ୩ଟି ଶବ୍ଦ କ'ଣ ଥିଲା?

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଇରାନରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ୱେପନ୍ସ ସିଷ୍ଟମ୍ସ ଅଫିସର ପାରାଚ୍ୟୁଟ୍ ଯୋଗେ ଖସିଥିଲେ। ଏହାପରେ ସେ ନିଜର କମାଣ୍ଡ୍ ସେଣ୍ଟରକୁ ଏକ ରେଡିଓ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ସେ କେବଳ ତିନୋଟି ଶବ୍ଦ ଲେଖିଥିଲେ- "ଗଡ୍ ଇଜ୍ ଗୁଡ୍" (God is good)। ପ୍ରଥମେ ଏହି ବାର୍ତ୍ତାଟି "Power be to God" ଭାବେ ଶୁଣାଯାଇଥିଲା। ଏହି ଆଶ୍ଚର୍ଯ୍ୟଜନକ ବାର୍ତ୍ତା ପାଇବା ପରେ, ଏହା ଆମେରିକୀୟ ଫୋର୍ସକୁ ଫସାଇବା ପାଇଁ ଇରାନ ସେନାର କୌଣସି ଜାଲ ବା ଷଡ଼ଯନ୍ତ୍ର ନୁହେଁ ତ ବୋଲି ଆମେରିକୀୟ ଅଧିକାରୀମାନେ ସନ୍ଦେହ କରିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

୨୪ ଘଣ୍ଟା ଧରି ପାହାଡ଼ିଆ ଅଞ୍ଚଳରେ ଲୁଚି ରହିଥିଲେ ଅଧିକାରୀ

ଆହତ ହୋଇଥିବା ଏହି ଆମେରିକୀୟ ଅଧିକାରୀ ଜଣକ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଇରାନର ଏକ ପାହାଡ଼ିଆ ଫାଟରେ ଲୁଚି ରହିଥିଲେ। ତାଙ୍କୁ ଖୋଜିବା ପାଇଁ ହଜାର ହଜାର ସଂଖ୍ୟାରେ ଇରାନୀ ସୈନ୍ୟ ଏବଂ ସ୍ଥାନୀୟ ଲୋକ ନିୟୋଜିତ ହୋଇଥିଲେ ଏବଂ ତାଙ୍କୁ ଧରିବା ପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ତଥାପି ସିଆଇଏ (CIA) ଦ୍ୱାରା ଚଲାଯାଇଥିବା ଡିସେପ୍ସନ୍ (ଭ୍ରମିତ କରିବା) ମିଶନ୍ ଏବଂ ଆମେରିକୀୟ ସର୍ଭିଲାନ୍ସ ସିଷ୍ଟମ୍ ତାଙ୍କର ସଠିକ୍ ଲୋକେସନ୍ ଟ୍ରାକ୍ କରିବାରେ ସଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ରାତି ଅଧରେ ୨୦୦ ସ୍ପେଶାଲ୍ ଫୋର୍ସଙ୍କ ଦ୍ୱାରା ହାଇ-ରିସ୍କ ରେସକ୍ୟୁ

ଏହି ଉଦ୍ଧାର ଅଭିଯାନ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା। ପ୍ରଥମେ ଦିନବେଳା ଭାରୀ ଗୁଳିବିନିମୟ ମଧ୍ୟରେ ମୁଖ୍ୟ ପାଇଲଟ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଦ୍ୱିତୀୟ ମିଶନରେ ୱେପନ୍ ଅଫିସରଙ୍କୁ ରାତି ଅଧରେ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଇରାନ ସୀମା ଭିତରେ ଏକ ଅସ୍ଥାୟୀ ବେସ୍ କ୍ୟାମ୍ପ୍ ପ୍ରସ୍ତୁତ କରାଯିବା ସହ ପ୍ରାୟ ୨୦୦ ଜଣ ଆମେରିକୀୟ ସ୍ପେଶାଲ୍ ଫୋର୍ସର କମାଣ୍ଡୋ ସାମିଲ ହୋଇଥିଲେ। ବିଶେଷ କଥା ହେଉଛି, ଏହି ବିପଜ୍ଜନକ ଅଭିଯାନରେ ଇସ୍ରାଏଲ୍ ମଧ୍ୟ ଆମେରିକାକୁ ସୀମିତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲା। ଶେଷରେ ଉଭୟ କ୍ରୁ-ମେମ୍ବରଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର