କାଶ୍ମୀର ପ୍ରସଙ୍ଗର ସମାଧାନ ଏଡ଼ାଇବ ପରମାଣୁବୋମା

The Sakala Picture
Published On

ଇସଲାମାବାଦ : ଭାରତକୁ ବାରମ୍ବାର ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ଦାବି କରିଛନ୍ତି । କାଶ୍ମୀର ପ୍ରସଙ୍ଗ ସମାଧାନ ହୋଇଗଲେ ପାକିସ୍ତାନକୁ ପରମାଣୁ ବୋମାର ଆବଶ୍ୟକତା ପଡିବନି ବୋଲି ସେ କହିଛନ୍ତି। ଇସଲାମାବାଦ କ୍ରମାଗତ ଭାବେ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଚାଲିଛି । ଏ ନେଇ ଇମ୍ରାନ କହିଛନ୍ତି ଯେ ଏହା କେବଳ ଦେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ନେଇ ତାଙ୍କ ପାଖରେ କୌଣସି ସଠିକ […]

ଇସଲାମାବାଦ : ଭାରତକୁ ବାରମ୍ବାର ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ଦାବି କରିଛନ୍ତି । କାଶ୍ମୀର ପ୍ରସଙ୍ଗ ସମାଧାନ ହୋଇଗଲେ ପାକିସ୍ତାନକୁ ପରମାଣୁ ବୋମାର ଆବଶ୍ୟକତା ପଡିବନି ବୋଲି ସେ କହିଛନ୍ତି। ଇସଲାମାବାଦ କ୍ରମାଗତ ଭାବେ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଚାଲିଛି । ଏ ନେଇ ଇମ୍ରାନ କହିଛନ୍ତି ଯେ ଏହା କେବଳ ଦେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ନେଇ ତାଙ୍କ ପାଖରେ କୌଣସି ସଠିକ ସୂଚନା ନଥିବା ଇମ୍ରାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ମତରେ ଅସ୍ତ୍ରଶସ୍ତ୍ର ବୃଦ୍ଧି ଆପତ୍ତିଜନକ ପ୍ରସଙ୍ଗ ନୁହେଁ। ଯାହାର ପଡୋଶୀ ୭ ଗୁଣ ବଡ ସେ ନିଶ୍ଚିତ ଚିନ୍ତିତ ରହିବ । ସେ ପରମାଣୁ ଅସ୍ତ୍ରଶସ୍ତ୍ରର ବିରୋଧୀ । ଭାରତ ସହ ଆମର ୩ ଥର ଯୁଦ୍ଧ ହୋଇ ସାରିଲାଣି। ଦେଶ ପରମାଣୁ ଅସ୍ତ୍ରଶସ୍ତ୍ର ବନାଇବା ଦିନ ଠାରୁ ଏ ପର୍ଯ୍ୟନ୍ତ ଭାରତ ସହ କୌଣସି ଯୁଦ୍ଧ ହୋଇନାହିଁ। କିନ୍ତୁ ସୀମାରେ ସଂଘର୍ଷ ହୋଇଛି। କାଶ୍ମୀର ସମସ୍ୟା ସମାଧାନ ହୋଇଯିବା ପରେ ୨ ପଡୋଶୀ ରାଷ୍ଟ୍ର ଏକ ସଭ୍ୟ ନାଗରିକ ଭଳି ରହିବେ। ଆମକୁ ପରମାଣୁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡିବନି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ତେବେ ଇସଲାମଫୋବିଆକୁ ନେଇ ବାରମ୍ବାର ଅନ୍ୟକୁ ଜ୍ଞାନ ଦେଉଥିବା ଇମ୍ରାନ ଉଇଘର ମୁସଲମାନଙ୍କ ପ୍ରସଙ୍ଗରେ ଚୁପ ରହିଥିଲେ । ଏଥିଯୋଗୁଁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ସେ କହିଥିଲେ ଯେ ପେଇଟିଂ ସହ ନିବୁଜ କଠୋରୀରେ ଆଲୋଚନା ଜାରି ରହିଛି । ଏହା ସହିତ ଭୂଗୋଳ ଜ୍ଞାନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଇମ୍ରାନଙ୍କୁ ବେଜିତ ହେବାକୁ ପଡିଛି । ଏଥିରେ ତାଙ୍କୁ ପଚରା ଯାଇଥିଲା, ଚୀନ ଆପଣଙ୍କୁ କଣ ପଇସା ଦେଉଛି କି? ଏଥିପାଇଁ ଆପଣ ଚୁପ ରହିଛନ୍ତି କି?

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଏହା ଉପରେ ଇମ୍ରାନ ଆଖପାଖକୁ ଚାହିଁବାକୁ ଲାଗିଥିଲେ ଏବଂ କହିଥିଲେ ଯେ ଦେଶର ସୀମାରେ ଯିଏ ଅଛନ୍ତି ତାଙ୍କ ପାଇଁ ଅଧିକ ଚିନ୍ତିତ ରହିଛି। ଚୀନର ଶିଳଜିୟାଙ୍ଗ ପ୍ରଦେଶ ପାକିସ୍ତାନ ସୀମାରେ ଥିବାରୁ ଇମ୍ରାନ ବେଇଜ୍ଜତି ହୋଇଥିଲେ । ପରେ ସୃଷ୍ଟୀକରଣ ଦେଇ କାଶ୍ମୀର ପ୍ରସଙ୍ଗ । କହୁଛନ୍ତି ବୋଲି ରମାନ ଉଲ୍ଲେଖ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର