ପରମାଣୁ ଯୁଦ୍ଧର ୭୬ ବର୍ଷ ପୂର୍ତ୍ତି ପାଳନ କଲେ ନାଗାସାକିବାସୀ

The Sakala Picture
Published On

ଟୋକିଓ : ପ୍ରାୟ ୭୬ ବର୍ଷ ତଳେ ଜାପାନର ନାଗାସାକି ସହର ଉପରେ ପଡ଼ିଥିବା ବିଧ୍ବସଂକାରୀ ପରମାଣୁ ବୋମାର ଭୟାବହତାକୁ ମନେ ପକାଇ ସମଗ୍ର ବିଶ୍ବକୁ ପରମାଣୁ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବାକୁ ନାଗାସାକିବାସୀ ଆହ୍ବାନ ଦେଇଛନ୍ତି। ଆମେରିକା, ରୁଷିଆ ଏବଂ ଜାପାନ ଭଳି ବିଶ୍ବର ପ୍ରତିଷ୍ଠିତ ତଥା ଶକ୍ତିଶାଳୀ ରାଷ୍ଟ୍ରମାନେ ଏଦିଗରେ ଶକ୍ତ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସୋମବାର ନାଗାସାକି ଶାନ୍ତି ପାର୍କରେ ଅନୁଷ୍ଠିତ ପରମାଣୁ ଯୁଦ୍ଧର ୭୬ ବର୍ଷ ପୂର୍ତ୍ତି ପାଳନ ଅବସରରେ […]

ଟୋକିଓ : ପ୍ରାୟ ୭୬ ବର୍ଷ ତଳେ ଜାପାନର ନାଗାସାକି ସହର ଉପରେ ପଡ଼ିଥିବା ବିଧ୍ବସଂକାରୀ ପରମାଣୁ ବୋମାର ଭୟାବହତାକୁ ମନେ ପକାଇ ସମଗ୍ର ବିଶ୍ବକୁ ପରମାଣୁ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବାକୁ ନାଗାସାକିବାସୀ ଆହ୍ବାନ ଦେଇଛନ୍ତି। ଆମେରିକା, ରୁଷିଆ ଏବଂ ଜାପାନ ଭଳି ବିଶ୍ବର ପ୍ରତିଷ୍ଠିତ ତଥା ଶକ୍ତିଶାଳୀ ରାଷ୍ଟ୍ରମାନେ ଏଦିଗରେ ଶକ୍ତ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସୋମବାର ନାଗାସାକି ଶାନ୍ତି ପାର୍କରେ ଅନୁଷ୍ଠିତ ପରମାଣୁ ଯୁଦ୍ଧର ୭୬ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ନାଗାସାକି ମେୟର କହିଛନ୍ତି ଯେ, ଜାପାନ ଆମେରିକା ଛାୟା ତଳେ ନ ରହି ମୁଖ୍ୟତଃ ଉତ୍ତର ପୂର୍ବ ଏସିଆକୁ ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ କରିବାକୁ ଉଦ୍ୟମ କରିବା ଉଚିତ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ବିଶ୍ବ ସମାଜକୁ ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ନେଇ ଆମେରିକା ପ୍ରତିଶ୍ରୁତି ଦେଇଥିଲେ ହେଁ ଏଯାବତ୍‌ ଏଦିଗରେ ସେଭଳି କିଛି ହୋଇ ନାହିଁ। କିନ୍ତୁ ଆମେରିକା ଏବଂ ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ଏଦିଗରେ ଶକ୍ତ ଆଭିମୁଖ୍ୟ ରଖୀ ବିଶ୍ବ ସମାଜକୁ ପରମାଣୁ ଅସ୍ତଶସ୍ତ୍ର ଭୟବହତାରୁ ମୁକ୍ତ କରିବା ଉଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଆମେରିକା ଜାପାନର ହିରୋସୀମା ସହର ଉପରେ ବିଶ୍ବର ପ୍ରଥମ ପରମାଣୁ ବୋମା ପ୍ରୟୋଗ କରିଥିଲା ବେଳେ ଏଥିରେ ପ୍ରାୟ ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ। ଏହାର ଠିକ୍‌ ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ପୁଣିଥରେ ନାଗାସାକି ସହର ଉପରେ ଆମେରିକା ବୋମା ବର୍ଷଣ କରିବାରୁ ଏହି ସହରର ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର