ଆଦିବାସୀ ଯୁବକ ଉପରେ ପରିଶ୍ରା କଲେ ବିଜେପି କର୍ମୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ବିଜେପି କର୍ମୀ ମଦ ନିଶାରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମାନସିକ ବ୍ୟକ୍ତିଜଣଙ୍କ ଆଦିବାସୀ ସମ୍ପ୍ରଦାୟର ବୋଲି କୁହାଯାଉଛି । ତେବେ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଘଟଣାକୁ ନିନ୍ଦା କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଅଭିଯୁକ୍ତ ପ୍ରବେଶ ଶୁକ୍ଳା ସିଧି […]

ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ବିଜେପି କର୍ମୀ ମଦ ନିଶାରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମାନସିକ ବ୍ୟକ୍ତିଜଣଙ୍କ ଆଦିବାସୀ ସମ୍ପ୍ରଦାୟର ବୋଲି କୁହାଯାଉଛି । ତେବେ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଘଟଣାକୁ ନିନ୍ଦା କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଅଭିଯୁକ୍ତ ପ୍ରବେଶ ଶୁକ୍ଳା ସିଧି ଜିଲ୍ଲାରୁ ବିଜେପି ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ମଧ୍ୟ ରହିସାରିଛନ୍ତି । ଭିଡିଓ ଟି ୯ ଦିନ ପୂରୁଣା ବୋଲି କୁହାଯାଉଛି, ଯାହା କି କୁବରି ବଜାରର ଅଟେ ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ପ୍ରବେଶ ଶୁକ୍ଳା କୁବରି ଗାଁର ହିଁ ବାସିନ୍ଦା ଅଟେ । ଅତିରିକ୍ତ ଏସପି, ସିଧି ଅଞ୍ଜୁଲତା ପଟଲେ କହିଛନ୍ତି ଯେ ଅଭିଯୁକ୍ତ ଉପରେ ମାମଲା ରୁଜୁ କରାଯାଇଛି । ଏପଟେ, ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ପିସିସି ସଭାପତି କମଲନାଥ କହିଛନ୍ତି ସିଧି ଜିଲ୍ଲାରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବାର କ୍ରୁରତାର ଭିଡିଓ ସାମ୍ନାକୁ ଆସିଛି । ଆଦିବାସୀ ଯୁବକଙ୍କ ସହ ଏପରି ଜଘନ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟର ସଭ୍ୟ ସମାଜରେ କୌଣସି ସ୍ଥାନ ନାହିଁ ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ମଧ୍ୟ ପ୍ରଦେଶ ପୂର୍ବରୁ ହିଁ ଆଦିବାସୀ ଅତ୍ୟାଚାରରେ ପ୍ରଥମ ସ୍ଥାନରେ ରହିଛି । ଏହି ଘଟଣା ସମ୍ପୂର୍ଣ୍ଣ ରାଜ୍ୟକୁ ଲଜ୍ଜିତ କରିଛି । ମୁଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ଅନୁରୋଧ କରୁଛି ଯେ ସେ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଯେ ଅପରାଧୀକୁ କୌଣସି ବି ସ୍ଥିତିରେ ଛଡ଼ାଯିବନାହିଁ । ତା ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୁକ୍ତ ଉପରେ ଏନଏସଏ ମଧ୍ୟ ଲଗାଯିବ ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

04 Jul 2023 By The Sakala

ଆଦିବାସୀ ଯୁବକ ଉପରେ ପରିଶ୍ରା କଲେ ବିଜେପି କର୍ମୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ

ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ବିଜେପି କର୍ମୀ ମଦ ନିଶାରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମାନସିକ ବ୍ୟକ୍ତିଜଣଙ୍କ ଆଦିବାସୀ ସମ୍ପ୍ରଦାୟର ବୋଲି କୁହାଯାଉଛି । ତେବେ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଘଟଣାକୁ ନିନ୍ଦା କରାଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଅଭିଯୁକ୍ତ ପ୍ରବେଶ ଶୁକ୍ଳା ସିଧି ଜିଲ୍ଲାରୁ ବିଜେପି ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ମଧ୍ୟ ରହିସାରିଛନ୍ତି । ଭିଡିଓ ଟି ୯ ଦିନ ପୂରୁଣା ବୋଲି କୁହାଯାଉଛି, ଯାହା କି କୁବରି ବଜାରର ଅଟେ ।

ପ୍ରବେଶ ଶୁକ୍ଳା କୁବରି ଗାଁର ହିଁ ବାସିନ୍ଦା ଅଟେ । ଅତିରିକ୍ତ ଏସପି, ସିଧି ଅଞ୍ଜୁଲତା ପଟଲେ କହିଛନ୍ତି ଯେ ଅଭିଯୁକ୍ତ ଉପରେ ମାମଲା ରୁଜୁ କରାଯାଇଛି । ଏପଟେ, ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ପିସିସି ସଭାପତି କମଲନାଥ କହିଛନ୍ତି ସିଧି ଜିଲ୍ଲାରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବାର କ୍ରୁରତାର ଭିଡିଓ ସାମ୍ନାକୁ ଆସିଛି । ଆଦିବାସୀ ଯୁବକଙ୍କ ସହ ଏପରି ଜଘନ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟର ସଭ୍ୟ ସମାଜରେ କୌଣସି ସ୍ଥାନ ନାହିଁ ।

ମଧ୍ୟ ପ୍ରଦେଶ ପୂର୍ବରୁ ହିଁ ଆଦିବାସୀ ଅତ୍ୟାଚାରରେ ପ୍ରଥମ ସ୍ଥାନରେ ରହିଛି । ଏହି ଘଟଣା ସମ୍ପୂର୍ଣ୍ଣ ରାଜ୍ୟକୁ ଲଜ୍ଜିତ କରିଛି । ମୁଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କୁ ଅନୁରୋଧ କରୁଛି ଯେ ସେ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି ଯେ ଅପରାଧୀକୁ କୌଣସି ବି ସ୍ଥିତିରେ ଛଡ଼ାଯିବନାହିଁ । ତା ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୁକ୍ତ ଉପରେ ଏନଏସଏ ମଧ୍ୟ ଲଗାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର