ବଜାରକୁ ଆସିବ ୪୨୫ ଟଙ୍କାରେ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା । ଏଥିପାଇଁ କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଅଧିକ ଦେବାକୁ ପଡିବ ଆଉ ୧୫୦ ଟଙ୍କା । ଅର୍ଥାତ ମାତ୍ର ୪୨୫ ଟଙ୍କାରେ ବଜାରରେ ମିଳିବ କରୋନା ଟିକା । ଏହି ଦୁଇଟି ସଞ୍ଜୀବନୀର ଦର ନିର୍ଦ୍ଧାରଣ କରିବା ଲାଗି ଜାତୀୟ ଫାର୍ମାସ୍ୟୁଟିକାଲ ଦର […]

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା । ଏଥିପାଇଁ କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଅଧିକ ଦେବାକୁ ପଡିବ ଆଉ ୧୫୦ ଟଙ୍କା । ଅର୍ଥାତ ମାତ୍ର ୪୨୫ ଟଙ୍କାରେ ବଜାରରେ ମିଳିବ କରୋନା ଟିକା । ଏହି ଦୁଇଟି ସଞ୍ଜୀବନୀର ଦର ନିର୍ଦ୍ଧାରଣ କରିବା ଲାଗି ଜାତୀୟ ଫାର୍ମାସ୍ୟୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏକୁ ଦିଆଯାଇଛି ନିର୍ଦ୍ଦେଶ । ଏହି ଟିକା ଯେପରି ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ ସେଥିଲାଗି ବି ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଭାକ୍ସିନର ଦର ୧୨ଶହ ଟଙ୍କା ରହିଥିବାବେଳେ କୋଭିସିଲ୍ଡର ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇ ଟିକାର ଦାମ ଯେପରି କମ୍ ରହିବ ସେଥିଲାଗି କାର୍ଯ୍ୟ କରିବା ସକାଶେ ଏନପିପିଏକୁ ଦିଆଯାଇଥିଲା ନିର୍ଦ୍ଦେଶ ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଶାନ୍ତି ଆଲୋଚନା: ହାଇ ଆଲର୍ଟରେ ଇସଲାମାବାଦ, ପାକିସ୍ତାନରେ କଡ଼ା ସୁରକ୍ଷା ବ୍ୟବସ୍ଥା

କୋଭିସିଲ୍ଡର ବଜାର ପ୍ରବେଶ ନେଇ ଗତ ଅକ୍ଟୋବର ୨୫ ତାରିଖରେ ଡିସିଜିଆଇଙ୍କ ନିକଟରେ ଆବେଦନ କରିଥିଲେ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ । ସେହିପରି ଭାରତ ବାୟୋଟେକର ନିର୍ଦ୍ଦେଶକ ଭି.କ୍ରିଷ୍ଣମୋହନ ମଧ୍ୟ କୋଭାକ୍ସିନର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିଥିଲେ । ସେପଟେ ଖୁବ୍ ଶୀଘ୍ର ଓମିକ୍ରନ ଟିକା ଉପଲବ୍ଧ ହେବା ନେଇ ଘୋଷଣା କରିଛି ଆମେରିକୀୟ ବାୟୋଟେକ କମ୍ପାନୀ ମଡର୍ଣ୍ଣା । ବର୍ତ୍ତମାନ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଜାରି ରହିଛି ଏବଂ ୬୦୦ ଲୋକଙ୍କ କ୍ଷେତ୍ରରେ ଏହାର ପରୀକ୍ଷା କରାଯାଉଛି ବୋଲି କମ୍ପାନୀ ସୂଚନା ଦେଇଛି । ଏହି ଟିକାକୁ ତୃତୀୟ ଓ ଚତୁର୍ଥ ଡୋଜ ଭାବେ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ସୀମା ନିର୍ଦ୍ଧାରଣ ବିବାଦ: କେନ୍ଦ୍ରକୁ ଷ୍ଟାଲିନଙ୍କ ଚେତାବନୀ, ତାମିଲନାଡୁରେ କଳା ପତାକା ପ୍ରଦର୍ଶନ ପାଇଁ ଆହ୍ୱାନ

27 Jan 2022 By The Sakala

ବଜାରକୁ ଆସିବ ୪୨୫ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା । ଏଥିପାଇଁ କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଅଧିକ ଦେବାକୁ ପଡିବ ଆଉ ୧୫୦ ଟଙ୍କା । ଅର୍ଥାତ ମାତ୍ର ୪୨୫ ଟଙ୍କାରେ ବଜାରରେ ମିଳିବ କରୋନା ଟିକା । ଏହି ଦୁଇଟି ସଞ୍ଜୀବନୀର ଦର ନିର୍ଦ୍ଧାରଣ କରିବା ଲାଗି ଜାତୀୟ ଫାର୍ମାସ୍ୟୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏକୁ ଦିଆଯାଇଛି ନିର୍ଦ୍ଦେଶ । ଏହି ଟିକା ଯେପରି ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ ସେଥିଲାଗି ବି ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଭାକ୍ସିନର ଦର ୧୨ଶହ ଟଙ୍କା ରହିଥିବାବେଳେ କୋଭିସିଲ୍ଡର ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇ ଟିକାର ଦାମ ଯେପରି କମ୍ ରହିବ ସେଥିଲାଗି କାର୍ଯ୍ୟ କରିବା ସକାଶେ ଏନପିପିଏକୁ ଦିଆଯାଇଥିଲା ନିର୍ଦ୍ଦେଶ ।

କୋଭିସିଲ୍ଡର ବଜାର ପ୍ରବେଶ ନେଇ ଗତ ଅକ୍ଟୋବର ୨୫ ତାରିଖରେ ଡିସିଜିଆଇଙ୍କ ନିକଟରେ ଆବେଦନ କରିଥିଲେ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ । ସେହିପରି ଭାରତ ବାୟୋଟେକର ନିର୍ଦ୍ଦେଶକ ଭି.କ୍ରିଷ୍ଣମୋହନ ମଧ୍ୟ କୋଭାକ୍ସିନର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିଥିଲେ । ସେପଟେ ଖୁବ୍ ଶୀଘ୍ର ଓମିକ୍ରନ ଟିକା ଉପଲବ୍ଧ ହେବା ନେଇ ଘୋଷଣା କରିଛି ଆମେରିକୀୟ ବାୟୋଟେକ କମ୍ପାନୀ ମଡର୍ଣ୍ଣା । ବର୍ତ୍ତମାନ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଜାରି ରହିଛି ଏବଂ ୬୦୦ ଲୋକଙ୍କ କ୍ଷେତ୍ରରେ ଏହାର ପରୀକ୍ଷା କରାଯାଉଛି ବୋଲି କମ୍ପାନୀ ସୂଚନା ଦେଇଛି । ଏହି ଟିକାକୁ ତୃତୀୟ ଓ ଚତୁର୍ଥ ଡୋଜ ଭାବେ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର