ବାହାଘର ଦିନ ଚାଲିଗଲା କନ୍ୟାର ଜୀବନ

The Sakala Picture
Published On

ଲକ୍ଷ୍ନୌ : କରୋନା ମହାମାରୀର ପ୍ରକୋପରୁ ନିସ୍ତାର ନାହିଁ। ଏହି ମହାମାରୀରେ କେତେବେଳେ କାହାର ଜୀବନ ଯାଉଛି ଭାବିଲେ ଦେହ ଥରିଉଠୁଛି। ରାଜନେତାଠୁ ସାମ୍ବାଦିକ ଏବଂ ବାପଠୁ ପୁଅ ସମସ୍ତଙ୍କ ଜୀବନ ନେଉଛି କରୋନା।  ବିବାହ ପୂର୍ବରୁ ବରର ଜୀବନ ଯାଉଛି ତ ଆଉ କେଉଁଠି ବେଦୀରେ ବସିବା ପୂର୍ବରୁ ପ୍ରାଣ ହରାଉଛି କନିଆଁ । ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି ଏହିଭଳି ଏକ ହୃଦୟବିଦାରକ ଘଟଣା। ବିବାହ ଦିନ କରୋନାରେ ପ୍ରାଣ ହରାଇଛନ୍ତି କନିଆଁ। ଶୁକ୍ରବାର ଦିନ […]

ଲକ୍ଷ୍ନୌ : କରୋନା ମହାମାରୀର ପ୍ରକୋପରୁ ନିସ୍ତାର ନାହିଁ। ଏହି ମହାମାରୀରେ କେତେବେଳେ କାହାର ଜୀବନ ଯାଉଛି ଭାବିଲେ ଦେହ ଥରିଉଠୁଛି। ରାଜନେତାଠୁ ସାମ୍ବାଦିକ ଏବଂ ବାପଠୁ ପୁଅ ସମସ୍ତଙ୍କ ଜୀବନ ନେଉଛି କରୋନା।  ବିବାହ ପୂର୍ବରୁ ବରର ଜୀବନ ଯାଉଛି ତ ଆଉ କେଉଁଠି ବେଦୀରେ ବସିବା ପୂର୍ବରୁ ପ୍ରାଣ ହରାଉଛି କନିଆଁ । ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି ଏହିଭଳି ଏକ ହୃଦୟବିଦାରକ ଘଟଣା। ବିବାହ ଦିନ କରୋନାରେ ପ୍ରାଣ ହରାଇଛନ୍ତି କନିଆଁ। ଶୁକ୍ରବାର ଦିନ ବାହା ଘର ଥିବାବେଳେ ବେଦୀକୁ ଯିବା ପୂର୍ବରୁ କନିଆଁଙ୍କ ଜୀବନ ନେଇଛି କରୋନା। ମିଳିଥିବା ସୂଚନାନୁଯାୟୀ, ଯୁବତୀଜଣଙ୍କ କିଛି ଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ଡ୍ୟୁଟିରେ ଥିବାବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା।
ଜୌନପୁରର ମୋହଲ୍ଲା ଗୁଡହାଇ ନିବାସୀ ସନ୍ତୋଷ ମୋଦନଓ୍ବାଲଙ୍କ ଝିଅ ଜ୍ୟୋତିଙ୍କ ବିବାହ ୩୦ ଏପ୍ରିଲ୍‌ ଅର୍ଥାତ ଆଜି ହେବାର ଥିଲା। ଜ୍ୟୋତି ପେଷାରେ ଜ॥େଣ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ମିରଟ୍‌ ଜିଲ୍ଲାରେ ସେ ଚାକିରୀ କରିଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଡ୍ୟୁଟି ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇପଡ଼ିଥିଲା। ମିରଟ୍‌ରେ କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ ୨୮ ଏପ୍ରିଲ୍‌ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକଙ୍କ ଏ ନେଇ ଖବର ମିଳିବା ପରେ ବିବାହ ପ୍ରସ୍ତୁତି ଛାଡ଼ି ସେମାନେ ମିରଟ୍‌ ଦୌଡ଼ିଲେ। ସେଠାରେ ଶୁକ୍ରବାର ଜ୍ୟୋତିଙ୍କ ମୃତ୍ୟୁ ହୋଇଯାଇଛି। ସଂକ୍ରମିତ ଥିବାରୁ ତାଙ୍କ ମୃତଦେହ ପରିବାରକୁ ମିଳିପାରିନାହିଁ। ଦୁଇ ଭଉଣୀଙ୍କ ମଧ୍ୟରେ ଜ୍ୟୋତି ବଡ଼ ଥିଲେ। ତାଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି। ପରିବାରର ପ୍ରତିପୋଷଣ ଦାୟିତ୍ବ ଜ୍ୟୋତିଙ୍କ ଉପରେ ରହିଥିଲା। ଜ୍ୟୋତିଙ୍କ ବିବାହ ରିମ୍ବା ବାସିନ୍ଦା  ଜଣେ ଅଧ୍ୟାପକଙ୍କ ସହିତ ଠିକ୍‌ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp