ଅନ୍ଧାରରେ ୟୁକ୍ରେନରେ ଡାକ୍ତରୀ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭିବଷ୍ୟତ, ଜାଣନ୍ତୁ କ‘ଣ ରହିଛି ନିୟମ….

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢେଇ ବୁଧବାର ସପ୍ତମ ଦିନରେ ପହଞ୍ଚିଛି। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ୭ଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନରେ ରହି ମେଡ଼ିକାଲ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ବହୁ ସମସ୍ୟା ଆଣିଦେଇଛି। ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ସେମାନେ ୟୁକ୍ରେନ ଛାଡୁଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। କିବ୍ ଓ ଖାରକିବରେ କ୍ରମାଗତ […]

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢେଇ ବୁଧବାର ସପ୍ତମ ଦିନରେ ପହଞ୍ଚିଛି। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ୭ଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନରେ ରହି ମେଡ଼ିକାଲ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ବହୁ ସମସ୍ୟା ଆଣିଦେଇଛି। ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ସେମାନେ ୟୁକ୍ରେନ ଛାଡୁଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

କିବ୍ ଓ ଖାରକିବରେ କ୍ରମାଗତ ଆକ୍ରମଣ ଯୋଗୁଁ ସେଠାରେ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ସ୍ୱଦେଶ ଫେରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଭାରତ ସରକାର ନିଜ ଦେଶର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି।ସୂଚନାନୁସାରେ, ପ୍ରାୟ ୧୮ ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ମେଡିକାଲ ପାଇଁ ଅଧ୍ୟୟନ କରୁଛନ୍ତି, ଯେଉଁମାନେ ବର୍ତ୍ତମାନ ନିଜ ଦେଶକୁ ଫେରିବାକୁ ଯାଉଛନ୍ତି। ବର୍ତ୍ତମାନ ଏହି ଛାତ୍ରମାନଙ୍କ ସାମ୍ନାରେ ଆଉ ଏକ ସମସ୍ୟା ଉପୁଜିଛି। କାରଣ ୟୁକ୍ରେନରେ ମେଡିକାଲ ପଢୁଥିବା ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ପାଇବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।ଡାକ୍ତରୀ ଅଧ୍ୟୟନ ମଝିରେ ଛାଡିଥିବା ଛାତ୍ରମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ। ଭବିଷ୍ୟତରେ କ’ଣ ହେବ କହିହେବ ନାହିଁ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏହାର କାରଣ ହେଉଛି ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଦ୍ୱାରା ଜାରି ହୋଇଥିବା ୨୦୨୧ ଗାଇଡଲାଇନ ଅନୁଯାୟୀ ବିଦେଶ ମେଡିକାଲ ଗ୍ରାଜୁଏଟ୍ସ (FMG) ଅନୁଯାୟୀ, MBBS ପାଠ୍ୟକ୍ରମ ମଝିରେ ଏକ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଏକ ଭାରତୀୟ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର ଅନୁମତି ନାହିଁ। ଏହାର କାରଣ ହେଉଛି ଉଭୟଙ୍କ ପାଇଁ ଆଡମିଶନ ଗାଇଡଲାଇନ ଏବଂ ଚୟନ ମାନଦଣ୍ଡ ଭିନ୍ନ ଅଟେ। କେବଳ ପାଠ୍ୟକ୍ରମ ଶେଷ କରିବା ଏବଂ ଆବଶ୍ୟକ ଇଣ୍ଟର୍ନସିପ୍ ସମାପ୍ତ କରିବା ପରେ ବିଦେଶ ମେଡିକାଲ ଗ୍ରାଜୁଏଟ୍ସ (FMG) ମାନେ ପ୍ରାକ୍ଟିସ୍ ପାଇଁ ଭାରତକୁ ଫେରିପାରିବେ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ନିର୍ଦ୍ଦେଶାବଳୀ ଅନୁଯାୟୀ, ସେମାନଙ୍କ ପାଠ୍ୟକ୍ରମ ସମାପ୍ତ କରିବା ପରେ, ବିଦେଶ ମେଡିକାଲ ଗ୍ରାଜୁଏଟ୍ସ (FMG) କୁ ନିଜ ନିଜ ମେଡିକାଲ୍ ଅନୁଷ୍ଠାନରୁ ୧୨ ମାସ ଇଣ୍ଟର୍ଣ୍ଣସିପ୍ କରିବାକୁ ପଡିବ। ଏହା ପରେ, ଭାରତକୁ ଫେରିବା ପରେ ଏଠାରେ ୧୨ ମାସର ଇଣ୍ଟର୍ନସିପ୍ ସମାପ୍ତ କରିବାକୁ ପଡିବ। ୟୁକ୍ରେନରେ MBBS ପାଠ୍ୟକ୍ରମର ଅବଧି ୬ ବର୍ଷ, ତା’ପରେ ୨ ବର୍ଷ ଇଣ୍ଟର୍ନସିପ୍ ଯାହା ସମୁଦାୟ ୮ ବର୍ଷ ନେଇଥାଏ। ୨୦୨୧ ବିଦେଶ ମେଡିକାଲ ଗ୍ରାଜୁଏଟ୍ସ (FMG) ଗାଇଡଲାଇନ ଅନୁଯାୟୀ, ଜଣେ MBBS ଛାତ୍ର ପାଠ୍ୟକ୍ରମ ଆରମ୍ଭ କରିବା ପରେ ୧୦ ବର୍ଷ ମଧ୍ୟରେ ମେଡ଼ିକାଲ ପ୍ରାକ୍ଟିସ୍ ପାଇଁ ଆବେଦନ କରିବାକୁ ପଡିଥାଏ।

ଏଭଳି ପରିସ୍ଥିତିରେ ୟୁକ୍ରେନରେ ହେଉ ବା ଅନ୍ୟ କୌଣସି ବିଦେଶୀ ମେଡିକାଲ କଲେଜରେ ହେଉ କୋର୍ସ ଶେଷ କରିବା ସହ ୧୨ ମାସ  ଇଣ୍ଟର୍ଣ୍ଣସିପ୍ ଶେଷ ନକରିବା ଯାଏଁ ଭାରତରେ ପ୍ରାକ୍ଟିସ୍ କରିପାରିବେ ନାହିଁ । ୟୁକ୍ରେନରେ ଏମବିବିଏସ୍ କୋର୍ସ ୬ ବର୍ଷ ହୋଇଥିବାବେଳେ ସେଠାରେ ୧ ବର୍ଷର ଇଣ୍ଟର୍ଣ୍ଣସିପ୍ କରିବାକୁ ପଡିବ । ଏହାପରେ ଭାରତ ଫେରି ୧ ବର୍ଷର ଇଣ୍ଟର୍ଣ୍ଣସିପ୍ କରିବେ। ମୋଟ୍ ୮ ବର୍ଷ ଶେଷ ହେବା ପରେ ହିଁ ନିଜ ଦେଶରେ ପ୍ରାକ୍ଟିସ୍ ପାଇଁ ଆବେଦନ କରିପାରିବେ। ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସମାପ୍ତି ବିଷୟରେ କୌଣସି ସ୍ପଷ୍ଟୀକରଣ ନାହିଁ। କିମ୍ବା ଏବେ ତାଙ୍କର ପାଠ୍ୟକ୍ରମ କେବେ ଶେଷ ହେବ, କିମ୍ବା ଏହା ସମ୍ପୂର୍ଣ୍ଣ ହେବ କି ନାହିଁ ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ଯଦି MBBS ଆଡମିଶନ ଠାରୁ ପାଠ୍ୟକ୍ରମ ଏବଂ ଇଣ୍ଟର୍ନସିପ୍ ସମାପ୍ତ କରିବାକୁ ୧୦ ବର୍ଷରୁ ଅଧିକ ସମୟ ଲାଗେ, ତେବେ ଛାତ୍ରମାନଙ୍କ MBBS ଡିଗ୍ରୀ ମଧ୍ୟ ନଷ୍ଟ ହୋଇଯିବ।

ତେବେ ବର୍ତ୍ତମାନ ବିଦେଶ ମେଡିକାଲ ଗ୍ରାଜୁଏଟ୍ସ (FMG) ପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ୟୁକ୍ରେନରୁ ପ୍ରାଣ ବଞ୍ଚାଇ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧ ଶେଷ ହେବା ଯାଏଁ ଧୈର୍ଯ୍ୟ ଧରିବାକୁ ପଡିବ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରମାନଙ୍କ ପାଇଁ ‘ଲାଟେରାଲ୍ ଏଣ୍ଟ୍ରି’ ପରି ଏକ ନୂତନ ନିୟମ ଭାରତୀୟ ବିଶ୍ୱବିଦ୍ୟାଳୟରେ ଅଣାଯାଇପାରେ। ସୂଚନାନୁସାରେ, ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏନଏମସି ଅଧିକାରୀ ସମସ୍ତ ଛାତ୍ରଙ୍କୁ ସଂଯମତା କରିବାକୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର