ଆଜି ଅଯୋଧ୍ୟାରୁ ଉଡ଼ିବ ପ୍ରଥମ ଯାତ୍ରୀ ବିମାନ

The Sakala Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ। ଏହାପୂର୍ବରୁ ବହୁ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉଦ୍‌ଘାଟନ ହେବାକୁ ଯାଉଛି। ଏହିକ୍ରମରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ପରିବର୍ଦ୍ଧିତ ରେଳ ଷ୍ଟେସନ ସମେତ ନୂତନ ବିମାନ ବନ୍ଦର ଏବଂ ବହୁ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଏକ ରୋଡ୍‌ ଶୋ’ ମଧ୍ୟ କରିବେ। ଏହାପୂର୍ବରୁ ଶୁକ୍ରବାର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ସାରା ଅଯୋଧ୍ୟା ସହର ସୁରକ୍ଷା ଚଦରରେ ଢାଙ୍କି ହୋଇପଡ଼ିଛି। […]

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ। ଏହାପୂର୍ବରୁ ବହୁ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉଦ୍‌ଘାଟନ ହେବାକୁ ଯାଉଛି। ଏହିକ୍ରମରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ପରିବର୍ଦ୍ଧିତ ରେଳ ଷ୍ଟେସନ ସମେତ ନୂତନ ବିମାନ ବନ୍ଦର ଏବଂ ବହୁ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଏକ ରୋଡ୍‌ ଶୋ’ ମଧ୍ୟ କରିବେ। ଏହାପୂର୍ବରୁ ଶୁକ୍ରବାର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ସାରା ଅଯୋଧ୍ୟା ସହର ସୁରକ୍ଷା ଚଦରରେ ଢାଙ୍କି ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏନଏସଜି, ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ ସହ ଉତ୍ତରପ୍ରଦେଶ ପୁଲିସର ବିଭିନ୍ନ ଟିମ୍‌ ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଡ୍ରୋନ ଦ୍ବାରା ସ୍କ୍ରିନିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆତଙ୍କବାଦୀ ହମଲା କରିବାକୁ ଖଲିସ୍ତାନୀ ସଂଗଠନ ସହ ଆଇଏସ୍‌ ସଂଗଠନ ପକ୍ଷରୁ ମଧ୍ୟ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପୀୟୂଷ ମୋର୍ଦିଆଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତିନି ଜଣ ଡିଆଇଜିଙ୍କ ସମେତ ୩୮ ଅତିରିକ୍ତ ଏସପି,୮୨ ଡେପୁଟି ଏସପି,୯୦ ଇନ୍ସପେକ୍ଟର,୩୫ ମହିଳା ଇନ୍ସପେକ୍ଟର,୨୦୦୦ କନଷ୍ଟେବଳ, ୧୪ କମ୍ପାନୀ ପିଏସି ଏବଂ ୬ କମ୍ପାନୀ ସିଆରପିଏଫ ମୁତୟନ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର