୮୮ ଆସନରେ ବିଜେପି, ୨୦୦ରେ ଟିଏମସି ଆଗୁଆ

The Sakala Picture
Published On

କୋଲକତା: ପଶ୍ଚିମବଙ୍ଗରେ ଖେଳ ହେବ ବୋଲି କହିଥିଲେ ମମତା । ମଧ୍ୟାହ୍ନ ସୁଦ୍ଧା ଆସୁଥିବା ଟ୍ରେଣ୍ଡରୁ ଲାଗୁଛି ପଶ୍ଚିମବଙ୍ଗରେ ଦିଦି ଖେଳ ଜିତିବେ । ଟିଏମସି ଡବଲ ସେଞ୍ଚୁରୀ ମାରିବା ରାସ୍ତାରେ ରହିଛି । ବିଜେପି ୮୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୦୨ ଆସନରେ ଆଗରେ ରହିଛି । ତେବେ ଟିଏମସି ପାଇଁ ଖରାପ ଖବର ନନ୍ଦିଗ୍ରାମରୁ ଆସିପାରେ । ନନ୍ଦିଗ୍ରାମରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ତଥା ଏକଦା ତାଙ୍କ ସେନାପତି ଥିବା ଶୁଭେନ୍ଦୁ […]

କୋଲକତା: ପଶ୍ଚିମବଙ୍ଗରେ ଖେଳ ହେବ ବୋଲି କହିଥିଲେ ମମତା । ମଧ୍ୟାହ୍ନ ସୁଦ୍ଧା ଆସୁଥିବା ଟ୍ରେଣ୍ଡରୁ ଲାଗୁଛି ପଶ୍ଚିମବଙ୍ଗରେ ଦିଦି ଖେଳ ଜିତିବେ । ଟିଏମସି ଡବଲ ସେଞ୍ଚୁରୀ ମାରିବା ରାସ୍ତାରେ ରହିଛି । ବିଜେପି ୮୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୦୨ ଆସନରେ ଆଗରେ ରହିଛି । ତେବେ ଟିଏମସି ପାଇଁ ଖରାପ ଖବର ନନ୍ଦିଗ୍ରାମରୁ ଆସିପାରେ । ନନ୍ଦିଗ୍ରାମରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ତଥା ଏକଦା ତାଙ୍କ ସେନାପତି ଥିବା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ଅଛନ୍ତି । ମମତାଙ୍କଠାରୁ ଶୁଭେନ୍ଦୁ ୧୧ ଟା୫୨ ସୁଧା ୭,୬୬୨ ଭୋଟରେ ଆଗୁଆ ଥିଲେ ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ନଛୁଇଁବାର ସମ୍ଭାବନା ଅଧିକ ରହିଛି । ବିଜେପି ପାଇଁ ଦିଦିଙ୍କ ପ୍ଲାଷ୍ଟର ମହଙ୍ଗା ସାବ୍ୟସ୍ତ ହେଲା ଭଳି ଲାଗୁଛି । ମମତା ହ୍ୟାଟ୍ରିକ୍ ମାରିବ ସମ୍ଭାବନା ଅଧିକ ବଳବତ୍ତର ହେଉଥିବା ବେଳେ କଂଗ୍ରେସ, ବାମମେଣ୍ଟ ଓ ଅନ୍ୟମାନଙ୍କୁ ପଶ୍ଚିମବଙ୍ଗ ଭୋଟର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଥିବା ଲାଗୁଛି । କାରଣ ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ, ବାମମେଣ୍ଟ ଗୋଟିଏ ମଧ୍ୟ ଆସନରେ ଆଗୁଆ ନାହାନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୬୮ ଆସନ ଆବଶ୍ୟକ । ବିଜେପି ମମତାଙ୍କୁ ଗାଦିଚ୍ୟୁତ କରି ପଶ୍ଚିମବଙ୍ଗ ଅଧିକାର କରିବା ଆଶା ଲାଗୁଛି ପୂରଣ ହେବ ନାହିଁ ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

02 May 2021 By The Sakala

୮୮ ଆସନରେ ବିଜେପି, ୨୦୦ରେ ଟିଏମସି ଆଗୁଆ

କୋଲକତା: ପଶ୍ଚିମବଙ୍ଗରେ ଖେଳ ହେବ ବୋଲି କହିଥିଲେ ମମତା । ମଧ୍ୟାହ୍ନ ସୁଦ୍ଧା ଆସୁଥିବା ଟ୍ରେଣ୍ଡରୁ ଲାଗୁଛି ପଶ୍ଚିମବଙ୍ଗରେ ଦିଦି ଖେଳ ଜିତିବେ । ଟିଏମସି ଡବଲ ସେଞ୍ଚୁରୀ ମାରିବା ରାସ୍ତାରେ ରହିଛି । ବିଜେପି ୮୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୦୨ ଆସନରେ ଆଗରେ ରହିଛି । ତେବେ ଟିଏମସି ପାଇଁ ଖରାପ ଖବର ନନ୍ଦିଗ୍ରାମରୁ ଆସିପାରେ । ନନ୍ଦିଗ୍ରାମରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ତଥା ଏକଦା ତାଙ୍କ ସେନାପତି ଥିବା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ଅଛନ୍ତି । ମମତାଙ୍କଠାରୁ ଶୁଭେନ୍ଦୁ ୧୧ ଟା୫୨ ସୁଧା ୭,୬୬୨ ଭୋଟରେ ଆଗୁଆ ଥିଲେ ।

ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ନଛୁଇଁବାର ସମ୍ଭାବନା ଅଧିକ ରହିଛି । ବିଜେପି ପାଇଁ ଦିଦିଙ୍କ ପ୍ଲାଷ୍ଟର ମହଙ୍ଗା ସାବ୍ୟସ୍ତ ହେଲା ଭଳି ଲାଗୁଛି । ମମତା ହ୍ୟାଟ୍ରିକ୍ ମାରିବ ସମ୍ଭାବନା ଅଧିକ ବଳବତ୍ତର ହେଉଥିବା ବେଳେ କଂଗ୍ରେସ, ବାମମେଣ୍ଟ ଓ ଅନ୍ୟମାନଙ୍କୁ ପଶ୍ଚିମବଙ୍ଗ ଭୋଟର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଥିବା ଲାଗୁଛି । କାରଣ ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ, ବାମମେଣ୍ଟ ଗୋଟିଏ ମଧ୍ୟ ଆସନରେ ଆଗୁଆ ନାହାନ୍ତି ।

ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୬୮ ଆସନ ଆବଶ୍ୟକ । ବିଜେପି ମମତାଙ୍କୁ ଗାଦିଚ୍ୟୁତ କରି ପଶ୍ଚିମବଙ୍ଗ ଅଧିକାର କରିବା ଆଶା ଲାଗୁଛି ପୂରଣ ହେବ ନାହିଁ ।

https://www.thesakala.in/national-international/the-bjp-is-leading-in-88-seats-and-the-tmc-is-leading-in-200/article-1958
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର