ରୋଗୀ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ତ୍ବପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ

The Sakala Picture
Published On

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେ ଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବ।  ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ । ଭବିଷ୍ୟତରେ ମେଡିକାଲ୍ […]

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେ ଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବ।  ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ । ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ । ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ । ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ । କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।

02 Oct 2022 By The Sakala

ରୋଗୀ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ତ୍ବପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେ ଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବ।  ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ । ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ ।

ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ । ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ ।

ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ । ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ । କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ ।

କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର