ବିହାରରେ ଥମୁନି ‘ଅଗ୍ନିପଥ’ ନିଆଁ : ଜାଳିଦେଲେ ୧୦ ଟ୍ରେନ

The Sakala Picture
Published On

ପାଟନା : ସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିହାରରେ ଜୋରଦାର ବିରୋଧ କରାଯାଉଛି। ବିକ୍ଷୋଭ ପ୍ରଦର୍ଶନକାରୀ ରାଜଧାନୀ ପାଟନା ସମେତ ୨୫ ଜିଲ୍ଲାରେ ହଙ୍ଗାମା କରିଛନ୍ତି। ଦାନାପୁର ଏବଂ ଲଖିସରାୟ ଷ୍ଟେସନ ସମେତ ୧୨ରୁ ଊର୍ଦ୍ଧ୍ବ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ୧୦ ଟ୍ରେନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନକୁ ଦେଖି ଶୁକ୍ରବାର ସନ୍ଧ୍ୟାରେ ସରକାର କୈମୁର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନୱାଦା, ପଶ୍ଚିମ ଚମ୍ପାରଣ, […]

ପାଟନା : ସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିହାରରେ ଜୋରଦାର ବିରୋଧ କରାଯାଉଛି। ବିକ୍ଷୋଭ ପ୍ରଦର୍ଶନକାରୀ ରାଜଧାନୀ ପାଟନା ସମେତ ୨୫ ଜିଲ୍ଲାରେ ହଙ୍ଗାମା କରିଛନ୍ତି। ଦାନାପୁର ଏବଂ ଲଖିସରାୟ ଷ୍ଟେସନ ସମେତ ୧୨ରୁ ଊର୍ଦ୍ଧ୍ବ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ୧୦ ଟ୍ରେନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନକୁ ଦେଖି ଶୁକ୍ରବାର ସନ୍ଧ୍ୟାରେ ସରକାର କୈମୁର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନୱାଦା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲଖିସରାୟ, ବୈଶାଲୀ ଏବଂ ସାରଣରେ ସୋସିଆଲ ନେଟୱର୍କିଂ ସାଇଟ ଏବଂ ମେସେଜିଂ ସେବାକୁ ଦୁଇ ଦିନ ପାଇଁ ବନ୍ଦ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

ପୂର୍ବରୁ ଲଖିସରାୟରେ ଜନସେବା ଏକ୍ସପ୍ରେସରେ ନିଆଁ ଲଗାଇ ଦେବା ଯୋଗୁଁ ଜଣେ ୨୫ ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଉପରେ ପଥର ମାଡ଼ କରାଯାଇଛି। ଏହାର ଜବାବରେ ପୁଲିସ ଲାଠିଚାର୍ଜ ଏବଂ ଫାଙ୍କା ଗୁଳିଚାଳନା କରିଛି। ୫୦ରୁ ଊର୍ଦ୍ଧ୍ବ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବେତିଆରେ ପ୍ରଦର୍ଶନକାରୀ ଉପ-ମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ବିଜେପି ବିଧାୟକ ବିନୟ ବିହାରୀଙ୍କ ଗାଡ଼ି ଉପରେ ମଧ୍ୟ ପଥର ମାଡ଼ କରାଯାଇଛି। ସାମାରାମ ଏବଂ ମଧେପୁରାରେ ବିଜେପି କାର୍ଯ୍ୟଳୟରେ ନିଆଁ ଲଗେଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ: ସହାୟତା ପାଇଁ ହାତ ବଢ଼ାଇଲେ ପିଏମ୍ ମୋଦୀ

09 Jul 2022 By The Sakala

ବିହାରରେ ଥମୁନି ‘ଅଗ୍ନିପଥ’ ନିଆଁ : ଜାଳିଦେଲେ ୧୦ ଟ୍ରେନ

ପାଟନା : ସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିହାରରେ ଜୋରଦାର ବିରୋଧ କରାଯାଉଛି। ବିକ୍ଷୋଭ ପ୍ରଦର୍ଶନକାରୀ ରାଜଧାନୀ ପାଟନା ସମେତ ୨୫ ଜିଲ୍ଲାରେ ହଙ୍ଗାମା କରିଛନ୍ତି। ଦାନାପୁର ଏବଂ ଲଖିସରାୟ ଷ୍ଟେସନ ସମେତ ୧୨ରୁ ଊର୍ଦ୍ଧ୍ବ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ୧୦ ଟ୍ରେନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନକୁ ଦେଖି ଶୁକ୍ରବାର ସନ୍ଧ୍ୟାରେ ସରକାର କୈମୁର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନୱାଦା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲଖିସରାୟ, ବୈଶାଲୀ ଏବଂ ସାରଣରେ ସୋସିଆଲ ନେଟୱର୍କିଂ ସାଇଟ ଏବଂ ମେସେଜିଂ ସେବାକୁ ଦୁଇ ଦିନ ପାଇଁ ବନ୍ଦ କରିଦେଇଛନ୍ତି।

ପୂର୍ବରୁ ଲଖିସରାୟରେ ଜନସେବା ଏକ୍ସପ୍ରେସରେ ନିଆଁ ଲଗାଇ ଦେବା ଯୋଗୁଁ ଜଣେ ୨୫ ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଉପରେ ପଥର ମାଡ଼ କରାଯାଇଛି। ଏହାର ଜବାବରେ ପୁଲିସ ଲାଠିଚାର୍ଜ ଏବଂ ଫାଙ୍କା ଗୁଳିଚାଳନା କରିଛି। ୫୦ରୁ ଊର୍ଦ୍ଧ୍ବ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବେତିଆରେ ପ୍ରଦର୍ଶନକାରୀ ଉପ-ମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ବିଜେପି ବିଧାୟକ ବିନୟ ବିହାରୀଙ୍କ ଗାଡ଼ି ଉପରେ ମଧ୍ୟ ପଥର ମାଡ଼ କରାଯାଇଛି। ସାମାରାମ ଏବଂ ମଧେପୁରାରେ ବିଜେପି କାର୍ଯ୍ୟଳୟରେ ନିଆଁ ଲଗେଇ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର